ଦେଖନ୍ତୁ Video : ପୁଣି Live ଆସି ଛନ୍ଦିତା ନିଜ ବିବାହକୁ ନେଇ କଲେ ଏହି ବଡ ଖୁଲାସା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଆମର ମନୋରଞ୍ଜନ କରିବା ପାଇଁ ଧାରାବାହିକ ଦେଖିଥାଉ । ଏହି ଧାରାବାହିକ ର କାହାଣୀ ଓ ଚରିତ୍ର ଗୁଡିକ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିଥାଏ । ବର୍ତ୍ତମାନ ଓଡ଼ିଆ ଧାରାବାହିକ ର ଚାହିଦା ବହୁତ ବଢି ଯାଇଛି ।

ଆପଣ ମାନେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତାଙ୍କୁ ସମସ୍ତେ ଲିସା ନାମରେ ଜାଣିଥାନ୍ତି । ତେବେ କିଛି ଦିନ ପୂର୍ବରୁ ସେ ତୁଷାର ଙ୍କ ସହିତ ନିଜର ବ୍ରେକ ଅପ ହେବାର କାରଣ ବିଷୟ ରେ ଲାଇଭ ରେ କିଛି ଏହି ପରି କହିଥିଲେ । ତାଙ୍କୁ କେହି ଜଣେ ଲାଇଭ ରେ ପ୍ରଶ୍ନ ପଚାରିଥିଲେ ଯେ ଆପଣ ଚନ୍ଦନ ଭାଇ ଙ୍କୁ କେବେ ବିବାହ କରିବେ ।

ଏହି ପ୍ରଶ୍ନ ରେ ସେ କହିଥିଲେ ଚନ୍ଦନ ବର୍ତ୍ତମାନ ବାହା ହୋଇ ତାଙ୍କର ପିଲା ହୋଇ ସାରିଲାଣି । ସେ ଚରିତ୍ର ରେ ଥିବା ସମୟ ରେ ବିବାହିତ ପୁଅ ଙ୍କ ପଛରେ ପଡ଼ିଥାନ୍ତି । ଅସଲ ଜୀବନ ରେ ସେ ବିଲକୁଲ ବି ସେମିତି ନୁହଁନ୍ତି । ସେ କହିଥିଲେ ସେ ବର୍ତ୍ତମାନ ନିଜର ନୂଆ ଧାରାବାହିକ କୁ ନେଇ ବହୁତ ଖୁସି ଅଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ସମୟ ହିଁ ନାହିଁ ବିବାହ କରିବା ପାଇଁ କାରଣ ତାଙ୍କୁ ବର୍ତ୍ତମାନ ଛୁଟି ମିଳିବ ନାହିଁ । ଆଉ କେହି ଜଣେ ପ୍ରଶ୍ନ କରିଥିଲେ ଆପଣଙ୍କ ର ଓ ଚନ୍ଦନ ଭାଇ ଙ୍କ ଯୋଡି ବହୁତ ଭଲ ଥିଲା ।

ଏହି ପ୍ରଶ୍ନ ରେ ସେ କହିଥିଲେ ଥିଲା ନୁହେଁ ବର୍ତ୍ତମାନ ମଧ୍ୟ ଅଛି । ସେ ଆଗକୁ ଆଉ ଏକ ଧାରାବାହିକ ରେ ସାଥି ହୋଇ ଆସୁଛନ୍ତି । ଏହି ଧାରାବାହିକ ର ନାମ ହେଉଛି “ମଙ୍ଗୁଳା କନ୍ୟା” । ଏହି ଧାରାବାହିକ ରେ ସେ ଏକ ଜବରଦସ୍ତ ଚରିତ୍ର ରେ ନଜର ଆସିବେ ।

ପୂର୍ବ ରୁ ଆପଣ ଯେତିକି ଭଲ ପାଉଥିଲେ ଏଥିରେ ମଧ୍ୟ ତାଙ୍କୁ ସେତିକି ହିଁ ଭଲ ପାଇବେ ବୋଲି ସେ କହିଥିଲେ । ଏହା ବ୍ୟତୀତ ଆହୁରି ମଧ୍ୟ ବହୁତ ଜଣ ଭଲ ଭଲ କଳାକାର ଏହି ଧାରା ବାହିକ ରେ ଆପଣ ମାନଙ୍କୁ ଦେଖିବାକୁ ମିଳିବେ । ଏହା ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେବାକୁ ଯାଉଛି । ଶେଷ ରେ ସେ କହିଥିଲେ ଏହି ଧାରାବାହିକ ଟି ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *