Vastu Shastra- କେହି କେତେ ବି ଉଧାର ମାଗୁ ନା କାହିଁକି, ଭୁଲରେ ମଧ୍ୟ ଏହି 5 ଟି ଜିନିଷ କାହାକୁ ଉଧାର ଦିଅନ୍ତୁ ନାହିଁ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣ ମାନେ ଚାଣକ୍ୟ ଙ୍କୁ ତ ନିହାତି ଭାବେ ଜାଣିଥିବେ।ଚାଣକ୍ୟ ଜଣେ ବହୁତ ବୁଦ୍ଧି ମାନ ବ୍ୟକ୍ତି ଥିଲେ।ସେ ନିଜର ବୁଦ୍ଧି ବଳ ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ମହାରାଜ ସିଂହାସନ ରେ ବସାଇ ପାରିଥିଲେ।ସେ ତାଙ୍କର ବୁଦ୍ଧି ବଳରେ ଅନେକ ବଡ଼ ବଡ଼ କାମ କରି ପାରିଛନ୍ତି।ତାଙ୍କ ଦ୍ବାରା ରଚିତ ନୀତି ଶାସ୍ତ୍ର ବହୁତ ବଡ଼ ଶାସ୍ତ୍ର ଅଟେ।ଯିଏ ଏହି ନୀତି ଶାସ୍ତ୍ର କୁ ମାନିକରି ଚାଲିଥାଏ ସେ ନିଜ ଜୀବନରେ ଜଣେ ବହୁତ ବଡ଼ ବ୍ୟକ୍ତି ହୋଇପାରିଥାଏ।ଏହି ନୀତି ଶାସ୍ତ୍ର ଦ୍ବାରା ଅନେକ ଲୋକ ଏହି ସମାଜ ରେ ଜଣେ ସୁପରିଚିତ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିପାରିଛନ୍ତି । ତାଙ୍କର ଏହି ନୀତି ଶାସ୍ତ୍ର ରେ ଅନେକ ପ୍ରକାର ର ନୀତି ସମ୍ପର୍କରେ ରେ ସୂଚନା ଦିଆଯାଇଛି।

ତେବେ ବନ୍ଧୁଗଣ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ରେ ଆମର ସାଂସାରିକ ଜୀବନ ବିଷୟରେ ମଧ୍ୟ ଅନେକ କଥା ଲେଖା ହୋଇଅଛି । ଯାହାକୁ ପାଳନ କରିବା ଦ୍ୱାରା ଭବିଷ୍ୟତରେ ଆମର ଜୀବନ ବହୁତ ସୁଖମୟ ଭାବେ କଟିଥାଏ ।ତେବେ ବନ୍ଧୁଗଣ ଚାଣକ୍ୟଙ୍କ ର ନୀତି ଶାସ୍ତ୍ର ରେ କୁହାଯାଇଛି ଯେ ଏପରି ଏକ ଜିନିଷ ଅଛି ଯାହାକୁ ଆମେ ଜୀବନରେ କେବେ ମଧ୍ୟ ଭୁଲ ରେ କାହାକୁ ବି ଦେବା ଉଚିତ ନୁହେଁ ଯଦି ଆପଣ ଏହାକୁ ଅନ୍ୟକୁ ଦେଉଛନ୍ତି ତେବେ ଆପଣଙ୍କ ଘର ମାତା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି ।ତେବେ କଣ ସେହି ବସ୍ତୁ ଆସନ୍ତୁ ଜାଣିବା ସେ ବିଷୟରେ ଅନେକ କିଛି କଥା।

ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ଆପଣ ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ ମଧ୍ୟ ପିଆଜ କିମ୍ବା ରସୁଣ ଦିଅନ୍ତୁ ନାହିଁ।ଶାସ୍ତ୍ର ଅନୁଶାରେ ରେ ଏହା ବହୁତ ଅଶୁଭ ହୋଇଥାଏ।ତେଣୁ ସନ୍ଧ୍ୟା ସମୟରେ ଅର୍ଥାତ ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ ଏହି ଜିନିଷ ଦିଅନ୍ତୁ ନାହିଁ।ଯଦି ଆପଣ ଏହି ଜିନିଷ ଅନ୍ୟ କୁ ଦେବେ ତାହେଲେ ଆପଣଙ୍କ ଘରକୁ ଅନେକ ନକରାତ୍ମକ ଶକ୍ତି ଚାଲିଆସିବା ସହିତ ଘରେ ଶାନ୍ତି ଦେଖାଯିବ।ଏହା ସହିତ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦେବ।ତେଣୁ ଯଦି ଆପଣଂକୁ ସୂର୍ଯ୍ୟ ଅସ୍ତ ହେବା ପରେ କେହି ଏହି ଜିନିଷ କୁ ମାଗୁଛି ତେବେ ସିଧା ସିଧା ମନା କରିଦିଅନ୍ତୁ।

ଏହା ସହିତ ସନ୍ଧ୍ୟା ସମୟ ରେ ଦହି କିମ୍ବା ଖଟା ମଧ୍ୟ କାହାକୁ ଦେବା ଉଚିତ ନୁହେଁ ଏହା ଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କର ଗୃହ କୁ ତ୍ୟାଗ କରିଥାନ୍ତି ତେଣୁ କେବେ ମଧ୍ୟ ଭୁଲ ରେ ସନ୍ଧ୍ୟା ସମୟରେ ଏହି ସବୁ ଜିନିଷ କୁ କାହାକୁ ଦାନ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ବ୍ୟବହାର କରୁଥିବା ରୁମାଲ କୁ କେବେ ମଧ୍ୟ କାହାକୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ କାରଣ ଏହା ଦ୍ବାରା ଦୁଇ ଜଣ ଙ୍କ ମଧ୍ୟ ରେ ଅନେକ ସମସ୍ୟା ଦେଖା ଦେଇଥାଏ ଓ ଝଗଡା ହୋଇଥାଏ। ତେଣୁ କେବେ ମଧ୍ୟ ରୁମାଲ କାହାକୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ।

ବନ୍ଧୁଗଣ ସୂର୍ଯ୍ୟାସ୍ତ ପରେ କାହାକୁ ମଧ୍ୟ ଧନ ଦେବା ଉଚିତ ନୁହେଁ । ଯଦି ଆପଣଂକୁ କିଏ ସୂର୍ଯ୍ୟାସ୍ତ ପରେ ଧନ ମାଗୁଛି ତେବେ ଭୁଲ ରେ ମଧ୍ୟ ଦିଅନ୍ତୁ ନାହିଁ କାରଣ ଏହା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଆପଣଙ୍କ ଗୃହ କୁ ତ୍ୟାଗ କରିଥାନ୍ତି।

ଯଦି କୌଣସି ବ୍ୟକ୍ତି ଆପଣଂକୁ ଅଳଙ୍କାର ମାଗୁଛି ତେବେ ଦିଅନ୍ତୁ ନାହିଁ। ଖାସ କରି ଏହା ମହିଳା ମାନଙ୍କ ସହିତ ବହୁତ ହୋଇଥାଏ।ଅନ୍ୟ କୁ ଅଳଙ୍କାର ଦେବା ଦ୍ୱାରା ଆପଣଙ୍କ ଘରକୁ ବିପଦ ମାଡି ଆସିଥାଏ।ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।ଆପଣଙ୍କ ଘରେ ଚୋରି ହେବାର ମଧ୍ୟ ବହୁତ ସମ୍ଭାବନା ରହିଥାଏ।ତେଣୁ ଏହାକୁ କାହାକୁ ମଧ୍ୟ ଦିଅନ୍ତୁ ନାହିଁ।

ବନ୍ଧୁଗଣ ସନ୍ଧ୍ୟା ସମୟ ରେ ଲୁଣ ଅନ୍ୟ କାହାକୁ ଦିଅନ୍ତୁ ନାହିଁ।ଏପରି କରିବା ଦ୍ୱାରା ଆପଣଙ୍କ ଘରର ସୁଖ ସମୃଦ୍ଧି ଚାଲି ଯାଇଥାଏ। ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚୟ ବହୁତ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *