କାର୍ତ୍ତିକ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ନ ହେଲେ ବରବାଦ ହୋଇଯିବେ – Jyotish Shastra

ବନ୍ଧୁଗଣ ଏହି କାର୍ତ୍ତିକ ମାସଟି ହେଉଛି ଏକ ପବିତ୍ର ମାସ । ଏହି ମାସଟି ମା ଲକ୍ଷ୍ମୀ ଓ ଭଗବାନ ହରିଙ୍କର ବହୁତ ପ୍ରିୟ ମାସ ହୋଇଥାଏ । ଏହି ମାସରେ ରାଧା କୃଷ୍ଣ ପ୍ରତ୍ୟକ୍ଷ ବିରାଜିତ ହୋଇଥାନ୍ତି ଅଁଳା ଗଛରେ । ତେଣୁ ଏହି ମାସରେ ଅଁଳା ଗଛକୁ ପୂଜା କରିଲେ ରାଧା କୃଷ୍ଣଙ୍କର ଅପାର କୃପା ମିଳିଥାଏ । ଯାହା ଫଳରେ ଜୀବନର ସମସ୍ତ ସମସ୍ୟା ଦୂର ହୋଇ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ । ହେଲେ ଏହି ମାସଟି ବହୁତ ପବିତ୍ର ହୋଇଥିବା ହେତୁ ମଣିଷ ମାନଙ୍କ ପାଇଁ କିଛି ନିୟମ ମଧ୍ୟ ରହିଛି ।

ଯଦି ମଣିଷ ଏହି ମାସରେ ସେହି ସବୁ ନିୟମକୁ ଅବମାନନା କରନ୍ତି ତେବେ ସେମାନେ ବହୁତ ବଡ ପାପର ଅଧିକାରୀ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ନିୟମ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଅବମାନନା କରିବା ଦ୍ଵାରା ଜୀବନର ସର୍ବନାଶ ଘଟିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ନିୟମ ବିଷୟରେ ।


ବନ୍ଧୁଗଣ ଏହି ମାସରେ ନିରାମିଷ ଖାଇବା ନିହାତି ଆବଶ୍ୟକ । ଯଦି କୌଣସି ମଣିଷ ଏହି ମାସରେ ଆମିଷ ଖାଇଥାଏ ତା ହେଲେ ସେହି ମଣିଷର ଧର୍ମନଷ୍ଟ ହେବା ସହିତ ସେହି ମଣିଷ କ୍ୟାନ୍ସର ବା କର୍କଟ ରୋଗରେ ନିଶ୍ଚୟ ପୀଡିତ ହେବ । ଏହା ସହିତ ଅଯଥା ଖର୍ଚ ମଧ୍ୟ ବଢିଥାଏ ଧନକ୍ଷୟ ହୋଇଥାଏ । ତେଣୁ ବନ୍ଧୁଗଣ ଏହି ମାସରେ ଭୁଲ ସେ ମଧ୍ୟ ଆମିଷର ସେବନ କରନ୍ତୁ ନାହିଁ ।


ଏହି ମାସରେ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିବା ବା ଦିନ ସମୟରେ ଶୋଇ ରହିବା ଆଦିକୁ ବାରଣ କରାଯାଇଛି । ଏହି ମାସରେ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥାନ୍ତି । ତେଣୁ ଏହି ମାସରେ ମା ଲକ୍ଷ୍ମୀଙ୍କୁ ଭକ୍ତ ମାନେ ପୂଜା କରିଲେ ଅପାର ଧନପ୍ରାପ୍ତ କରିଥାନ୍ତି । ସେଥିପାଇଁ ବନ୍ଧୁଗଣ ଆପଣ ମାନେ ଭୁଲ ସେ ମଧ୍ୟ ସକାଳ ସମୟରେ ବିଳମ୍ବ ପର୍ଯ୍ୟନ୍ତ ଶୋଇବେ ନାହିଁ । ନଚେତ ଆପଣ ମାନଙ୍କୁ ମା ଲକ୍ଷ୍ମୀଙ୍କର କୋପ ସହିବାକୁ ହେବ ।


ବନ୍ଧୁଗଣ ଏହି କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଇବାକୁ ମଧ୍ୟ ବାରଣ କରାଯାଇଛି । ତେଣୁ ଆପଣ ମାନେ ଏହି ମାସରେ ନିଜ ଶରୀରରେ ତେଲ ଲଗାଇବେ ନାହିଁ । ଏହି ମାସରେ ପରନିନ୍ଦା ଅପବାଦ କରିବା ମଧ୍ୟ ବାରଣ ରହିଛି । ଏହି ମାସ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ଆଦି ମଧ୍ୟ ବାରଣ ରହିଛି । କାରଣ ଏହି ମାସଟି ହେଉଛି ବ୍ରହ୍ମଚାର୍ଯ୍ଯ ପାଳନ କରି ଭଗବାନଙ୍କୁ ପ୍ରାର୍ଥନା କରିବାର ମାସ ।


ଏହି କାର୍ତ୍ତିକ ମାସରେ କଳି ଝଗଡା କରିବା ପାଇଁ ମଧ୍ୟ ବାରଣ ରହିଛି । ଏହି ମାସରେ ଝଗଡା କରିଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଯାହା ଫଳରେ ଘରେ ଅଶାନ୍ତି ଲାଗି ରୁହେ ଓ ଧନର ଅଭାବ ଦେଖାଦିଏ । ଏହା ବ୍ଯତୀତ ମାନସିକ ଚିନ୍ତା ବଢିଚାଲେ ଓ ଅଭାବ ଅନାଟନ ମାଡିଆସେ । ତେଣୁ ବନ୍ଧୁଗଣ ଏହି ମାସରେ ଏହି ସମସ୍ତ ନିୟମର ପାଳନ କରନ୍ତୁ ଓ ଭଗବାନଙ୍କର ପୂଜା କରି ସୁଖମୟ ଜୀବନ ଯାପନ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *