Odia Dhaga Dhamali- କଞ୍ଚା ହଳଦିଆ ପାଚିଲେ କଳା, ନକହି ପାରିଲେ ରାଜ୍ୟରୁ ପଳା, କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧:- କଞ୍ଚାବେଳେ ଲତପତ ପାଚିଗଲେ ଟାଣ ଏହାର ଉତ୍ତର କହିଦିଅ ରହିଲା ମୋ’ ରାଣ ?

ଉତ୍ତର:- ମାଟିହାଣ୍ଡି ।

୨:- କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ?

ଉତ୍ତର:- ଉକୁଣୀ ।

୩:- କହିଲ ଦେଖି କେଉଁ ଫଳର ଆଖି ତିନୋଟି ?

ଉତ୍ତର:- ନଡ଼ିଆ ।

୪:- କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ କି ଯିବ ସେ କହିଲ ଭାଇ ?

ଉତ୍ତର:- ଚିଙ୍ଗୁଡ଼ି ।

୫:- କାଠର ବାଛୁରୀ ପଥର ଗାଈ ଯେତେ ଦୁହୁଁଥିଲେ ପହ୍ନଉଥାଇ ?

ଉତ୍ତର:- ଚନ୍ଦନ କାଠ ପେଡ଼ି ।

୬:- ଗରମ ପାଇଲେ ଉପରେ ଉଡ଼େ ଶୀତଳ ପାଇଲେ ତଳକୁ ପଡେ ?

ଉତ୍ତର:- ବାଷ୍ପ ।

୭:- ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?

ଉତ୍ତର:- ଭେଣ୍ଡି ।

୮:- କଞ୍ଚା ହଳଦିଆ, ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା ?

ଉତ୍ତର:- ଖଜୁରୀ କୋଳି ।

୯:- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର:- ପଣସ ।

୧୦:-  କେଉଁ ଯିବାର ଗୋଟିଏ ମାତ୍ର ଶିଙ୍ଘ ଥାଏ ?

ଉତ୍ତର:- ଗଣ୍ଡା ।

୧୧:- ଅଭିମନ୍ୟୁ କାହାର ପୁତ୍ର ?

ଉତ୍ତର:- ସୁଭଦ୍ରା ।

୧୨:- ବିଶ୍ଵାବସୁ ଙ୍କ କନ୍ୟା କିଏ ?

ଉତ୍ତର:- ଲଳିତା ।

୧୩:- ଜଗନ୍ନାଥ ଓ ବଳଭଦ୍ରଙ୍କୁ କାଞ୍ଚି ଅଭିଯାନ ବେଳେ କିଏ ଦହି ପିଆଇ ଥିଲେ ?

ଉତ୍ତର:- ମାଣିକ ।

୧୪:- କେଉଁ ରୁଷି ବଙ୍କେଇ ବଙ୍କେଇ ଚାଳନ୍ତି ?

ଉତ୍ତର:- ଅଷ୍ଟବକ୍ର ।

୧୫:- ମହାଭାରତ ଅନୁସାରେ ପିତାମହ ଭୀଷ୍ମ ନିମ୍ନ ଲିଖିତ ମଧ୍ୟରୁ କାହା ପୁତ୍ର ଥିଲେ ?

ଉତ୍ତର:- ଗଙ୍ଗା ।

୧୬:- ଅଙ୍ଗରାଜ କର୍ଣ୍ଣଙ୍କ ପାଳିତ ମାତାଙ୍କ ନାମ କ’ଣ ?

ଉତ୍ତର:- ରାଧା ।

୧୭:- ଦୁର୍ଜଧନଙ୍କ ମାମୁଁ ଶକୁନି ଙ୍କ ରାଜ୍ୟର ନାମ କଣ ଥିଲା ?

ଉତ୍ତର:- ଗାନ୍ଧାର ।

୧୮:- ହନୁମାନ ଙ୍କ ପତ୍ନୀ ଙ୍କ ନାମ କ’ଣ ?

ଉତ୍ତର:- ସୁର୍ଭଚାଲା ।

୧୯:- ମାତା ସୀତା କେଉଁ ଦେଶରେ ଜନ୍ମ ହେଇଥିଲେ ?

ଉତ୍ତର:- ନେପାଳ ।

୨୦:- ହନୁମାନଙ୍କୁ କିଏ ଗଦା ପ୍ରଦାନ କରିଥିଲେ ?

ଉତ୍ତର:- କୁବେର ।

୨୧:- ଗଛଟି ଲଣ୍ଡା, ତା’ ଉପରେ ବସିଅଛି ଫକୀର ପଣ୍ଡା ।

ଉତ୍ତର:- ଚୁଲି ଉପରେ ହାଣ୍ଡି ।

୨୨:- ଏମିତି ଏକ ନାମ କୁହ ଯେଉଁତିରେ ତାଲା ଏବଂ ଚାବି ଦୁଇଟିଯାକ ରହିଅଛି ?

ଉତ୍ତର:- ଲକି ।

୨୩:- ଗାଈ କ୍ଷୀର ଦିଏ କୁକୁଡା ଅଣ୍ଡା ଦିଏ କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?

ଉତ୍ତର:- ଦୋକାନୀ ।

୨୪:- ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ ?

ଉତ୍ତର:- ରାଣ ।

୨୫:- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉତ୍ତର:- କୋଇଲି ।

୨୬:- କେଉଁ ଯିବାର ଚାରୋଟିପାକସ୍ଥଳୀ ଥାଏ ?

ଉତ୍ତର:- ଗାଈ ।

୨୭:- କେଉଁ ଜୀବ ତିନି ବର୍ଷ ଶୁଏ ?

ଉତ୍ତର;- ଗେଣ୍ଡା ।

୨୮:- କେଉଁ ଜୀବ ଛିଡା ହୋଇ ଶୁଏ ?

ଉତ୍ତର;- ଘୋଡା ।

୨୯:- କେଉଁ ଜୀବ ଶୁଏ ନାହିଁ ?

ଉତ୍ତର:- ପିମ୍ପୁଡି ।

୩୦:- କେଉଁ ଜୀବ ୧୦୦ ଟି ଶବ୍ଦ କରେ ?

ଉତ୍ତର:- ବିରାଡି ।

Leave a Reply

Your email address will not be published. Required fields are marked *