ଘରେ ରହି କିପରି କରିବେ କାରୋନା ର ଚିକିତ୍ସା, ଜାଣନ୍ତୁ କିପରି କାମ କାମ କରିଥାଏ Pulse-Oximeter ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି ।

କିନ୍ତୁ ଆପଣ ହୁଏ ତ ଜାଣି ନ ଥିବେ ଯେ କରନା ପାଇଁ କରାଯାଉଥିବା ଆର.ଟି-ପିସିଆର ଟେଷ୍ଟ କୁ ଚାହିଁଲେ ଘରେ ମଧ୍ୟ କରି ପାରିବା ଓ ଆମେ ଚାହିଁଲେ ଘରେ ହିଁ ପ୍ରାଥମିକ ଉପଚାର କରି କରନା ରୁ ମୁକ୍ତି ପାଇ ପାରିବା । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା ।

ବନ୍ଧୁଗଣ କରନା ହେଉଛି ଏକ ଆର.ଏନ.ଏ ଭୁତାଣୁ । କିନ୍ତୁ ଆମ ପାଖରେ ଡି.ଏନ.ଏ ଅଛି । ଆର.ଏନ.ଏ ଆକାର ରେ ଡି.ଏନ.ଏ ର ଅଧା ହୋଇଥାଏ । ଆମେ ଆର.ଏନ.ଏ କୁ ପରୀକ୍ଷା କରି ପାରି ନ ଥାଉ କାରଣ ଆମ ପାଖରେ ବର୍ତ୍ତମାନ ସମୟ ରେ ସେହିପରି ଟେକ୍ନୋଲୋଜି ଉପଲବ୍ଧ ନାହିଁ । ତେଣୁ ଆମେ ଏହି ଆର.ଏନ.ଏ କୁ ଯୋଡି କରି ଏହାକୁ ପରୀକ୍ଷା କରିଥାଉ । ଏହି ଯୋଡିବା ପ୍ରକ୍ରିୟା କୁ ରିଭର୍ସ ଟ୍ରାନ୍ସକ୍ରିପସନ (ଆର.ଟି) କୁହାଯାଏ ।

ଆପଣଙ୍କ ନାକ ରୁ ଯେଉଁ ସ୍ୱାବ ନିଆ ଯାଇଥାଏ ସେଥିରୁ ପ୍ରଥମେ ଡିଏନଏ ସୃଷ୍ଟି କରାଯାଇଥାଏ । ଏହା ପରେ ଏହାକୁ ଆର.ଟି-ପିସିଆର ମେସିନ ରେ ରଖି ପରୀକ୍ଷା କରାଯାଇଥାଏ । ଏଥିରେ କିଛି କ୍ରମିକ ସଂଖ୍ୟା ଲେଖା ହୋଇଥାଏ । ଆପଣ ଙ୍କ ଡିଏନଏ ର କେତୋଟି ଚେନ ତିଆରି କଲେ ସେଥିରୁ ଭୁତାଣୁ ମିଳିଥାଏ ତାହା ଏଥିରେ ଜଣା ପଡିଥାଏ ।

ବିଶେଷଜ୍ଞ ମାନଙ୍କ ମତ ଅନୁସା ରେ ୩୫ ଟି ଚେନ ସୃଷ୍ଟି ହେଲା ପରେ ଯଦି କରନା ଭୁତାଣୁ ଦେଖାଯାଇଥାଏ ତେବେ ଆପଣଙ୍କ ର ପଜେଟିଭ ଆସିଥାଏ ଓ ଯଦି ଏହି ସଂଖା ମଧ୍ୟରେ ଭୁତାଣୁ ଦେଖା ଯାଇ ନ ଥାଏ ତେବେ ଆପଣଙ୍କ ର ନେଗେଟିଭ ଆସିଥାଏ ।

ବର୍ତ୍ତମାନ ଜାଣିବା ପଲସ ଅକ୍ସୀମିଟର ର ବ୍ୟବହାର ବିଷୟ ରେ । ଆର.ଟି.ପିସିଆର ପରୀକ୍ଷା କେବଳ ମେଡିକାଲ ରେ ହିଁ ହୋଇଥାଏ । କିନ୍ତୁ ଯଦି ଆମେ ଘରେ ଏହାର ପରୀକ୍ଷା କରିବା ପାଇଁ ଚାହିଁବା ତେବେ ଆମେ ପଲସ ଅକ୍ସିମିଟର ଦ୍ଵାରା କରିପାରିବା । ଏଥିରେ ଆମର ଫୁସଫୁସ ସମ୍ପର୍କରେ ମଧ୍ୟ ଜଣାପଡିବା ସହିତ ଆମ ଶରୀର ରେ ଥିବା ଅମ୍ଳଜାନ ର ମାତ୍ରା ମଧ୍ୟ ଜଣା ପଡିଥାଏ । ଏହାକୁ ଆପଣ ନିଜର ଯେଉଁ ହାତ କୁ ବେଶୀ ବ୍ୟବହାର କରୁଛନ୍ତି ସେହି ହାତ ର ବିଶି ଆଙ୍ଗୁଠି ଯାହାକୁ କୁହାଯାଇଥାଏ ସେଥିରେ ଲଗାଇ ଦିଅନ୍ତୁ ।

ଏହା ପରେ ଏହି ଯନ୍ତ୍ର ର ସ୍ୱିଚ କୁ ଅନ କରି ଦିଅନ୍ତୁ । ଏଥିରେ ଥିବା ସିକ୍ୟୁରଟେଡ଼ ଅକ୍ସୀଜେନ ଶତକଡା ୯୪ ରୁ ଅଧିକ ଥିବା ଆବଶ୍ୟକ ଯଦି ଏହାର ତଳକୁ ରହିଥାଏ ତେବେ ଆପଣ କରନା ସଂକ୍ରମିତ ବୋଲି ଜାଣିପାରିବେ । ଏହା ପରେ ସେଥିରେ ଥିବା ପଲସ ରେଟ ଯଦି ୬୦ ରୁ ୯୦ ମଧ୍ୟରେ ଥାଏ ତେବେ ଆପଣ ସୁସ୍ଥ ଅଟନ୍ତି ବୋଲି ଜାଣିପାରିବେ । ଏହାପରେ ଏଥିରେ ଥିବା ପର୍ଫ୍ୟୁଜନ ଇଂଡ଼େକ୍ସନ ୨ ରୁ ୨୦ ମଧ୍ୟରେ ରହିବ ଆବଶ୍ୟକ କିନ୍ତୁ ଏହାର କରନା ସହିତ କୌଣସି ସମ୍ପର୍କ ନ ଥାଏ ।

କେବଳ ଆପଣ ସୁସ୍ଥ ଅଛନ୍ତି କି ନାହିଁ ଏଥରୁ ଜଣା ପଡ଼ିଥାଏ । ଆପଣ ଶରୀର ରୁ କେବେ ମଧ୍ୟ ଭିଟାମିନ ସି ର ମାତ୍ର କମିବାକୁ ଦେବେ ନାହିଁ । ଏଥିପାଇଁ ଆପଣଙ୍କୁ ଅଣ୍ଡା ଓ ଗରମ କ୍ଷୀର ପିଇବାକୁ ହେବ । ଏଥିରୁ ଆପଣଙ୍କୁ ଜୀଙ୍କ ର ମାତ୍ରା ମଧ୍ୟ ଠିକ ଭାବରେ ମିଳି ପାରିବ । ଏହା ଆପଣଙ୍କୁ କରନା ଦାଉ ରୁ ରକ୍ଷା କରିବା ପାଇଁ ବହୁତ ସହାୟକ ହେବ । ତେବେ ଆପଣ ଏହି ସବୁ ଜିନିଷ କୁ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ ଓ ବାହାରକୁ ଯିବା ସମୟ ରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *