କଳିଙ୍ଗା ଘାଟି ଦୁର୍ଘଟଣା ! ସେହି କାଳ ରାତିର ଛାତିଥରା କାହାଣୀ ବଖାଣିଲେ ଗାଡି ଡ୍ରାଇଭର, ଶୁଣିଲେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ Video

ମୁଁ ଗାଡିକୁ କଣ୍ଟ୍ରୋଲ କରିପାରୁ ନଥିଲି ଗାଡିରେ ବ୍ରେକ ଫେଲ ହେଇଯାଇଥିଲା । ଶେଷ ବୁଲାଣି ବୁଲିବା ବେଳେ ଗାଡି ଆଉ ମୋ ନିୟନ୍ତ୍ରଣରେ ନଥିଲା । ଦୁର୍ଘଟଣାର ସେହି ଛାତି ଥରା କାହାଣୀ ବଖାଣିବା ବେଳେ ବସର ଡ୍ରାଇଭରର ଲୋମ ଟାଙ୍କୁରି ଉଠୁଥିଲା ଆଉ ଗୋଟି ଗୋଟି କରି କହୁଥିଲେ ଦୁର୍ଘଟଣାର କାହାଣୀ । କେମିତି ବଡ ବୁଲୁ ଥିଲା, କେମିତି ବସ ତଳେ ପଡିଯାଇଥିଲା ସେହି ମୂହୁର୍ତ୍ତର ପ୍ରତିଟି କଥା କହିବା ବେଳେ ପାଟି ଖନି ମାରି ଯାଉଥିଲା ।

ଦାରିଙ୍ଗବାଡିରୁ ଭାଇଜାକ ଯିବା ବାଟରେ କଲିଙ୍ଗା ଘାଟିରେ କେମିତି ଘଟି ଗଲା ସେହି ଦୁଃଖତ ଆଉ ଏତେ ବଡ ଦୁର୍ଘଟଣା । ବିଳମ୍ବିତ ରାତିରେ ଦୁର୍ଘଟଣା ସମୟର ସେହି ଛାତି ଥରା କାହାଣୀ ବର୍ଣ୍ଣନା କରିଛନ୍ତି ବସର ଡ୍ରାଇଭର । ବସ ଡ୍ରାଇଭର ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଦାରିଙ୍ଗବାଡି ଯିବା ସମୟରେ ବର୍ଷା ହେଉଥିଲା ଘାଟିରେ ମୁଁ ଧୀରେ ଧୀରେ ଉଠାଉଥିଲି ।

ହେଲେ ଦୁଇ ରୁ 3 କିଲୋମିଟର ଯିବା ପୂର୍ବରୁ ମୁଁ କହିଥିଲି ଗାଡିର ବ୍ରେକ ଠିକ ସେ କାମ କରୁନି । ଯେତେବେଳେ ଗାଡି ଭାରସାମ୍ୟ ହରାଇଲା ସେତେବେଳେ ଗାଡି ତଳେ ପଡିଗଲା’ । ତେବେ ବନ୍ଧୁଗଣ କଲିଙ୍ଗା ଘାଟିରୁ ଓଲହାଇବା ବେଳେ ଶେଷ ଘାଟିରେ ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ସମସ୍ତ ଚେଷ୍ଟା ସତ୍ବେ ଗାଡିକୁ ସେ ରୋକିପାରିଲେ ନାହିଁ ବୋଲି ବସ ଡ୍ରାଇଭର ଅତି ଦୁଃଖର ସହ କହିଛନ୍ତି ।

ହାଉଡା ସୁଲ୍ତାନପୁର ଗାଁର 60 ଜଣ ପର୍ଜ୍ୟଟ୍ଟକ ଦାରିଙ୍ଗବାଡି ବୁଲିବାକୁ ଯାଇଥିଲେ । ତେବେ ଦାରିଙ୍ଗବାଡି ବୁଲି ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ତେବେ ଦାରିଙ୍ଗବାଡି କଳିଙ୍ଗ ଘାଟି ନିକଟରେ ଘଟିଥିବା ଏହି ବଡ ବସ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପର୍ଜ୍ୟଟ୍ଟକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ।

ସେହି ପୋଷ୍ଟରେ ନବୀନ ଲେଖିଛନ୍ତି-‘ଦାରିଙ୍ଗବାଡି କଲିଙ୍ଗା ନିକଟରେ ପର୍ଜ୍ୟଟ୍ଟକ ବସ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆସୁଆରୋଗ୍ୟ କାମନା କରୁଛି’ । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *