ଜାଣନ୍ତୁ କିଏ ଏବଂ କିପରି ପିନ୍ଧିଲେ କଇଁଛ ମୁଦି, ବହୁତ କମ ଦିନ ମଧ୍ୟରେ ହିଁ ମଣିଷ ହୋଇଯାଏ ଧନୀ – Vastu Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ତ୍ୱ ରହିଛି । ଆମେ ଆମର ରାଶି ଦ୍ୱାରା ଆମର ବିଗତ ଅତୀତ ଓ ଆଗତ ଭବିଷ୍ୟତ ସମ୍ପର୍କରେ ଜାଣିପାରିଥାଉ । ରାଶି ରୁ ମନୁଷ୍ୟ ତାର ସ୍ଵଭାଵ ସମ୍ପର୍କରେ ମଧ୍ୟ ଜାଣି ପାରିଥାଏ । ରାଶି ରୁ ମନୁଷ୍ୟ ତାର ଜୀବନ ରେ ଘଟୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ମଧ୍ୟ ଜାଣି ପାରିଥାଏ । ବନ୍ଧୁଗଣ ଯେତେ ବେଳେ ଗୋଟିଏ ସନ୍ତାନ ଜନ୍ମ ନେଇଥାଏ ସେତେବେଳେ ତାର ସର୍ବପ୍ରଥମେ ରାଶି ସ୍ଥିର କରାଯାଇଥାଏ । ଏହି ରାଶି ରୁ ହିଁ ତାର ଭାଗ୍ୟ ଭବିଷ୍ୟତ ବିଷୟ ରେ ଜଣା ଯାଇଥାଏ । ଆଜି କାଲି ଅଧିକ ଧନ ଆଶା ରେ ଲୋକ ମାନେ ବିଭିନ୍ନ ପ୍ରକାର ଉପାୟ ପ୍ରୟୋଗ କରୁଛନ୍ତି ।

ଜ୍ୟୋତିଷ ବିଦ୍ୟା ଅନୁସାରେ ଅନେକ ପ୍ରକାର ମୁଦି ନିଜ ଅଙ୍ଗୁଠି ରେ ଧାରଣ କରୁଛନ୍ତି । ଆପଣ ମାନେ ଦେଖିଥିବେ ଯେ କଇଁଛ ଆକୃତି ର ମୁଦି ଅନେକ ଲୋକ ପିନ୍ଧିଥାନ୍ତି କିନ୍ତୁ ଏହା ସମସ୍ତଙ୍କ ନିମନ୍ତେ ଉପଯୁକ୍ତ ନୁହେଁ । ଏହାର ଭୁଲ ପ୍ରୟୋଗ କରିବା ଦ୍ୱାରା ସୁ ପ୍ରଭାଵ ବଦଳରେ କୁ ପ୍ରଭାବ ମଧ୍ୟ ପଡିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ଏହି ମୁଦି କିଏ କିପରି ପିନ୍ଧିଲେ ଏହାର ଶୁଭ ପ୍ରଭାବ ପଡିଥାଏ ।

ବନ୍ଧୁଗଣ କଇଁଛ ମୁଦି ରେ ମାତା ଲକ୍ଷ୍ମୀ ଙ୍କ ର କୃପା ସହିତ ଭଗବାନ ବିଷ୍ଣୁ ଙ୍କ ର କୃପା ମଧ୍ୟ ରହିଥାଏ । ତେଣୁ ଏହି ମୁଦି କୁ ପିନ୍ଧିବା ଦ୍ୱାରା ଆମର ବହୁତ ମଙ୍ଗଳ ହୋଇଥାଏ । ଯଦି ଆପଣ କଇଁଛ ର ମୁଦି ପିନ୍ଧୁଛନ୍ତି ତେବେ ରୁପା ର ତିଆରି କଇଁଛ ମୁଦି ପିନ୍ଧନ୍ତୁ । କାରଣ ଏହା ଏକ ଜଳୀୟ ପ୍ରାଣୀ ହୋଇଥିବାରୁ ରୁପା ରେ ତିଆରି କରିବା ଉଚିତ ।

ଏହା ଦ୍ବାରା ଆପଣଙ୍କ ର ବହୁତ ମଙ୍ଗଳ ହୋଇଥାଏ । କିନ୍ତୁ ଆପଣ ଯଦି ଚାହିଁବେ ଏହାର ଧାତୁ ପରିବର୍ତ୍ତନ ରାଶି ଅନୁଶାରେ ରେ କରି ପାରିବେ । କିନ୍ତୁ କେବଳ ଏହାର ତଳ ଭାଗ ର ଧାତୁ କୁ ହିଁ ପରିବର୍ତ୍ତନ କରିପାରିବେ ।

ଏହି କଇଁଛ ମୁଦି କୁ ଯଦି ଆପଣ ଧାରଣ କରିଛନ୍ତି ତେବେ କେବଳ ଡାହାଣ ହାତ ରେ ହିଁ ଧାରଣ କରନ୍ତୁ । ପୁରୁଷ ହୁଅନ୍ତୁ କିମ୍ବା ନାରୀ ହୁଅନ୍ତୁ ସେମାନେ ନିଜର ଦକ୍ଷିଣ ହସ୍ତ ବା ଡାହାଣ ହାତ ରେ ଏହି ମୁଦି କୁ ଧାରଣ କରିବା ଉଚିତ । ଏହା ଦ୍ବାରା ଶୁଭ ଫଳ ମିଳିଥାଏ ।

ଏହାକୁ ଡାହାଣ ହାତ ର ମଝି ଆଙ୍ଗୁଠି ବା ଅନାମିକା ଆଙ୍ଗୁଠିରେ ହିଁ ଧାରଣ କରନ୍ତୁ । ଏହା ଅନେକ ଲୋକଙ୍କ ପାଇଁ ଶୁଭ ହୋଇଥାଏ ଓ ଅନେକ ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇ ନ ଥାଏ ଏହାଛଡା ଅନେକ ଲୋକଙ୍କୁ ଏହା ମଧ୍ୟମ ଧରଣ ର ଶୁଭ ଫଳ ପ୍ରଦାନ କରିଥାଏ ।

କଇଁଛ ମୁଦି କୁ ଶୁକ୍ରବାର ଦିନ କିଣିବା ଉଚିତ ଓ ଶୁକ୍ରବାର ଦିନ ହିଁ ଧାରଣ କରନ୍ତୁ । ଏହା ଦ୍ବାରା ବହୁତ ଶୁଭ ହୋଇଥାଏ । ଶାସ୍ତ୍ର ରେ ମଧ୍ୟ ଏହି ବିଧି ସମ୍ପର୍କରେ ଉଲ୍ଲେଖ ଅଛି । କଇଁଛ ମୁଦି କୁ ପିନ୍ଧିବା ପୂର୍ବ ରୁ ପ୍ରଥମେ ଏହାକୁ ଗଙ୍ଗା ଜଳ ରେ ଧୋଇ କରି ସେଥିରେ ପଞ୍ଚାମୃତ କୁ ସିଂଚନ କରି ପିନ୍ଧିବା ଉଚିତ । ଏହାକୁ ପିନ୍ଧିବା ପୂର୍ବ ତୁ ପ୍ରଥମେ ଲକ୍ଷ୍ମୀ ନାରାୟଣ ଙ୍କ ପାଖ ରେ ପୂଜା କରନ୍ତୁ । ଏହି ପରି ଭାବରେ ଏହି ମୁଦି କୁ ପିନ୍ଧିବା ଦ୍ୱାରା ବହୁତ ଶୁଭ ହୋଇଥାଏ ଓ ଆପଣଙ୍କ ଉପରେ ଧନ ର ବର୍ଷା ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *