Ollywood ର ହୀରୋ Jyoti ଙ୍କ ସହ Bhumika ଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଓଡ଼ିଆ ସିନେମା ଏବଂ ଧାରାବାହିକ ଦେଖୁଥିବେ ଏବଂ ଖୁବ ପସନ୍ଦ ମଧ୍ୟ କରୁଥିବେ । ତେବେ ଯଦି ଆପଣ ମାନେ ଓଡିଆ ଫିଲ୍ମ ଦେଖିବାରେ ରୁଚି ରଖୁଥିବେ ତେବେ ଆପଣ ମାନେ ସମସ୍ତେ ଅଭିନେତ୍ରୀ ଭୂମିକା ଦାସଙ୍କୁ ନିଶ୍ଚୟ ଜାଣିଥିବେ । ଅଭିନେତ୍ରୀ ଭୂମିକା ଦାସ ସେ ପିଲାଟି ବେଳରୁ ଅଭିନୟ ଜଗତରେ ପାଦ ଦେଇଛନ୍ତି ଏବଂ ପିଲାଟି ବେଳରୁ ସେ ଓଡିଆ ସିନେମାରେ କାମ କରି ଆସୁଛନ୍ତି । ତେବେ ତାଙ୍କର ଜନ୍ମ ସ୍ଥାନ ହେଉଛି ରାଉରକେଲା |


ଏହାଛଡା ସେ ଓଲିଉଡ଼ ସିନେମାରେ କାମ କରୁଛନ୍ତି ଏବଂ ସେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି ଏବଂ ତାଙ୍କର ପାଠପଢା ଜାରି ରଖିଛନ୍ତି । ତାଙ୍କ ଦ୍ଵାରା ଅଭିନୀତ ଶ୍ରୀମାନ ସୁରଦାସ ଏବଂ ହୀରୋ ନମ୍ବର ୧ ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥିଲା । ତେବେ ବର୍ତ୍ତମାନ ସେ ଓଡ଼ିଆ ସିନେମା ମନ ମୋ ନେଇଗଲୁରେ ନଜର ଆସିବେ ତେବେ ଏଥିରେ ମୁଖ୍ୟ ନାୟକ ହେଉଛନ୍ତି ଅଭିନେତା ଜ୍ୟୋତି ।

ତେବେ ଫିଲ୍ମଟି ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜକ ସୁନୀଲ କୁମାର ଦାସ କହିଛନ୍ତି । ତେବେ ଏହି ସିନେମା ରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିଜୁ ବଡ଼ଜେନା, ଗୁଡ୍ଡୁ, ବିରାଜ ଦାସ, ଦିଲ୍ଲୀପ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପିନାକୀ ନାୟକ, ଧରିତ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ତେବେ ବର୍ତ୍ତମାନ ଅଭିନେତା ଜ୍ୟୋତି ଏବଂ ଅଭିନେତ୍ରୀ ଭୂମିକା ଙ୍କ ର ସୋସିଆଲ ମିଡ଼ିଆ ରେ କିଛି ରିଲ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେ ସେ ଦୁହେଁ ଖୁବ ସୁନ୍ଦର ଭାବରେ ଡାନ୍ସ କରୁଛନ୍ତି ଏବଂ ଦୁଇ ଜଣଙ୍କ ତାଳ ମଧ୍ୟ ମିଶି ଯାଉଛି । ତେବେ ଦର୍ଶକ ମାନେ ଏହି ଡାନ୍ସ ଭିଡିଓ କୁ ଖୁବ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଉଛନ୍ତି । ତେବେ ଭୂମିକା ଙ୍କ ସହ ଆଉ ଜଣେ ଅଭିନେତ୍ରୀ ମଧ୍ୟ ଡାନ୍ସ କରୁଥିବାର ନଜର ଆସୁଛନ୍ତି ତେବେ ସେ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଏଲିନା ସାମନ୍ତରାୟ ।


ତେବେ ଦୁହେଁ କୋଇ ସେହେରୀ ବାବୁ ଗୀତରେ ବହୁତ ସୁନ୍ଦର ନୃତ୍ୟ କରୁଛନ୍ତି ଏବଂ ଦୁହିଙ୍କ ତାଳ ମେଳ ମଧ୍ୟ ବହୁତ ସୁନ୍ଦର ଭାବରେ ମିଶି ଯାଉଛି ।  ତେବେ ଅଭିନେତ୍ରୀ ଏଲିନା ଏବଂ ଅଭିନେତ୍ରୀ ଭୂମିକା ଏକ ଗୀତ ରେ ଦୁହେଁ ମିଶି ନାଚୁ ଥିବାର ଦେଖା ଯାଇଛି କେବଳ ସେମାନେ ନାଚୁ ନାହାଁନ୍ତି ବରଂ ନାଚ କୁ ଦୁହେଁ ମିଶି ଉପଭୋଗ ମଧ୍ୟ କରୁଛନ୍ତି । ତେବେ ଦୁହେଁ ଙ୍କର ଏଭଳି ମଜା ମସ୍ତି ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚିତ ହୋଇଛି, ଯେଉଁଥିରେ କି ଦୁଇ ଜଣ ଖୁବ ସୁନ୍ଦର ମଧ୍ୟ ଲାଗୁଛନ୍ତି ।

ତେବେ ଦୁଇ ହିରୋଇନ ଙ୍କର ଏଭଳି ସୁନ୍ଦର ଭାବେ ନାଚୁ ଥିବାର ଭିଡ଼ିଓ ଅନେକ ଲୋକ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି । ଆମେ ମଧ୍ୟ କାମନା କରିବୁ ଯେ ଏହି ଦୁହିଁ ଅଭିନେତ୍ରୀ ଙ୍କର ଜୀବନ ହସ ଖୁସି ରେ ଭରି ଯାଉ । ତେବେ ଆଶା କରୁଛି ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *