Special Report: କଣ ଜୁଲାଇ 1 ରୁ ଅନଲକ ହେବ Odisha ? ଜାଣନ୍ତୁ କଣ ରହିବ ଜୁଲାଇ ଗାଇଡଲାଇନ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।

ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ଆସନ୍ତା ଜୁଲାଇ ମାସ ଠାରୁ ଲକଡାଉନ କଟକଣା କୁ କୋହଳ କରାଯିବା ବିଷୟ ରେ ଚିନ୍ତା କରାଯାଉଛି । ତେବେ ବର୍ତ୍ତମାନ ଜୁଲାଇ ମାସ ପାଇଁ ସରକାର ଙ୍କ ଦ୍ଵାରା ପ୍ରସ୍ତୁତ ଗାଇଡ଼ ଲାଇନ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ କେଉଁଥିରେ କଟକଣା କୋହଳ କରାଯିବା ଇ କେଉଁଥିରେ କଟକଣା କଡା କରାଯିବ ସେ ବିଷୟରେ କିଛି ଟା ଆକଳନ କରାଯାଉଛି ।

କରୋନା ରେ ଜୀବନ ସହିତ ସଂଘର୍ଷ ଚାଲୁଥିବା ବେଳେ ଜୀବିକା ସହିତ ମଧ୍ୟ ସଂଘର୍ଷ ଚାଲିଛି । ତେବେ ଏହି ସବୁ କୁ କିପରି ସମାନ୍ତରାଳ କରାଯିବ ସେ ବିଷୟ ରେ ଆଲୋଚନା କରାଯାଉଛି । ଲଗାତାର ଭାବରେ ଯଦି ଲକଡାଉନ କୁ ବଳବତ୍ତର ରଖାଯାଏ ତେବେ ଜୀବିକା ଉପରେ ଏହାର ବହୁତ ପ୍ରଭାବ ପଡିବ ।

ତେବେ ତିନି ଚାରି ଦିନ ମଧ୍ୟରେ ସରକାର ଜୁଲାଇ ମାସ ଗାଇଡ଼ ଲାଇନ ପାଇଁ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ରେଡ଼ ଜୋନ ଗୁଡିକ ରେ ଆଂଶିକ ଭାବରେ ଲକଡାଉନ କଟକଣା କୁ ରଖାଯାଇଛି । ତେବେ ଜୁଲାଇ ମାସ ରେ ରେଡ଼ ଜୋନ ରେ ଥିବା ଜିଲ୍ଲା ରୁ ଲକଡାଉନ କଟକଣା କୁ କୋହଳ କରାଯିବ କି ନାହିଁ ସେ ବିଷୟ ରେ ସରକାର ବିଚାର କରୁଛନ୍ତି ।

ବର୍ତ୍ତମାନ ୩ ଜିଲ୍ଲା ରେ ଦୈନିକ ୧୦୦୦ ରୁ ଅଧିକ ସଂକ୍ରମଣ ରହୁଛି । ତେବେ ଏହି ସମୟ ରେ ସରକାର ବିଶେଷ ଭାବରେ ଧ୍ୟାନ ଦେବେ ଯେ ରେଡ଼ ଜୋନ କୁ କିପରି ଏଲୋ ଜୋନ ରେ ପରିଣତ କରିବେ ଓ ଯେଉଁ ଜିଲ୍ଲା ଗୁଡିକ ଏଲୋ ଓ ଅରେଞ୍ଜ ଜୋନ ମଧ୍ୟ ରେ ରହିଛି ତାକୁ ଆଉ ରେଡ଼ ଜୋନ ହେବାକୁ ଦେବେ ନାହିଁ ।

ତେବେ ଏହି ପରି ସମୟ ରେ ସରକାର ରେଡ଼ ଜୋନ ଗୁଡିକ ରେ କଟକଣା କୁ କଡାକଡି କରିବେ ବୋଲି ଆକଳନ କରାଯାଉଛି । ଏହା ସହିତ ଅନ୍ୟ ସ୍ଥାନ ରେ ଆଂଶିକ ଭାବରେ ଲକଡାଉନ କୁ କୋହଳ କରିବେ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ବର୍ତ୍ତମାନ ଗମନାଗମନ କ୍ଷେତ୍ର ରେ ସରକାର କଣ ପଦକ୍ଷେପ ନେବେ ସେ ବିଷୟ ରେ କିଛି ଆକଳନ କରାଯାଇ ପାରୁ ନାହିଁ ।

ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତାମତ କଣ ? ଲକଡାଉନ ଉଠିବା ଆବଶ୍ୟକ କି ନୁହେଁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *