ଓଡିଶାରେ ଦେଖା ଦେଲାଣି ଧଳା କାଉ ! ମାଡି ଆସୁଛି କି ବିପଦ ? କଣ ସତ ହେବ ମାଳିକା ବଚନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଡି ଆସୁଛି ମହା ବିପତ୍ତି । ଆଗରୁ ଲିପିବଦ୍ଧ ହୋଇ ରହିଥିବା କେତେ ଗୁଡିଏ କଥା ବର୍ତ୍ତମାନ ସମୟରେ ଗୋଟି ଗୋଟି କରି ସତ୍ୟ ହେବାକୁ ଲାଗୁଅଚ୍ଛି । ହଁ ବନ୍ଧୁଗଣ ଓଡିଶାରେ ଦେଖା ଦେଇଛି ଏକ ଧଳା ରଙ୍ଗର କାଉ । ଏ କଥା ଶୁଣି ବହୁତ ଲୋକ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କାରଣ ସମସ୍ତଙ୍କୁ ଏହା ଜଣା କି ଯେ କାଉର ରଙ୍ଗ ମୁଖ୍ୟତଃ କଳା ହୋଇଥାଏ ।

ତେବେ କାଉର ରଙ୍ଗ ଧଳା ହେବ ତାହା ଏକ ଅସ୍ଵାଭାବିକ କଥା ପରି ମନେ ହେଉଛି । ତେବେ କଥାଟି ଅସ୍ଵାଭିକ ଲାଗିଲେ ମଧ୍ୟ ଏହା ହିଁ ହେଉଛି ସଂପୂର୍ଣ୍ଣ ସତ୍ୟ କଥା । କାରଣ ଓଡିଶାରେ କଳା କାଉକୁ ଆମେ ସବୁବେଳେ ଦେଖିଥାଉ । ହେଲେ ଓଡିଶାର ଏକ ଜାଗାରେ ଧଳା କାଉ ଦେଖିବାକୁ ମିଳିଛି ।  କୋରାପୁଟ ଜିଲ୍ଲାର ଦାମନଯୋଡି ଅଞ୍ଚଳରେ ଏହି କାଉଟି ଦୃଷ୍ଟି ଗୋଚର ହେଉଛି ।

ସୂଚନା ମୁତାବକ ଦାମନଯୋଡି ସ୍ଥିତ ମାଲୁସାନ୍ତା ସରକାରୀ ନୋଡାଲ ଉଚ ବିଦ୍ୟାଳୟ, ଆଲୁମାନା ବାଳିକା ଉଚ୍ଚ ବିଦ୍ୟାଳୟ ଓ ମାଠାଲପୁର ହାଟ ସମେତ ବହୁ ଗୁଡିଏ ଜାଗାରେ ଧଳା କାଉ ଉଡି ଉଡି ଘୂରିବୁଲୁଥିବାର ଖବର ମିଳିଛି । ବିଶେଷ କରି ସ୍କୁଲ ନିକଟସ୍ଥ ଏରିଆରେ ଧଳା କାଉକୁ ଦେଖିବାକୁ ମିଳୁଛି ।

ପିଲାମାନେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ସେଠାରେ ପଡିଥିବା ଖାଦ୍ୟକୁ ଖୁଣ୍ଟି ଖୁଣ୍ଟି ଧଳା କାଉଟି ଖାଉଛି । ତେବେ ଧଳା କାଉର ଗୁଣ କଳା କାଉର ଗୁଣ ସହିତ ସଂପୂର୍ଣ୍ଣ ଭାବରେ ସମାନ ରହୁଅଛି । ତେବେ ଏଥିରେ ବିଶେଷ ଭାବରେ କିଛି ଆଶ୍ଚର୍ଯ୍ୟ ହେବାର କଥା ନାହିଁ । ତେବେ ବିଜ୍ଞାନର କହିବା ଅନୁସାରେ କିଛି କାଉ ମାନଙ୍କ ଠାରେ ଆନୁବଂଶିକ ଗୁଣ ଯୋଗୁ ଧଳା କାଉ ଦେଖିବାକୁ ମଧ୍ୟ ମିଳିଥାଏ ।

ତେବେ ଏପରି କିଛି ମଧ୍ୟ କାଉ ରହିଛି । ଯାହାଙ୍କ ଶରୀରରେ କେଉଁଠି ନା କେଉଁଠି ଧଳା ରଙ୍ଗ ଥିବାର ଦେଖିବାକୁ ମିଳିଥାଏ । ତେବେ ପୌରାଣିକ କଥା ଅନୁସାରେ ପୂର୍ବ କାଳରେ କାଉ ମାନଙ୍କର ରଙ୍ଗ ଧଳା ଥିଲା । ତେବେ ଏକ ରୁଷିଙ୍କ ଅଭିଶାପ କାରଣରୁ କାଉର ରଙ୍ଗ କଳା ହୋଇଯାଇଥିଲା । ତେବେ ଏହି ପୌରାଣିକ ଗାଥା କେତେ ଦୂର ଠିକ ତାହା ତ ସେହି ପ୍ରାଚୀନ ଗ୍ରନ୍ଥ ପଢିଲେ ହିଁ ଜଣା ପଡିଥାଏ ।

ତେବେ ଏହା ଓଡିଶା ପାଇଁ କି ପ୍ରକାର ସଂକେତ ନେଇକରି ଆସିଛି । ତାହା ଜାଣିବା ପାଇଁ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *