ଏମିତି କରୁଥିଲେ ଯମରାଜା ବି ଆପଣଙ୍କୁ ଡରିବେ…Ajira Anuchinta

ବନ୍ଧୁଗଣ, ଦିନେ ଯମରାଜା ବସି ବିଚାର କରୁଥିଲେ । ଏବଂ ଗୋଟିଏ ହାତୀ ମର୍ତ୍ୟପୁରରେ ପ୍ରାଣତ୍ୟାଗ କରିଲା । ଏହାପରେ ପାପପୂଣ୍ୟ ବିଚାର ହେବା ନିମନ୍ତେ ସେ ଯମଦ୍ଵାର କୁ ଗଲା । ଯମରାଜା ହାତୀ ଙ୍କୁ ଦେଖି କହିଲେ ତୁ ଏତେ ବିଶାଳ ଶରୀର ପାଇଛୁ ମାତ୍ର ଜଣେ ମଣିଷ ତୋତେ ପୋଷା ବନାଇ ରଖୁଛି ତୋତେ ଲାଜ ଲାଗୁନାହିଁ ? ତୁ ଯଦି ଗୋଟିଏ ଗୋଡ ବାଡେଇ ଦେବୁ ଦୁଇ ତିନି ମଣିଷ ସାଙ୍ଗେ ସାଙ୍ଗେ ମରିଯିବେ ।

ଏହା ପରେ ହାତୀ ଜଣଙ୍କ କହୁଛି ଯେ ମୁଁ ମଣିଷର ଦାସ ହୋଇଛି ବୋଲି କହୁଛନ୍ତି ? ଯମରାଜ କହିଲେ ହଁ । ଏହାପରେ ହାତୀ କହିଲା ଆପଣ ମଣିଷ ମାନଙ୍କୁ ଜାଣିନାହାଁନ୍ତି କି ଚିହ୍ନି ନାହାଁନ୍ତି । ଆପଣ ଜିଅନ୍ତା ମଣିଷ ଙ୍କୁ ଦିନେ ନେଇ ଆସନ୍ତୁ ଏହାପରେ ଜାଣିପାରିବେ ନିଜେ ସବୁ । ଏହାପରେ ଯମରାଜ କହିଲେ ମୁଁ ଏଠି ହଜାର ହଜାର ମଣିଷ ଙ୍କୁ ଦେଖୁଛି, ହାତୀ କହିଲା ଏ ସବୁ ମୃତ ମାତ୍ର ଆପଣ ଜିଅନ୍ତା ମଣିଷ ଙ୍କୁ ଭେଟନ୍ତୁ ଏହା ପରେ ନିଜେ ଜଣାଇପାରିବେ ।

ଏହାଶୁଣି ଯମରାଜ ନିଜ ଦୂତ ମାନଙ୍କୁ ପଠାଇ କହିଲେ ଜାଅ, ପୃଥିବୀ ଲୋକରୁ ଜିଅନ୍ତା ମଣିଷ କୁ ନେଇ ଆସ । ଦୂତ ମାନେ ଏହାଶୁଣି ଧାଇଁ ଗଲେ ଏବଂ ଖଟରେ ଶୋଇଥିବା ଏକ କବି କୁ ଉଠାଇ ନେଲେ ଯମରାଜଙ୍କ ନିକଟକୁ । ସେଠାରେ ପହଞ୍ଚିବା ପୂର୍ବ ରୁ ଅଧ ରାସ୍ତାରେ କବିଟିର ନିଦ ଭାଙ୍ଗିଲା ଏବଂ ସେ ଉଠି ଦେଖିଲେ ଯେ ୪ ଜଣ ଲୋକ ତାଙ୍କୁ ଉଠାଇ ନେଉଛନ୍ତି । ସେ ପଚାରିଲେ ତୁମେ କିଏ ସେ କହିଲେ ଆମେ ଯମଦୂତ ତୁମକୁ ନେଇ ଯାଉଛୁ ।

ଏହା ଶୁଣି କବି ପାଖରେ ରଖିଥିବା କାଗଜ କଲମ ଦ୍ଵାରା ଦୁଇ ଧାଡି ଲେଖିଦେଲେ ଏବଂ ପୁଣି ଶୋଇପଡିଲେ । ଏହାପରେ ସେ ଯମ ଙ୍କ ନିକଟରେ ପହଞ୍ଚିବା ପରେ ଯମରାଜ ଙ୍କର ଜୟ ହେଉ କହି କବି ହାତରେ ଧରିଥିବା ଚିଠି ଟି ଯମରାଜ ଙ୍କୁ ଦେଇଦେଲେ ଏବଂ ସେଥିରେ ଲେଖାଥିଲା । “ଯମରାଜ ମୁଁ ମୋର ଗୁମାସ୍ତା ଙ୍କୁ ତୁମ ନିକଟକୁ ପଠାଉଛି । ତାହାର ଧ୍ୟାନ ରଖିବା ଇତି ନାରାୟଣ” । ଏହା ଦେଖି ଯମରାଜ ନିଜ ସିଂହାସନ ରୁ ଉଠି କବି ଜଣଙ୍କୁ ଆଜ୍ଞା ଆପଣ କହି ବସିବାକୁ କହିଲେ ।

ଏହାପରେ ସବୁ ଆତ୍ମା ର ଧାଡି ଉପସ୍ଥିତ ହେଲା । ଏବଂ ଯମରାଜ ଚୁପ ଛିଡାହେଲେ କବି ଜଣଙ୍କ ସେମାନଙ୍କ ପାପପୂଣ୍ୟ ର ବିଚାର କରିଲା । ସମସ୍ତଙ୍କୁ ବୈକୁଣ୍ଠ କୁ ପଠାଇ ଦେଲା । ବୈକୁଣ୍ଠ ରେ ଏତେ ଆତ୍ମା ଙ୍କ ଗହଳୀ ଦେଖି ନାରାୟଣ ଆସି ଯମ ଙ୍କୁ ଡକାଇ ସବୁ କଥା ପଚାରିଲେ । ଯମରାଜ କହିଲେ ଯେ ଆଜ୍ଞା ଆପଣ ଗୁମାସ୍ତା ଙ୍କୁ ପଠାଇଛନ୍ତି ସେ ଏହିଭଳି କରୁଛନ୍ତି ।

ଭଗବାନ ନାରାୟଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଯମପୁର କୁ ଆସିଲେ ଦେଖିବାକୁ ଭଗବାନ ଙ୍କୁ ପାଖରେ ଦେଖି କବି ଜଣଙ୍କ ଉଠିପଡି ନତମସ୍ତକ ହେଲେ । ଏବଂ ନାରାୟଣ ପଚାରିବାରୁ କବି ଙ୍କୁ ତୁମେ କିଏ ବୋଲି କବି କୁହନ୍ତି ଆଜ୍ଞା ମତେ ଆପଣ ପଠାଇଛନ୍ତି ଏଠାକୁ । ନାରାୟଣ କହିଲେ କେତେବେଳେ ପଠାଇଲି ? କବି କହିଲେ ଆପଣ ଗୀତା ରେ ଲେଖିଛନ୍ତି ଯେ ମୋ ବିନା ଆଜ୍ଞାରେ ତଥା ଏ ସଂସାରରେ ଯିଏ ଯାହା କରୁଛି ସବୁ ମୋ ଦ୍ଵାରା ହିଁ ହେଉଛି । ଏଣୁ ଏ ସବୁ ଆପଣ ହିଁ କରାଉଛନ୍ତି ।

ଏହାପରେ ନାରାୟଣ କହିଲେ ଏବେ ତୁମ୍ଭେ ଜାଅ । ମାତ୍ର କବି କହିଲେ ଆପଣ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏ ସଂସାରରେ ସବୁ ତ୍ୟାଗ କରି ମୋ ସରଣରେ ଆସି ରୁହ ବୈକୁଣ୍ଠ ଲାଭ ଏବଂ ସଦଗତି ହେବ । ଏଣୁ ମୁଁ ଆପଣଙ୍କୁ ସମ୍ମୁଖରେ ପାଇଲି ଏବଂ କିଭଳି ଆପଣଙ୍କୁ ଛାଡି ଜୀବି ବର୍ତ୍ତମାନ ମୁଁ ବୈକୁଣ୍ଠ ରେ ଆପଣଙ୍କ ସହ ରହିବି । ଏହା ଦେଖି ହାତୀ ଟି ଯମରାଜ ଙ୍କୁ କହିଲା ଆଜ୍ଞା ଦେଖିଲେ ମଣିଷ ର ବୁଦ୍ଧି ? ଏଥର ବୁଝି ପାରିଲେ ? ଯମରାଜ କହିଲେ ସତରେ ମଣିଷ ଙ୍କ ବୁଦ୍ଧି ବିଶାଳ ତଥା ତୀକ୍ଷଣ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *