କରୋନା ର ମୁକାବିଲା କରିବ ବାସି ପଖାଳ, ଏମ୍ସ ଡାକ୍ତର ଦେଲେ ପରାମର୍ଶ ! କ’ଣ କହୁଛି ପଖାଳ ଗବେଷଣା ? ପଖାଳ ଖାଉଥିଲେ ଜଲ୍ଦି ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ନିଜ ନିତ୍ୟ ଜୀବନ ରେ ଖାଉଥିବା ପଖାଳ ରୁ ଆପଣଙ୍କୁ ମିଳିବ ସବୁଠାରୁ ଅଧିକ ଇମ୍ୟୁନିଟି ପାୱାର । ଭୁବନେଶ୍ୱର ର ଏମ୍ସ ର ଡାକ୍ତର ଙ୍କ ଗବେଷଣା ରୁ ଜଣା ପଡ଼ିଛି ଯେ, ପଖାଳ ରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି ।

ଡାକ୍ତର ବାଲମୁର୍ଗାନ୍ ରାମଦୋସ ଗଣେଷଣା ମାଧ୍ୟମରେ ଏଭଳି କଥା କହୁଛନ୍ତି । ତାଙ୍କ କହିବାନୁଯାୟୀ ବାସୀ ପଖାଳ ରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀର ରେ ରୋଗ ସହିତ ଲଢ଼େଇ କରିବାରେ ସକ୍ଷମ ହୋଇଥାଏ । ରାତିରେ ପଖାଳି ଥିବା ତୋରାଣୀ ରେ ଭିଟାମିନ ବି12 ଓ ଭିଟାମିନK ରହିଥାଏ ।

ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ରାତିରେ ଭାତ କୁ ପଖାଳିବା ଦ୍ୱାରା କିଛି ସମୟ ପରେ ଏଥିରେ ଲାକ୍ଟୋବାସୀଲସ ନାମକ ସକରାତ୍ମକ ଜୀବାଣୁ ସୃଷ୍ଟି ହୋଇଥାଏ । ଏହାକୁ ଖାଇବା ପରେ ପାଚନ କ୍ରିୟା ରେ ସହାୟକ ହୋଇଥାଏ । ଦେଶ ତଥା ବିଭିନ୍ନ ରାଜ୍ୟ ରୁ ପଖାଳ ର ନମୁନା କୁ ସଂଗ୍ରହ କରି ଗବେଷଣା କରିବା ପରେ ଏହି ତଥ୍ୟ ସାମ୍ନା କୁ ଆସିଛି ।

ହୋଟେଲ ନୁହେଁ ବରଂ ଘରେ ପ୍ରସ୍ତୁତ ହୋଇଥିବା ପଖାଳ ରେ ଅଧିକ ଇମ୍ୟୁନିଟି ପାୱାର ରହିଥାଏ । ଏଭଳି ପରିସ୍ଥିତି ରେ ସମସ୍ତ ବ୍ୟକ୍ତି ଙ୍କ ଘରେ ସହଜରେ ପଖାଳ ଉପଲବ୍ଧ ହୋଇଥାଏ ଏବଂ ଏହି ଗବେଷଣା ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଜଣେ ବ୍ୟକ୍ତି ଦିନକୁ ୫ ମିଲି ଲିଟର ବାସୀ ତୋରାଣୀ ପିଇବା ଦ୍ୱାରା ଶରୀର ରେ ଇମ୍ୟୁନିଟି ପାୱାର ବଢ଼ିଥାଏ ।

ବାସୀ ପଖାଳ ଖାଇବା ଦ୍ଵାରା ଏହା ଶରୀର ରେ ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ ଏବଂ ଭିଟାମିନ ବି12 ଓ ଭିଟାମିନK ତିଆରି କରିଥାଏ । ଯାହା ଶରୀର ରେ ସୃଷ୍ଟି ବିଭିନ୍ନ ରୋଗ ସହିତ ଲଢ଼ିବା ନିମନ୍ତେ ସକ୍ଷମ ହୋଇଥାଏ । ଯାହାଫଳ ରେ ଆମ ଶରୀର ସୁସ୍ଥ ରହିଥାଏ । ଏହି ତଥ୍ୟ କରାଯାଇଥିବା ଗବେଷଣା ମାଧ୍ୟମରୁ ଜଣା ପଡ଼ିଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *