Malika Bachana- କଳି ଶେଷରେ ମହାଦେବ କରିବେ ମହାଖେଳ, ଖୋଲିବେ ଜଟା, ଆସିବ ପ୍ରଳୟ, ଶେଷରେ …(Baba Dibakar Das)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଲୋକଙ୍କ ଉପରେ କଣ ଘଟିବା ପାଇଁ ଯାଉଛି ଏବଂ ବର୍ତ୍ତମାନ ର ସମସ୍ତ ଘଟଣା ଏବଂ ସ୍ଥାନ ବିଷୟରେ ପୂର୍ବରୁ କଣ ସବୁ ମାଳିକା ରେ ବର୍ଣ୍ଣିତ ହୋଇ ରହିଛି ତାହା ଆମେ ଆଲୋଚନା କରିବା ଏବଂ ଦୃଷ୍ଟି ପକାଇବା । ତେବେ ମାଳିକା ରେ ବର୍ଣ୍ଣିତ ଥିବା କିଛି ସ୍ଥାନ ମାନଙ୍କର ମାହାତ୍ମ୍ୟ ବିଷୟରେ ଅନେକ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ମହାପୁରୁଷ ପଞ୍ଚସଖା ମାନେ ଯାହା କଲମ କରି ଯାଇଛନ୍ତି ତାହାର ଦୃଢ଼ ପ୍ରମାଣ ଏବେ ମଧ୍ୟ ଦୃଷ୍ଟି ଗୋଚର ହେଉଛି ।


ଅନେକ ବର୍ଷ ତଳେ ମାଳିକା ରେ ବର୍ଣ୍ଣିତ ହୋଇଥିବା ତଥ୍ୟ ର ପ୍ରମାଣ ଏବେ ମଧ୍ୟ ରହିଛି । ମାଳିକା ପୁରୁଷ ଅଚ୍ୟୁତାନନ୍ଦ ମହାପୁରୁଷ ଯାହା ଉଲ୍ଲେଖ କରି ଯାଇଛନ୍ତି ତାହାର ପ୍ରମାଣ ଏବେ ଦେଖିବାକୁ ମିଳୁଛି । ତେବେ ଶିବ ଭକ୍ତ ମାନେ ଗୁପ୍ତ ଭାବରେ ରହୁଛନ୍ତି ବୋଲି ମହାପୁରୁଷ କହୁଛନ୍ତି । କଳି ଶେଷରେ ତାଣ୍ଡବ କରିବେ ଦେବ ଦେବ ମହାଦେବ । ଦେବତା ମାନଙ୍କର ସଭା ଶ୍ରୀ ଅନନ୍ତ ଦେବଙ୍କ ମନ୍ଦିରରେ ବସିବ । ସେହି ଅନନ୍ତ ଦେବ ଙ୍କ ମନ୍ଦିରର ସଠିକ୍ ତଥ୍ୟ ଆମ୍ଭେ ମାନେ ଜାଣିନୁ ।

ତେବେ ଅନେକ ନାଗ ମାନେ ଆସି ପ୍ରକଟ ହେବା ସହିତ ପାତାଳ ରୁ ଆସି ନାଟ କରିବେ । ଆଉ ମାଆ ନବଦୁର୍ଗା ସେଠାରେ ଭକ୍ତ ମାନଙ୍କୁ ଉଦ୍ଧାର କରି ଦୁଷ୍ଟ ମାନଙ୍କୁ ସଂହାର କରିବେ ।
ତେବେ ମହାଦେବ ଙ୍କ ର ମହିମା ବହୁତ ତେବେ ଗୋଟିଏ ଦିନ ମାତା ପାର୍ବତୀ ଙ୍କୁ ସୁନା ଗହଣା ଲଗେଇବା ପାଇଁ ବହୁତ ଇଚ୍ଛା ହେଲା । ତେବେ ଭଗବାନ ଶିବ କାର୍ତ୍ତିକ କୁ ନିଜର ଏକ କେଶ ଦେଲେ ଏବଂ କହିଲେ କି ଏହି କେଶର ଓଜନ ତୁଳନା ରେ ସୁନା ଆଣିବାକୁ ।


ତେବେ କାର୍ତ୍ତିକ ମାତା ଲକ୍ଷ୍ମୀ ଙ୍କ ପାଖକୁ ଯାଇ ସବୁ କଥା କହିଲେ ତେବେ ମାତା ଟିକେ ହସିଲେ ଏବଂ ଓଜନ କରିବାରେ ଲାଗିଲେ ତେବେ ଆଶ୍ଚର୍ଯ୍ୟ ଘଟଣା ଘଟିଲା ମାତା ଲକ୍ଷ୍ମୀ ବୈକୁଣ୍ଠ ର ସମ୍ପୂର୍ଣ୍ଣ ସୁନା କୁ ରଖି ସାରିଲେଣି କିନ୍ତୁ ଓଜନ କଣ୍ଟା ଉଠୁ ନାହିଁ ବିଷ୍ଣୁ ମଧ୍ୟ ଛିଡା ହୋଇ ସାରିଲେଣି କିନ୍ତୁ ତଥାପି ସେ ସମାନ ହୋଇ ପାରୁ ନାହିଁ ।


ତେବେ ଏହି ସମୟରେ ମାତା ପାର୍ବତୀ ଏବଂ ମହାଦେବ ବୈକୁଣ୍ଠ ଆସିଲେ ତେବେ ମାତା ଏହି ଦୃଶ୍ୟ ଦେଖି କାନ୍ଦି ପକାଇଲେ ଏବଂ ଶିବଙ୍କ ଗୋଡ଼ ତଳେ ପଡିଗଲେ ଏବଂ କହିଲେ ପ୍ରଣାମ ସ୍ୱୀକାର କରନ୍ତୁ ଆପଣ ଧନ୍ୟ ଯାହାର କେଶ ଏତେ ମୂଲ୍ୟବାନ ମୁଁ ତାଙ୍କ ପତ୍ନୀ ହୋଇ ଧନ୍ୟ ହୋଇ ଯାଇଛି ତେବେ ଏହା ପରେ ସେ ନିଜକୁ ସମର୍ପିତ କରିଦେଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *