କାଳିଆକୁ ହରାଇ ଜଗା ପାଇଲା ସୁଭଦ୍ରା, କୁନି ଭଉଣୀକୁ କୋଳରେ ଧରି ପୁଣି ହସିଉଠିଲା ଜଗା, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପାଟି ରୁ ଜିଭ ବାହାର କରି କାମୁଡ଼ି ଦେଇଛି ଜଗା ଏବଂ କୋଳରେ ଅଛି ତାର ନୂଆ କୁନି ଭଉଣୀ ସୁଭଦ୍ରା । ୬ ଦିନ ହେବ ଜଗା ର କୁନି ଭଉଣୀ ଏହି ଦୁନିଆ କୁ ଆସିଛି ।

ଭାଇ କୁ ସିନା ହରାଇ ଦେଇଛି କିନ୍ତୁ ନିଜ ଭଉଣୀ କୁ ପାଇ ବହୁତ ଖୁସି ରେ ଅଛି ଜଗା । ଏହା ସହିତ ଖୁସି ଅଛନ୍ତି ପୁଷ୍ପାଞ୍ଜଳି ଏବଂ ତାଙ୍କ ସ୍ୱାମୀ । ପୁରି ଉଠିଛି ତାଙ୍କର ପରିବାର । ଏହି କୁନି ଝିଅ ଟି ର ନାମ ଦେଇଛନ୍ତି ସୁଭଦ୍ରା । କନ୍ଧମାଳ ର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଙ୍କ କାହାଣୀ ସାରା ଦୁନିଆ ଜାଣିଛି । କାଳିଆ ଆଉ ଏହି ଦୁନିଆ ରେ ନାହିଁ । ଜଗା ଏକୁଟିଆ ଥିଲା । କିନ୍ତୁ ଏବେ ଜଗା ଆଉ ଏକୁଟିଆ ନାହିଁ ।

କାରଣ ବର୍ତ୍ତମାନ ଜଗା ସହିତ ଖେଳିବାକୁ ତାର କୁନି ଭଉଣୀ ସୁଭଦ୍ରା ଆସି ପହଞ୍ଚିଛି । ତେବେ ପୁଷ୍ପାଞ୍ଜଳି ଏବଂ ଭୂୟାଁ କହର ଙ୍କ କୋଳ ରେ ଆସିଛି ଏହି କୁନି ଝିଅ ଟି । ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆ ଙ୍କ ସଙ୍ଘର୍ଷ ର ଯାତ୍ରା ବହୁତ ହିଁ କଠିନ ଥିଲା । ଦିଲ୍ଲୀ ଏମ୍ସ ରେ ଚାଲିଥିଲା ଏହି ଯୋଡ଼ା ମୁଣ୍ଡ ଶିଶୁ ଙ୍କ ଚିକିତ୍ସା । ଉଭୟ ଙ୍କୁ ଅଲଗା କରାଗଲା ଏବଂ ସୁସ୍ଥ ମଧ୍ୟ କିଛି ସମୟ ରହିଥିଲେ ଏହି ଦୁଇ ଶିଶୁ ।

ପରେ କଟକ ର ଏସସିବି ଅଣାଗଲା ଏହି ଦୁଇ ଜଣ ଶିଶୁ ଙ୍କୁ । କିନ୍ତୁ ବିଧି ର ବିଧାନ ଥିଲା କଠୋର । ଜଗା ସିନା ବଞ୍ଚିଗଲା । ହେଲେ କାଳିଆ ଆଖି ବୁଜିଦେଲା । ସମସ୍ତଙ୍କ ମୁହଁ ଶୁଖିଗଲା ଏବଂ କାନ୍ଦ-କାନ୍ଦ ହୋଇଗଲା ସମ୍ପୂର୍ଣ୍ଣ ପରିବାର ର ମୁହଁ । କାଳିଆ କୁ ହରାଇବା ପରେ ଜଗା ସମ୍ପୂର୍ଣ୍ଣ ରୂପରେ ଏକୁଟିଆ ହୋଇଗଲା । କିନ୍ତୁ ସମୟ ବିତିଲା ଏବଂ ସମୟ ସହିତ ଈଶ୍ଵର ପୁଣି ଆଶୀର୍ବାଦ କରିଲେ ଏହି ଦମ୍ପତ୍ତି ଓ ଜଗା ଙ୍କ ଉପରେ ।

ଏବେ ଏହି ପରିବାର ର ସୌଭାଗ୍ୟ କୁନି ଝିଅ ଟି ଘରକୁ ଆସିଛି ଏବଂ ସମସ୍ତେ କୁନି ଝିଅ କୁ ନେଇ ଖୁସି ମଧ୍ୟ ଅଛନ୍ତି । ଏହା ଭିତରେ ସାତ ଦିନ ହେବ ଝିଅ ବି ଆସି ଗଲାଣି । ଆଉ ଏବେ ଖାଲି ସମସ୍ତଙ୍କ ମୁହଁରେ ହସ ଫୁଟିଛି । ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ କେତେ ଖୁସି ଅଛି ଜଗା ।

ଭିନ୍ନ ଭିନ୍ନ ଫଟୋ ରେ ଜଗା ଙ୍କୁ ଦେଖିବାକୁ ମିଳୁଛି । ମୁଣ୍ଡରେ ହେଲମେଟ ସିନା ପିନ୍ଧିଛି । କିନ୍ତୁ କୁନି ଭଉଣୀ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏବେ କୁନି ଭଉଣୀ ବଡ଼ ହେବ ଓ ତା’ ସହିତ ସେ ଖେଳିବ । ଏହାପରେ ହିଁ ବୋଧହୁଏ ସେ କାଳିଆ ଙ୍କୁ ହରାଇଥିବା ଦୁଃଖ କୁ ଆଉ ଅନୁଭବ କରିବ ନାହିଁ ।

Leave a Reply

Your email address will not be published. Required fields are marked *