କ’ଣ ଖାଇଲେ ରହିବେ ସୁସ୍ଥ ? ଡାଏଟିସିଆନ ଙ୍କ ମନ୍ତ୍ର- Nutritionist Niharika Dash

ବନ୍ଧୁଗଣ, ଖାଦ୍ୟ ର ମହତ୍ଵ ଆମ୍ଭ ଜୀବନରେ ବହୁତ ଅଧିକ ରହିଅଛି । ଆମ୍ଭେ ସବୁ ରୋଗରୁ ନିଜକୁ ଦୂରେଇ ରଖିବାକୁ ଚାହିଁଲେ, ଆମ୍ଭକୁ ଏକ ସୁସ୍ଥ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ । କିନ୍ତୁ ଆଜିଭଳି ବ୍ୟସ୍ଥତା ଭିତରେ ଆମ୍ଭେ ଏତେ ମାତ୍ରାରେ ବ୍ୟସ୍ତ ରହି ଯାଉଅଛୁ ଯେ ଆମ୍ଭେ ଆଜିକାଲି ଖାଦ୍ୟଠାରୁ ଡୁଆରେଇ ରହୁଅଛୁ ଅର୍ଥାତ ସନ୍ତୁଳିତ ଖାଦ୍ୟ ଖାଇବା ନିମନ୍ତେ ଆମ୍ଭକୁ ସମୟ ମିଳି ନଥାଏ । ମାତ୍ର ଯଦି ଆମ୍ଭେ ରୋଗକୁ ନିଜ ଠାରୁ ଦୂରେଇ ରଖିବାକୁ ଚାହୁଁଅଛୁ ତେବେ ଆମ୍ଭକୁ ଏକ ସନ୍ତୁଳିତ ଖାଦ୍ୟ ଖାଇବାର ଆବଶ୍ୟକ ।

ଆମ୍ଭର ଓଡିଆ ଖାଦ୍ୟ ବର୍ତ୍ତମାନ ଲୁପ୍ତ ହୋଇ ଗଲାଣି । ପୂର୍ବରୁ ଲୋକେ ମାଣ୍ଡିଆ ଖାଉଥିଲେ । ଏଥିରେ ବହୁତ ପରିମାଣରେ ନ୍ୟୁଟ୍ରିସନ ରହିଅଛି । ମାତ୍ର ଆମ୍ଭର ଓଡିଆ ଖାଦ୍ୟ ମାଣ୍ଡିଆ, ଛତୁଆ ର ଖାଇପାରିବେ । ସନ୍ତୁଳିତ ଆହାର ଆମ୍ଭେ କାହାକୁ କହିବା ? ଯେଉଁଥିରେ ନ୍ୟୁଟ୍ରିସନ ମିଶି ରହିଥାଏ ତାହାକୁ ସନ୍ତୁଳିତ ଖାଦ୍ୟ କୁହାଯାଇଅଛି । ଯଦି ଆପଣ ନିଜ କର୍ମ କ୍ଷେତ୍ରକୁ ଯାଉଛନ୍ତି ମାତ୍ର ଆପଣଙ୍କୁ ସମୟ ମିଳୁନାହିଁ ନିଜ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରିବା ନିମନ୍ତେ ତେବେ ଆପଣ ସାଲାଡ, ରାତିର ରୋଟି ତରକାରୀ ଅଥବା ଓଟ୍ସ ମଧ୍ୟ ଖାଇ ପାରନ୍ତି ।

ଯଦି ଆପଣ ମଧ୍ୟାନ ଭୋଜନ ଠିକ ସମୟରେ କରି ପାରୁ ନାହାନ୍ତି ତେବେ ଆପଣ ପଇଡ ପାଣି ଅଥବା ଏକ ଗ୍ଳାସ ଦହି ସର୍ବତ ସେବନ କରି ପାରନ୍ତି । ରାତିରେ ସର୍ବଦା ଅଳ୍ପ ଖାଦ୍ୟ ଖାଇବା ଆବଶ୍ୟକ ଏଣୁ ଆପଣ ସନ୍ଧ୍ୟା ସମୟରେ ଅଣ୍ଡାସିଝା, ସାଲାଡ ଖାଇ ପାରିବେ । ମନେ ରଖିବେ ରାତିରେ ସବୁବେଳେ ହାଲ୍କା ଖାଦ୍ୟ ଖାଇବେ । ଯାହା ଦ୍ଵାରା ସକାଳେ ଭଲ ଭାବରେ ଡାଇଜେଷ୍ଟ ହୋଇ ପାରିବ ।

ଆଜିକାଲି ର ଲାଇଫ ଷ୍ଟାଇଲ ଏଭଳି ହୋଇଯାଇଅଛି ଯେ ସମସ୍ତେ ପ୍ରାଏ ନି-ଶା-ଦ୍ର-ବ୍ୟ ର ସେବନ କରିବାରେ ଲାଗିଛନ୍ତି । ଏହିସବୁ ଜିନିଷ କୁ ଆପଣ ଆୟତରେ ଆଣି ପାରିବେ । ମାର୍କେଟ ରେ ଏଭଳି ଖାଦ୍ୟ ପଦାର୍ଥ ମିଳୁଅଛି ଯାହା କେବଳ ୨ ମିନିଟ ରେ ପ୍ରସ୍ତୁତ ହୋଇ ଯାଉଅଛି ଏଣୁ ଆପଣ ଏହିସବୁ ପ୍ରତି ଦୂରେଇ ରୁହନ୍ତୁ । ଆପଣ ତେଲ ମସଲା ଯୁକ୍ତ ଖାଦ୍ୟ ର ସେବନ ଆଦୌ କରନ୍ତୁ ନାହିଁ ।

ଏହା ସହିତ ଆପଣ ଖାଦ୍ୟ ସଠିକ ସମୟରେ ଖାଇବା ସହିତ ପାଣିର ସେବନ ମଧ୍ୟ କରନ୍ତୁ । ଜଳ ଆମ୍ଭ ଶରୀର ନିମନ୍ତେ ଅଧିକ ମାତ୍ରାରେ ଆବଶ୍ୟକ । ଏଣୁ ଏହିସବୁ କଥା ପ୍ରତି ଧ୍ୟାନ ରଖନ୍ତୁ । ଆପଣ ନିରୋଗୀ ରହିବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *