କଳିଯୁଗ ର ୫ ଟି ସତ୍ୟ, ଯାହା ପାଣ୍ଡବଙ୍କୁ କହିଥିଲେ ଭଗବାନ ଶ୍ରୀ କୃଷ୍ଣ- Krishna Vani

ବନ୍ଧୁଗଣ କଳିଯୁଗ ରେ ମଣିଷ କେମିତି ରହିବ। କେମିତି ନିଜର ଜୀବନ ଯାପନ କରିବ। କଣ କରିବ। କଳି ଯୁଗରେ ମଣିଷ ସହ ମଣିଷ ର ସମ୍ପର୍କ କିପରି ରହିବ। ମୋଟ କଳିଯୁଗ କିପରି ହେବ। ଏହି ସବୁ ପ୍ରଶ୍ନ ପଞ୍ଚୁ ପାଣ୍ଡବ ଙ୍କ ମନରେ ଘୁରି ବୁଲିଲା। ତେବେ ପଞ୍ଚୁ ପାଣ୍ଡବ ଙ୍କ ମନରେ ଯେବେ ଯେବେ ପ୍ରଶ୍ନ ଉଠେ ସେମାନେ ଉତ୍ତର ପାଇଁ ସାହାର୍ଯ୍ୟ ନିଅନ୍ତି ଭଗବାନ ଶ୍ରୀକୃଷ୍ଣ ଙ୍କ ର। ଏହି ପ୍ରଶ୍ନ ର ଉତ୍ତର ପାଇଁ ମଧ୍ୟ ସେମାନେ ଶ୍ରୀ କୃଷ୍ଣ ଙ୍କ ସାହାର୍ଯ୍ୟ ନେଇଥିଲେ।

ଏବଂ ପଚାରିଲେ ହେ ପାର୍ଥ କଳିଯୁଗରେ ମଣିଷ କେମିତି ରହିବ। ଏହି ପ୍ରଶ୍ନ ରେ ସାମାନ୍ୟ ହସିଦେଇ ଶ୍ରୀ କୃଷ୍ଣ କହିଲେ- ‘ହେ ପଞ୍ଚୁ ପାଣ୍ଡବ ସମସ୍ତେ ବନସ୍ତ କୁ ଯାଅ। ସେଠାରେ ଯାହା ଦେଖିବ ମତେ ଆସି କହିବ। ଶ୍ରୀ କୃଷ୍ଣ ଙ୍କ ଆଜ୍ଞା ପାଇଁ ସମସ୍ତେ ବନ କୁ ଗଲେ। ଏବଂ ନିର୍ଦ୍ଦିଷ୍ଟ ସମୟ ରେ ଫେରିଲେ।

ଶ୍ରୀ କୃଷ୍ଣ ପଚାରିଲେ ଯୁଧିଷ୍ଠିରଙ୍କୁ ବନରେ କଣ ଦେଖିଲ? ଯୁଧିଷ୍ଠିର କହିଲେ ହେ ପ୍ରଭୁ ମୁଁ ଏକ ବିଚିତ୍ର ଦୃଶ୍ୟ ଦେଖିଲି। ଅନେକ ପଶୁ କୁ ଦେଖିଲି କିନ୍ତୁ ସେଠାରେ ଏକ ହାତୀ କୁ ଦେଖିଲି ଯାହାର ଦୁଇଟି ଶୁଣ୍ଢ। ଏଭଳି ବିଚିତ୍ର ହାତୀ କୁ ମୁ ଆଗରୁ କେବେ ଦେଖି ନ ଥିଲି। ସେତେବେଳେ କୃଷ୍ଣ ହସିଲେ ଏବଂ କହିଲେ କଳିଯୁଗ ର ମଣିଷ ଏହି ଭଳି ରହିବ। ହୃଦୟରେ ଗୋଟିଏ କଥା ଓ ମୁହଁ ଉପରେ ଆଉ ଏକ କଥା।। କେବେହେଲେ ସଚ୍ଚୋଟ ହୋଇପାରିବ ନାହିଁ।ସର୍ବଦା ମଣିଷ କରିବ

ଶ୍ରୀ କୃଷ୍ଣ ଦ୍ଵିତୀୟ ପାଣ୍ଡବ ଭୀମ କୁ ପଚାରିଲେ କି ବନରେ କଣ ଦେଖିଲ। ତେଵେ ଭୀମ କହିଲେ ପ୍ରଭୁ ମୁଁ ଯେଉଁ ଦୃଶ୍ୟ ଦେଖିଲି ତାହା ମଧ୍ୟ ଏକ ବିଚିତ୍ର ଦୃଶ୍ୟ। ଗୋଟିଏ ଗାଈ ତା ଛୁଆଁ କୁ ଏତେ ଚାଟିଲା କି ତା ଦେହରୁ ରକ୍ତ ବୋହିଲା। ତେବେ ଶ୍ରୀ କୃଷ୍ଣ କହିଲେ କଳିଯୁଗ ରେ ମଣିଷ ଏହା ହିଁ କରିବ। ପିତା ମାତା ନିଜର ସନ୍ତାନ କୁ ଏତେ ସ୍ନେହ କରିବେ କି ସେ ନିଜର ସନ୍ତାନ କେବେବି ବିକାଶ କରି ପାରିବ ନାହିଁ।

ତୃତୀୟ ପାଣ୍ଡବ ଅର୍ଜୁନ କହିଲେ ପ୍ରଭୁ ମୁଁ ମୁଁ ବି ଏକ ବିରଳ ଦୃଶ୍ୟ ଦେଖିଲିକି ସେ ଏକ ପକ୍ଷୀର ଶରୀର ରେ ବେଦ ଲେଖା ଯାଇଛି କିନ୍ତୁ ସେ ମାଂସ ଭକ୍ଷଣ କରୁଛି।ଏଥିରେ କୃଷ୍ଣ କହିଲେ କି ଏହା କଳିଯୁଗ ର ସବୁଠୁ ଭୟାନକ ବିଷୟ। ନିଜର ଯେତେ ଧନ ରୋଜଗାର କଲେ ଯେତେ ସମ୍ପତି ଥିଲେ ମଧ୍ୟ ଅନ୍ୟର ସମ୍ପତ୍ତି ଉପରେ ନଜର ରହିଥାଏ। ଯଦି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରେ ତେବେ ତା ଆତ୍ମା ଶାନ୍ତି ପାଇଁ ନୁହେଁ ବରଂ ତା ସମ୍ପତି କୁ ନିଜ ଅକ୍ତିଆର ରେ ନେବା ର ଯୋଜନା କରିଥାନ୍ତି।

ଚତୁର୍ଥ ପାଣ୍ଡବ ନକୁଳ କହିଲେ ହେ ପ୍ରଭୁ ମୁଁ ମଧ୍ୟ ଏକ ବିଚିତ୍ର ଦୃଶ୍ୟ ଦେଖିଲି। ଏକ ପର୍ବତ ରୁ ପଥର ଖଣ୍ଡ ଖସିଆସୁଛି। ତାକୁ ବଡ଼ ବଡ଼ ବୃକ୍ଷ ମଧ୍ୟ ଅଟକେଇ ପାରିଲେ ନାହିଁ। କିନ୍ତୁ ଏକ ପଥର ଖଣ୍ଡ ଭାଙ୍ଗି ଏକ ଛୋଟ ବୃକ୍ଷ ସାହାର୍ଯ୍ୟ ରେ ଅଟକି ଯାଇଛି। ଏହା ଶୁଣି ଶ୍ରୀ କୃଷ୍ଣ ଟିକେ ହସି କହିଲେ କଳିଯୁଗ ରେ ହରି ନାମ ଏକ ବ୍ୟାପକ ଶବ୍ଦ ହେବ। କଳିଯୁଗରେ ମଣିଷ ର ବୁଦ୍ଧି କ୍ଷୀଣ ହେବ। ତା ଜୀବନ ର ପତନ ହୋଇ ଚାଲିବ। ସେହି ସମୟ ରେ କ୍ଷୁଦ୍ର ହରି ନାମ ହିଁ ତା ଜୀବନର ପତନ କୁ ଅଟକେଇ ପାରିବ।

ପଞ୍ଚମ ପାଣ୍ଡବ ସହଦେବ କହିଲେ ମୁଁ ମଧ୍ୟ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲି। ସହଦେବ କହିଲେ ମୁଁ ସେଠାରେ ଅନେକ କୂଅ ଦେଖିଲି କିନ୍ତୁ ଗୋଟିଏ କୂଅ ଦେଖିଲି ଯାହା ସମ୍ପୂର୍ଣ୍ଣ ଶୁଷ୍କ ଓ ସବୁଠାରୁ ଗଭୀର। ଶ୍ରୀ କୃଷ୍ଣ କହିଲେ କକିଯୁଗରେ ମଣିଷ ବିଳାସ ବ୍ୟସନ ରେ ଅର୍ଥ ଖର୍ଚ୍ଚ କରିବ। ବିଳାସ, ମାଂସ, ଭକ୍ଷଣ,ରେ ଅର୍ଥ ଖର୍ଚ୍ଚ କରିବ। ଆହାର, ବିହାର, ମୈଥୁନ ରେ ମଧ୍ୟ ଅର୍ଥ ଖର୍ଚ୍ଚ କରିବ। କିନ୍ତୁ ଗରିବ ଲୋକ ଟି ଆଉଟ ପାଉଟ ହେଲେ ମଧ୍ୟ ମଣିଷ ତାକୁ ଖାଦ୍ୟ ଦେବାପାଇଁ ଅର୍ଥ ଖର୍ଚ୍ଚ କରିବ ନାହିଁ।ଅନ୍ୟ ର ଭୋକ ପାଇଁ ଆତ୍ମା ଆକୁଳ ହେବ ନାହିଁ। ନିଜ ସ୍ୱାର୍ଥ ପାଇଁ ହିଁ କେବଳ ଅର୍ଥ ଖର୍ଚ୍ଚ କରିବ କିନ୍ତୁ ଅନ୍ୟ କୁ ସାହାର୍ଯ୍ୟ କରିବ ନାହିଁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *