ବିୟୁଟି ପାର୍ଲରରେ କନ୍ୟା ସଜ ହେଉ ହେଉ ଭାଙ୍ଗିଗଲା ବାହାଘର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆଜିକାଲିର ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଏକ କନ୍ୟା ବିବାହ ପାଇଁ ବ୍ୟୁଟି ପାର୍ଲରରେ ସଜ ହୋଇ ବାହାରୁଥିଲା ହେଲେ ସେହି ସମୟରେ ତାକୁ ବିବାହ ଭାଙ୍ଗିଯିବାର ଖବର ମିଳିଥିଲା ।

ବନ୍ଧୁଗଣ ଏହି ଘଟଣାଟି ଉତ୍ତର-ପ୍ରଦେଶର କାନପୁରରେ ହୋଇଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ପୁଅ ଓ ଝିଅ ମାନଙ୍କ ମନରେ ବିବାହ ପାଇଁ ବହୁତ ଉତ୍ସାହ ରହିଥାଏ । କାରଣ ପ୍ରତ୍ୟକ ମଣିଷ ନିଜ ଜୀବନରେ ଥରେ ବର କନ୍ୟାର ଭେଶ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । ହେଲେ ଉତ୍ତର-ପ୍ରଦେଶର କାନପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଗତମାସ ଏପ୍ରିଲ ୨୮ ତାରିଖରେ ପୁଷ୍ପାଲତା ନାମକ ମହିଳାଙ୍କ ବିବାହ କ୍ରାନ୍ତି ସିଂହ ନାକ ଯୁବକଙ୍କ ସହ ହେବାକୁ ଯାଉଥିଲା ।

ବିବାହରେ ବରଯାତ୍ରୀଙ୍କୁ ସ୍ଵାଗତ କରିବା ପାଇଁ କନ୍ୟା ଘର ଲୋକ ସମସ୍ତ ପ୍ରସ୍ତୁତି କରି ସାରିଥିଲେ । ଅନ୍ୟ ପକ୍ଷରେ ପୁଷ୍ପା ନିଜ ସାଙ୍ଗ ସହିତ ବ୍ୟୁଟି ପାର୍ଲର ଯାଇଥିଲା । ପୁଷ୍ପା ସଜବାଜ ହୋଇ ବିବାହ ପାଇଁ ବାହାରିବା ସମୟରେ ବରର ଏକ ମେସେଜ ତାଙ୍କ ଫୋନକୁ ଆସିଥିଲା । ସେହି ମେସେଜ ଦ୍ଵାରା ଜଣା ପଡିଥିଲା ଯେ ବିବାହଟି ଭାଙ୍ଗି ଯାଇଛି । ବର ମେସେଜରେ କହିଥିଲେ ଯେ, ‘ମୁ ବରଯାତ୍ରୀ ନେଇ ତୁମ ଘରକୁ ଯାଉ ନାହିଁ’ ।

ଏହି ମେସେଜ ଦେଖି କନ୍ୟାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏହାପରେ କନ୍ୟା କାନ୍ଦି କାନ୍ଦି ନିଜ ଘର ଲୋକଙ୍କୁ ଏହାର ସୂଚନା ଦେଇଥିଲେ । ଯାହାଫଳରେ କନ୍ୟା ଘର ଲୋକ ବର ଘର ଲୋକଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଧ୍ୟାନରେ ରଖି ପୋଲିସ ନିଜ ତ-ଦ-ନ୍ତ ଆରମ୍ଭ କରିଛି । ମିଡିଆ ରିପୋର୍ଟ ଅନୁସାରେ କନ୍ୟାଘର ଲୋକଙ୍କ ମତରେ, ଯୌତୁକ ପାଇଁ ଏହି ବିବାହ ପୁଅଘର ଲୋକ ଭାଙ୍ଗି ଦେଇଛନ୍ତି ।

ଏହି କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଜାଣି ଲୋକମାନେ ନିଜ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *