ଋଷ-ୟୁକ୍ରେନ ଗଠନମୂଳକ ଆଲୋଚନାର ପ୍ରଭାବ, ହଠାତ କମିଲା ତୈଳ ଦର, ଦେଖନ୍ତୁ କେତେ କମିଲା…

ବନ୍ଧୁଗଣ କରୋନା ମହାମାରୀର ତୃତୀୟ ଲହର ପରଠାରୁ ଦେଶରେ ତୈଳ ଦର ବଢିବାରେ ଲାଗିଛି । ଏବେ ତୈଳ ଦର ୧୦୦ ଟଙ୍କାରୁ ଅଧିକ ରହିଛି । ତୈଳ ଦରକୁ ନେଇ ଲୋକ ମାନଙ୍କର ଚିନ୍ତା ବଢିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୋଇଯାଇଛି ଯାହା ଅଶୋଧିତ ତୈଳ ଦର ବୃଦ୍ଧିର ଏକ ବିଶେଷ କାରଣ ମଧ୍ୟ ପାଲଟିଛି । ହେଲେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଖୁସି ହୋଇଯିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ୨୮ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ଏହାରି ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଋଷ ୟୁକ୍ରେନ ଗଠନ ମୂଳକ ଆଲୋଚନାର ପ୍ରଭାବ ସକାରାତ୍ମକ ରହିଛି । ଏହା କାରଣରୁ ହଠାତ ତୈଳ ଦର କମି ଯାଇଛି । ଏହି ଗଠନ ମୂଳକ ଆଲୋଚନାର ପ୍ରଭାବରେ ଅଶୋଧିତ ତୈଳ ଦର ୬ ପ୍ରତିଶତ ତଳକୁ ଖସିଛି ।

ମିଡିଆ ରିପୋର୍ଟସ ଅନୁସାରେ ବ୍ୟାରେଲ ପିଛା ୧୦୬ ଆମେରିକୀୟ ଡଲାରକୁ ହ୍ରାସ ପାଇଛି ତୈଳ ଦର । ସେହି ପରି WTI ୬ ପ୍ରତିଶତ ତୈଳ ଦର ହ୍ରାସ ପାଇଁ ୯୯.୬ ଡଲାରରେ ରହିଛି । ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ହେତୁ ଋଷ ଉପରେ ପ୍ରତିବନ୍ଧକ ଲାଗିବା ପରେ ତୈଳ ଦର ବୃଦ୍ଧି ହୋଇଯାଇଥିଲା ।

କାରଣ ଋଷ ସାରା ବିଶ୍ଵକୁ ତୈଳ ବିକ୍ରି କରୁଥିଲା । ଋଷ ଉପରେ ପ୍ରତିବନ୍ଧକ ଲାଗିବା ପରେ ତୈଳ ଦର ଗତ ୧୪ ବର୍ଷ ଭିତରେ ସର୍ବାଧିକରେ ପହଞ୍ଚି ଥିଲା । ହେଲେ ବନ୍ଧୁଗଣ ବର୍ତ୍ତମାନ ତୈଳ ଦର ହ୍ରାସ ପାଇଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *