‘ମୁଁ ତାଙ୍କ ସ୍ତ୍ରୀ ବୋଲି ସେ ଜୀବନ ସାରା ଏମିତି …’ ଭୋ-ଭୋ ହେଇ କାନ୍ଦି ପକେଇଲେ Tapaswini, ଦେଖନ୍ତୁ Sumit ଙ୍କ ପାଇଁ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ତପସ୍ଵିନୀ ବୋହୁ ର ଅଧିକାର ଜଣେ ସ୍ତ୍ରୀ ଅଧିକାର ପାଇଁ ନିଜ ଶାଶୁଘରେ ଦୁଆରେ ଅନେକ ଦିନ ବସିଥିଲେ ତେବେ ଏହି ବସିଥିବା ସମୟ ରେ ଅନେକ ଭିଡିଓ ଅଡିଓ କ୍ଲିପ ବହୁ ପରିମାଣ ରେ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ସମୟ ଏହି ଦୁଇ ଙ୍କ ବିବାଦ କୁ ନେଇ ଆସି ଯାଇଛି ଆଉ ଏକ ନୂଆ ମୋଡ । ହଁ ବନ୍ଧୁ ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ ନେଇ ବର୍ତ୍ତମାନ ସମୟ ରେ ହାଇକୋର୍ଟ ଦେଇଛନ୍ତି ଆଉ ଏକ ରାୟ ।


ତେବେ ଆପଣ ମାନେ ଜାଣିଥିବେ ଯେ ସୁମିତ ପ୍ରତି ମାସ ରେ ତପସ୍ଵିନୀ ଙ୍କୁ ୧୭ ହଜାର ଟଙ୍କା ଦେଉଥିଲେ । ତେବେ ବର୍ତ୍ତମାନ ଆଉଥରେ କାଉଁସିଲିଙ୍ଗ ହୋଇଥିଲା ଏବଂ ଏହାର ପରବର୍ତ୍ତୀ ଶୁଣାଣି ୧୩ ରେ ହେବ ବୋଲି କୁହାଯାଇଛି । ତେବେ ବର୍ତ୍ତମାନ ତପସ୍ବିନୀ ନିଜର ପ୍ରତିକ୍ରିୟା ରଖୁ ରଖୁ କାନ୍ଦି ପକେଇଛନ୍ତି । ତେବେ ଆଜି କାଉନସେଲିଂ ହେଲା ।

ସେ ମୋ ବିରୁଦ୍ଧରେ କିଛି କହି ନଥିଲେ କି ମୁଁ ତାଙ୍କ ବିରୁଦ୍ଧରେ କିଛି କହିନି । ମାନ୍ୟବର ହାଇ କୋର୍ଟ ମଧ୍ୟସ୍ଥ କେନ୍ଦ୍ରରେ ଆଜି ଥିଲେ ସୁମିତ ଓ ତପସ୍ଵିନୀ । ଉଭୟଙ୍କୁ ଆଜି ହଜାର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବହୁତ ଦିନର ବ୍ୟବଧାନ ପରେ ଆଜି ଆଖିରେ ଆଖି ମିଶିଥିଲା । ଅତି ପାଖରୁ ଦେଖିଥିଲେ ଦୁହେଁ ଦୁହିଁଙ୍କୁ । ମନେ ପଡ଼ି ଯାଇଥିଲା ସେହି ପୁରୁଣା ପ୍ରେମ ଓ ପୁରୁଣା ଦିନ ।

ଖେଳି ଯାଇଥିଲା ଦେହରେ ସିଂହରଣ । ତେବେ ସୁମିତ ତପସ୍ଵିନୀଙ୍କ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁହେଁ ଭଡ଼ା ଘରେ ରହିବାକୁ କୁହା ଯାଇଥିଲା । ତେବେ ସୁମିତ ତାଙ୍କୁ ନିଜ ଘରର ସଦସ୍ୟ ବୋଲି କହିଥିବାର ଶୁଣି ସେ ଖୁସି ହୋଇ ଯାଇଥିଲେ ଏବଂ କହିଥିଲେ ଦୀର୍ଘ ୪୧ ଦିନର ତପସ୍ୟା ତାଙ୍କ ଘର ଆଗରେ ବସି ରହିବା ଟା ହୁଏତ ଆଜି ମୋ ପାଇଁ ସଫଳ ହେଲା । ତେବେ ସେ ଜୀଵନ ଯାକ ଏହି କଥା କୁ ମାନନ୍ତୁ କୁ ମୁଁ ତାଙ୍କ ସ୍ତ୍ରୀ ଏବଂ ସେ ମୋ ସ୍ୱାମୀ ବୋଲି ।


ତେବେ ଏହା କହି ସେ କାନ୍ଦି ପକାଇ । ଥିଲେ । ଯାହାକି ସୁମିତ ଘର ଭଡ଼ା ନେଇଥିଲେ । ଆଜି ପୁଣି କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ଦୁହେଁ ପହଞ୍ଚିଥିଲେ କୋର୍ଟରେ । ବହୁତ ଦିନ ପରେ ଦେଖା ହୋଇଥିଲା । ଆଉ ତପସ୍ଵିନୀ ନିଜ କୋହକୁ ସମ୍ଭାଳି ପାରି ନଥିଲେ ସୁମିତଙ୍କୁ ପାଖରୁ ଦେଖି । ଆଖିରୁ ଝରି ପଡିଥିଲା ଲୁହ । ଦୁହିଙ୍କ ମନ ଟାଣି ନେଇଥିଲା ପାଖକୁ । ତେବେ ଦେଖିବା ବାକି ରହିଲା କି ୧୩ ତାରିଖରେ ପୁନଃ ମିଳନରେ ଦୁହିଙ୍କ ମୁହଁରେ ସେହି ହସକୁ ପୁଣି ତିଆରି ହେବାକୁ ଥିବା ସେହି ସୁନାର ସଂସାରକୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *