ଜଲ୍ଦି ପ୍ରେଗନେଣ୍ଟ ହେବା ପାଇଁ କେଉଁ ଦିନ ସହବାସ କରିବେ, ଜାଣନ୍ତୁ ଏହାର ସଠିକ ନିୟମ- Health Tips

ବନ୍ଧୁଗଣ, ଗର୍ଭବତୀ ହେବା ପ୍ରତ୍ୟକ ମହିଳାଙ୍କ ଜୀବନର ଏକ ସୁଖଦ ଅନୁଭୂତି ଅଟେ । ମାତ୍ର କେତେକ ମହିଳା ଏହି ଅନୁଭୂତି ଠାରୁ ବଞ୍ଚିତ ରହୁଛନ୍ତି । ସେମାନେ ଯେତେ ଚେଷ୍ଟା କରିଲେ ମଧ୍ୟ ଗର୍ଭବତୀ ହୋଇ ପାରୁ ନାହାଁନ୍ତି । ଏହାର ମୁଖ୍ୟ କାରଣ ହେଉଅଛି ସଠିକ ସମୟରେ ସହବାସ ନ କରିବା । ଗର୍ଭ ରହିବା ନିମନ୍ତେ ସଠିକ ସମୟରେ ସହବାସ କରିବା ନିତ୍ୟନ୍ତ ଜରୁରୀ ହୋଇଥାଏ । ପ୍ରତ୍ୟକ ମାସରେ ଏଭଳି ଅନେକ ଦିନ ରହିଅଛି, ଯେଉଁ ଦିନ ସହବାସ କରିଲେ ମହିଳା ମାନେ ନିଶ୍ଚିତ ଗର୍ଭବତୀ ରହିଥାନ୍ତି ।

ଏହି ଦିନ ଗୁଡିକ ପ୍ରତ୍ୟକ ମହିଳା ଙ୍କ ନିମନ୍ତେ ଅଲଗା ଅଲଗା ହୋଇଥାଏ । ଏହିଦିନ ଗୁଡିକ ମହିଳା ମାନଙ୍କର ମାସିକ ଧର୍ମ ଅନୁଯାୟୀ ନିର୍ଭର କରିଥାଏ । ସହବାସ ର ସଠିକ ଦିନ ଗଣନା କରିବା ନିମନ୍ତେ ମାସିକ ଋତୁସ୍ରାବ ର ଚକ୍ର କୁ ବୁଝିବାକୁ ହେବ । ମହିଳାଙ୍କ ଋତୁସ୍ରାବ ଆରମ୍ଭ ହେବାର ଦିନଟି ହେଉଛି ଏହି ଦିନର ପ୍ରଥମ ଦିନ । ଏହାର ୬ ଦିନ ପରେ ମାସିକ ଧର୍ମ ବନ୍ଦ ହୋଇଯାଏ । ଏହା ପରେ ମହିଳା ଙ୍କ ଅଣ୍ଡାଶୟ ରେ ଗୋଟିଏ ଅଣ୍ଡା ଡ଼େଭଲପ ହେବାକୁ ଲାଗେ ।

ଏହି ଅଣ୍ଡା ବିକଶିତ ହେବା ନିମନ୍ତେ ୫ ଦିନ ସମୟ ନେଇଥାଏ । ଏହାକୁ ଓଭାଲେସନ କୁହନ୍ତି । ଏହି ଅଣ୍ଡା ପୁରୁଷ ଙ୍କ ଡିମ୍ବାଣୁ ଅଥବା ସ୍ପର୍ମ ସହିତ ଭେଟିବାକୁ ଗର୍ଭାଶୟ ରେ ଆସି ଅପେକ୍ଷା କରିଥାଏ । ଓଭାଲେସନ ହେବା ଦିନ ଠାରୁ ପରବର୍ତୀ ୫ ଦିନ ହେଉଛି ସହବାସ କରିବା ନିମନ୍ତେ ସଠିକ ସମୟ । ପିରିଅଡ ଆରମ୍ଭ ହେବା ଦିନ ଠାରୁ ୧୧ ଦିନ କୁ ଛାଡିଦେଲେ ପରେ ଲଗାତାର ୫ ଦିନ ପରେ ସହବାସ କରିବା ଫଳରେ ଗର୍ଭଧାରଣ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ।

ଯଦି ଏହି ସମୟରେ ପୁରୁଷ ର ସ୍ପର୍ମ ସ୍ତ୍ରୀ ର ଅଣ୍ଡା ସହିତ ମିସିଯାଏ ତେବେ ଗର୍ଭ ଧାରଣ ହୋଇଯାଏ । ପିରିଅଡ ହେବାର ୨୦ ଦିନ ପରେ ପ୍ରେଗନେଣ୍ଟ ହେବାର ସମସ୍ୟା ବହୁତ କମିଯାଇଥାଏ । ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ଗର୍ଭ ଧାରଣ ହୋଇପାରି ନଥାଏ । ଏଣୁ ଯଦି ଆପଣ ଗର୍ଭ ଧାରଣ କରିବାକୁ ଚାହୁଞ୍ଚନ୍ତି ତେବେ ଆପଣ ମାନେ ନିଜ ପିରିୟଡ୍ସ ର ଉଚିତ ତାରିଖ କୁ ମନେ ରଖନ୍ତୁ ।

ସେହି ଦିନରୁ ୧୧ ଦିନ ଛାଡି ପ୍ରତ୍ୟକ ଦିନ ସହବାସ କରନ୍ତୁ । ପୁରୁଷଙ୍କ ସ୍ପର୍ମ ସ୍ତ୍ରୀ ଙ୍କ ଗର୍ଭାଶୟ ଭିତରକୁ ଗଲା ପରେ ୨୪ ରୁ ୪୮ ଘଣ୍ଟା ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ । ଏଣୁ ଗର୍ଭାଧନ ସମୟରେ ସୁସ୍ଥ ସ୍ପର୍ମ କୁ ଜୀବିତ ରଖିବା ନିମନ୍ତେ ପ୍ରତ୍ୟକ ୨୪ ଘଣ୍ଟାରେ ଥରେ ସହବାସ କରିବା ଆବଶ୍ୟକ । ଏହା ବ୍ୟତୀତ ଆହୁରି କେତେକ ଦିଗ ପ୍ରତି ମହିଳା ମାନଙ୍କୁ ଧ୍ୟାନ ଦେବା ଆବଶ୍ୟକ । ସହବାସ କରିବାର ୩୦ ମିନିଟ ପର୍ଯ୍ୟନ୍ତ ମହିଳା ମାନଙ୍କୁ ବେଡ ରେ ଶୋଇରହିବା ଆବଶ୍ୟକ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *