କାହିଁକି ଅଲଗା ହେଲେ ହିରୋ ଓ ହୋଣ୍ଡା ? ଜାଣନ୍ତୁ ପୁରା କାହାଣୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୯୦ ଦଶକର ପ୍ରଥମ ବାଇକ୍ ହେଉଛି ହିରୋହଣ୍ଡା । ଏହି ବାଇକ୍ ଗ୍ରାହକଙ୍କର ସେତେବେଳର ସମୟରେ ପସନ୍ଦରେ ସବୁଠାରୁ ଅଧିକ ଥିଲା । ହିରୋ ଠାରୁ ହୋଣ୍ଡା ଅଲଗା ହେବା ପଛରେ ଏକ ରହସ୍ୟ ରହିଥିଲା । ପ୍ରକୃତ କଥା ହେଉଛି ହିରୋହୋଣ୍ଡା ହେଉଛି ୨ ଟି ଅଲଗା କମ୍ପାନୀ । ସବୁ ଲୋକଙ୍କ ମନରେ ହିରୋ ଓ ହୋଣ୍ଡା ହେଉଛି ଗୋଟିଏ କମ୍ପାନୀ । ପ୍ରକୃତରେ ହିରୋ ହେଉଛି  ସାଇକେଲ୍ ନିର୍ମାଣକାରୀ କମ୍ପାନୀ ଥିଲା ।

ତାଙ୍କର ନିର୍ମାତା ତାହାକୁ ୧୯୫୬ ମସିହାରେ ନିର୍ମାଣ କରିଥିଲେ । ୧୦୭୫ ମସିହା ବେଳକୁ ଏହା ଭାରତ ସବୁଠୁ ବଡ ସାଇକେଲ୍ ନିର୍ମିତ କମ୍ପାନୀ ଭାବରେ ଆଦୃତ ହୋଇଯାଇଥିଲା।  ହିରୋ ସାଇକେଲ୍ ର ଚାହିଦା ଭାରତ ସମେତ ବିଦେଶରେ ମଧ୍ୟ ଥିଲା । ହିରୋ ସାଇକେଲର ନିର୍ମାତା ବ୍ରିଜ ମୋହନ ଦେଖିଲେ ବିଦେଶରେ ମୋଟର ସାଇକେଲ୍ ର ଚାହିଦା ବଢିବାକୁ ଲାଗୁଛି ।

ଭାରତର ଲୋକଙ୍କ ପାଖରେ ସେହି ସମୟରେ ମୋପେଡ ଓ ସ୍କୁଟର ଥିଲା । ହିରୋ ସାଇକେଲ୍ କମ୍ପାନୀର ନିର୍ମାତା ମୋଟର ସାଇକେଲ୍ ଭାରତବାସୀଙ୍କୁ ଭେଟି ଦେବା ପାଇଁ ଚାହିଁଥିଲେ କିନ୍ତୁ ଇଞ୍ଜିନ ବନାଇବା ପାଇଁ ତାଙ୍କ ପାଖରେ କୌଣସି ପ୍ରକାର ଟେକ୍ନୋଲୋଜି ନଥିଲା । ତେଣୁ ସେହି ସମୟରେ ଜାପାନର ଏକ ବଡ ମୋଟର ସାଇକେଲ୍ କମ୍ପାନୀ ହୋଣ୍ଡା ସହିତ ହାତ ମିଶାଇ ବାଇକ୍ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ହୋଣ୍ଡା ଏହି ସୁବର୍ଣ୍ଣ ସୁଯୋଗକୁ ହାତ ଛଡା କରିବା ପାଇଁ ଚାହୁଁନଥିଲା ।  ତେଣୁ ଏହି ୨ ଟି କମ୍ପାନୀ ମିଶି ଭାରତକୁ ୧୯୮୪ ମସିହାରେ ହିରୋହୋଣ୍ଡା ମୋଟର ସାଇକେଲ୍ ନିର୍ମାଣ କରିଥିଲେ । ହିରୋ ମୋଟର ସାଇକେଲର ବଡି ପାର୍ଟ ନିର୍ମାଣ କରୁଥିବା ସମୟରେ ହୋଣ୍ଡା ଏହାର ଇଞ୍ଜିନ ନିର୍ମାଣ କରୁଥିଲା । ହିରୋହୋଣ୍ଡା ବାଇକକୁ ଲୋକ ମାନେ ଖୁବ ପସନ୍ଦ କରୁଥିଲେ ।

ଏହିଭଳି କିଛି ବର୍ଷ ଏହି ବାଇକ ଭାରତରେ ବହୁ ଆଦୃତ ହୋଇଗଲା ପରେ ଧୀରେ ଧୀରେ କରି କିଛି କାରଣ ବଶତଃ ହିରୋ ଓ ହୋଣ୍ଡା ୨ କମ୍ପାନୀ ମଧ୍ୟରେ ବିବାଦ ଲାଗିରହିଲା । ଯେହେତୁ ବାଇକର ବଡି ନିର୍ମାତା ହିରୋ ଓ ଇଞ୍ଜିନ ନିର୍ମାତା ହୋଣ୍ଡା, ତେଣୁ ୨ କମ୍ପାନୀ ଅଲଗା ହେଲେ ହିରୋକୁ ବହୁ କ୍ଷତି ସହିବାକୁ ପଡିବ ।

ପୂର୍ବରୁ ଚୁକ୍ତି ଅନୁସାରେ କଥା ଥିଲା କେହି ମଧ୍ୟ ନିଜର ଅଲଗା ପ୍ରଡ଼କ୍ଟ ତିଆରି କରିପାରିବେ ନାହିଁ । ଏହାକୁ ଖାତିର ନକରି ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ତିଆରି କଲା । ତେଣୁ ହିରୋ ହିରୋହୋଣ୍ଡା କମ୍ପାନୀରୁ ଲାଭାଂଶ କାଢି ବାଇକ ପାଇଁ ନିଜେ ଇଞ୍ଜିନ ବନାଇବା ଆରମ୍ଭ କରିଦେଲା । ଏହି କାରଣ ଯୋଗୁ ୨ କମ୍ପାନୀ ମଧ୍ୟରେ ଏକ ବଡ ଫାଟ ସୃଷ୍ଟି ହେଲା । ଏହି ସବୁ ସମସ୍ଯା ଯୋଗୁ ୨୦୧୦ ମସିହାରେ ହିରୋ ହୋଣ୍ଡା ଠାରୁ ଅଲଗା ହୋଇଗଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ କରନ୍ତୁ ।

Leave a Reply

Your email address will not be published. Required fields are marked *