ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ କିଛି କହିପାରିବିନି ମୋତେ ଏହି ବିଷୟରେ କିଛି ମଧ୍ୟ ପଚାରନା । ତେବେ ଏପରି କିଛି କଥା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ତେବେ ଓଡିଶାର ଜଣେ ଏତେ ବଡ ଭର୍ସାଟାଇଲ କଳାକାର ଅଭିନେତା ପିନ୍ଟୁ ନନ୍ଦଙ୍କର ପରଲୋକ ଘଟିବା ପରେ ଓଡିଶାବାସୀ ପୁରା ସ୍ତବ୍ଧ ହୋଇଯାଇଥିଲେ । ସମସ୍ତ ଓଡିଆ କଳାକାର ମଧ୍ୟ ଦୁଃଖ ପ୍ରକାଶ କରିଥିଲେ ।
ତେବେ ଅନୁଭବ କିନ୍ତୁ ପିନ୍ଟୁ ନନ୍ଦଙ୍କର ଶେଷ ଦର୍ଶନ କରିବା ପାଇଁ ଆସିନଥିଲେ । ତେବେ ଅଭିମନ୍ୟୁ ଫିଲ୍ମରେ ଅନୁଭବଙ୍କ ସହିତ ପିନ୍ଟୁ ନନ୍ଦଙ୍କ ଯୋଡିଙ୍କୁ ବହୁତ ଲୋକଙ୍କର ଭଲ ପାଇବା ମିଳିଥିଲା । ତେବେ ରିଲ୍ ରେ କାହିଁକି ରିଅଲରେ ମଧ୍ୟ ଅନୁଭବ ଜଣେ କଳାକାର ହିସାବରେ ଅନ୍ୟ ଜଣେ କଳାକାର ପିନ୍ଟୁ ନନ୍ଦଙ୍କ ମଧ୍ୟରେ ସେହିଭଳି ଭଲ ସମ୍ପର୍କ ରହିଥିଲା ବୋଲି ସମସ୍ତେ ଭାବୁଥିଲେ ।
ହେଲେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଖରାପ ସମୟରେ ପିନ୍ଟୁ ନନ୍ଦଙ୍କୁ ଦେଖା କରିବା କି ତାଙ୍କ ଉପରେ କିଛି ବାଇଟ ଦେବା ମଧ୍ୟ ସେପରି କିଛି ନଜର ଆସିନଥିଲା । ତେବେ ବହୁ ଲୋକଙ୍କ କହିବା ଅନୁସାରେ ପିନ୍ଟୁ ନନ୍ଦ ଦିଲ୍ଲୀରେ ଥିବା ସମୟରେ ତାଙ୍କ ଚିକିତ୍ସା ବାବଦରେ କୁଆଡେ ଅନୁଭବ ଅଳ୍ପ ବହୁତ ବୁଝାବୁଝି କରୁଥିଲେ । ହେଲେ ଏହା କେତେ ଦୂର ଠିକ କି ଭୁଲ ତାହା ତ କହି ହେବ ନାହିଁ ।
ହେଲେ ପିନ୍ଟୁ ନନ୍ଦଙ୍କ ଶେଷ ଦର୍ଶନ କରିବା ପାଇଁ କାହିଁ କୁଆଡୁ ଲୋକ ତଥା ଅଭିନେତା ଧାଇଁ ଆସିଥିବା ବେଳେ ଅନୁଭବଙ୍କ ଦେଖାସାକ୍ଷାତ ନଥିଲା । ଏହା ଛଡା ଯେତେବେଳେ ପିନ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ଅନୁଭବଙ୍କର କିଛି ପ୍ରତିକ୍ରିୟା ମଗା ଯାଇଥିଲା । ସେତେବେଳେ ଅନୁଭବ କହିଥିଲେ । ମୋତେ କିଛି ମଧ୍ୟ ପଚାରନା ମୁଁ କିଛି ଆପଣ ମାନଙ୍କୁ ବର୍ତ୍ତମାନ କହିପାରିବିନି ।
ସେ ପାରିବାରିକ କଳହ କିମ୍ବା ଅନ୍ୟ ଯାହା କିଛି କଥା ଅଛି । ତାହା ମୁଁ କିଛି ଗଣ ମାଧୟମ ସାମ୍ନାରେ କହିବା ପାଇଁ ଚାହୁଁନାହିଁ ବୋଲି ଅଭିନେତା ଅନୁଭବ ମହାନ୍ତିଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଏହା ପଛରେ କଣ ଅସଲି କାରଣ ରହିଛି ତାହା ତ କେବଳ ଅନୁଭବ ମହାନ୍ତି ହିଁ ଜାଣିଥିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ