କାର୍ତ୍ତିକ ମାସରେ ତୁଳସୀ ପତ୍ର କେଉଁ ସ୍ଥାନରେ ରଖିଲେ, ଧନର ଅଭାବ କେବେବି ହୋଇନଥାଏ… Sadhu Vani

କାର୍ତ୍ତିକ ମାସକୁ ପୂଣ୍ୟର ମାସ ବୋଲି ବିବେଚନା କରାଯାଇଥାଏ । ଏହି ମାସ 12 ଗୋଟି ମାସ ମଧ୍ୟରୁ ସର୍ବଶ୍ରେଷ୍ଠ ମାସ ବୋଲି ମନା ଯାଇଥାଏ । ତେଣୁ ଏହି ମାସରେ କିଛି ନିୟମ ଉପରେ ଧ୍ୟାନ ଦେବା ଦ୍ଵାରା ବ୍ୟକ୍ତିର ପୂଣ୍ୟ ହୋଇଥାଏ । ତେବେ ଚାଲନ୍ତୁ ସେହି ନିୟମ ଉପରେ ଆଲୋଚନା କରିନେବା ।

1- ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ଵ ରହିଛି । ଏହି ମାସରେ ଭଗବାନ ହରିଙ୍କ ସହ ତୁଳସୀଙ୍କର ମଧ୍ୟ ପୂଜନ କରାଯାଇଥାଏ । ଏହି ମାସରେ ଦୀପ ଜାଳିବା ଓ ଦାନଧର୍ମ କାର୍ଯ୍ୟ କରିବା ଦ୍ଵାରା ଅନେକ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । 2- କାର୍ତ୍ତିକ ମାସରେ ତୁଳସୀ ପୂଜା, ତୁଳସୀ ଗଛର ରୋପଣ, ତୁଳସୀ ପତ୍ର ଖାଇବା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ଏହି ମାସରେ ନିଷ୍ଠା ସହକାରେ ତୁଳସୀ ପୂଜା କରିବା ଦ୍ଵାରା ବିବାହରେ ଆସୁଥିବା ସମସ୍ତ ସମସ୍ଯା ଧୀରେ ଧୀରେ କରି ଦୂର ହୋଇଯାଇଥାଏ ।

3- କାର୍ତ୍ତିକ ମାସରେ ଭୂମୀରେ ଶୋଇବାକୁ ବହୁତ ଶୁଭ ମନା ଯାଇଥାଏ । ଏହାଦ୍ବାରା ମନରେ ଶୁଦ୍ଧତାର ଭାବନା ଆସିଥାଏ । ଏହା ସହ ଅନେକ ରୋଗ, ବେମାରୀ ଆଦି ଦୂର ହୋଇଯାଇଥାଏ । 4- କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଇବାକୁ ବର୍ଜନ କରାଯାଇଥାଏ । 5- କାର୍ତ୍ତିକ ମାସରେ ବିରି, ମୁଗ, ମଶୁର, ଚଣା, ମଟର, ରାଈ ଭଳି ଡାଲି ଜାତୀୟ ଖାଦ୍ୟ ଖାଇବାକୁ ବରଣ କରାଯାଇଥାଏ ।

6- କାର୍ତ୍ତିକ ମାସରେ ସୂର୍ଯ୍ୟଉଦୟ ହେବା ପୂର୍ବରୁ ସ୍ନାନ କରିବାକୁ ବହୁତ ମଙ୍ଗଳ ବୋଲି ବିବେଚନା କରାଯାଇଥାଏ । ଏହା ଦ୍ଵାରା ପୁରା ଦିନ ସାରା ମନ ପ୍ରଫୁଲ୍ଲିତ ରହିବା ସହ କାମ କରିବାକୁ ଆଗ୍ରହ ବଢିଥାଏ । 7- କାର୍ତ୍ତିକ ମାସରେ ବ୍ରତ ରଖି ଉପବାସ କରିବା ଦ୍ଵାରା ଅନେକ ପାପ ବ୍ୟକ୍ତିର କ୍ଷୟ ହୋଇଥାଏ । ଏହା ଛଡା ବ୍ୟକ୍ତିର ମଙ୍ଗଳ ମଧ୍ୟ ହୋଇଥାଏ ।

8- ଏହି କାର୍ତ୍ତିକ ମାସରେ ନଦୀ, ପୋଖରୀ ଠାରେ ଦୀପ ଦାନ କରିବା ଦ୍ଵାରା ସମସ୍ତ ପ୍ରକାର ସମସ୍ଯାରୁ ମୁକ୍ତି ମିଳିଥାଏ । ଏଥିସହ ଅଯଥା ଋଣ ମଧ୍ୟ ଦୂରୀଭୂତ ହୋଇଥାଏ । 9- କାର୍ତ୍ତିକ ମାସରେ ଖାଲି ପେଟରେ ପାଣି ସହିତ କିଛି ତୁଳସୀକୁ ମିଶାଇ ଖାଇବା ଦ୍ଵାରା ବର୍ଷ ସାରା ଅନେକ ରୋଗ ବେମାରୀ ବ୍ୟକ୍ତିର ଶରୀର ଠାରୁ ଦୂରରେ ରହିଥାନ୍ତି । କାର୍ତ୍ତିକ ମାସରେ ତୁଳସୀର 11 ଟି ପତ୍ର ଭଗବାନ ହରିଙ୍କର ଫୋଟ କିମ୍ବା ପ୍ରତିମା ଉପରେ ରଖି ଦିଅନ୍ତୁ ।

ଏହା କରିବା ଦ୍ଵାରା ଘରେ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ଏହା ସହ ଅଯଥା ଧନର ଅଭାବ ଅନାଟନ ଘର ମଧ୍ୟରେ ଦେଖାଯାଇନଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *