୧୩ ଜୁନ ରାତିରେ ୫ ଘଣ୍ଟା ଧରି ଚାଲିଥିଲା ଏହି ଭୟାନକ ଖେଳ, ପୁଣି ସବୁ ଦିନ ପାଇଁ ଶୋଇ ପଡିଲେ ସୁଶାନ୍ତ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି । ପ୍ରଥମେ ସୁଶାନ୍ତଙ୍କ କେସର ତଦନ୍ତ ମୁମ୍ବାଇ ପୋଲିସ କରୁଥିଲା । ହେଲେ ସୁପ୍ରିମ କୋର୍ଟର ଘୋଷଣା ଅନୁଯାୟୀ ବର୍ତ୍ତମାନ ଏହି କେସର ତଦନ୍ତ କରୁଛି ସିବିଆଇ । ସିବିଆଇ ଏହି କେସର ତଦନ୍ତ ବହୁତ ଭଲ ସେ କରୁଛି, ଯାହାଫଳରେ ସୁଶାନ୍ତଙ୍କ ତଦନ୍ତରେ ଅଧିକରୁ ଅଧିକ ସଫଳତା ମିଳୁଛି । ବର୍ତ୍ତମାନ ଏହି ନୂଆ ଖୁଲାସା ବହୁତ ଚର୍ଚାରେ ଅଛି । ଏହି ଖୁଲାସା ବିଷୟରେ ଆପଣ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖୁଲାସା ବିଷୟରେ । ସୁଶାନ୍ତଙ୍କ ଘର ପାଖରେ ଥିବା ପଡୋଶୀ ଏହି କେସର ଏକ ନୂଆ ଖୁଲାସା କରିଛନ୍ତି । ତାହା ହେଉଛି ସୁଶାନ୍ତଙ୍କ ଘରର ଲାଇଟ ସବୁ ରାତି ୪ ଟାରେ ବନ୍ଦ ହୁଏ ହେଲେ ୧୩ ଜୁନ ରାତିରେ ୧୦ ରୁ ୧୧ ଟା ମଧ୍ୟରେ ସୁଶାନ୍ତ ଘରର ଲାଇଟ ବନ୍ଦ ହୋଇଯାଇଥିଲା ।

ପୂର୍ବରୁ ଏହା ଖବର ମିଳିଥିଲା ଯେ ସୁଶାନ୍ତଙ୍କ ଘରେ ୧୩ ଜୁନରେ ପାର୍ଟି ହେଉଥିଲା । ହେଲେ ତାଙ୍କ ପଡୋଶୀଙ୍କ ମତରେ ସୁଶାନ୍ତଙ୍କ ଘରେ ସେହି ଦିନ କୌଣସି ପାର୍ଟି ନଥିଲା । ସୁଶାନ୍ତ ସବୁ ରାତି ବହୁତ ବିଳମ୍ବରେ ସୋଇଥାନ୍ତି, ହେଲେ ସେହି ଦିନ ବହୁତ ଶୀଘ୍ର ସୁଶାନ୍ତଙ୍କ ଘରର ଲାଇଟ ବନ୍ଦ ହୋଇଥିଲା ।

ସୁଶାନ୍ତଙ୍କ ସମସ୍ତ ଘରର ଲାଇଟ ବନ୍ଦ ଥିଲା କେବଳ କିଚେନ ଲାଇଟକୁ ଛାଡି । ବର୍ତ୍ତମାନ ଏହା ପ୍ରଶ୍ନ ଉଠିଛି ଯେ, ଏତେ ଶୀଘ୍ର ସୁଶାନ୍ତଙ୍କ ଘରର ଲାଇଟ କାହିଁକି ବନ୍ଦ ହୋଇଥିଲା । ଖବର ଅନୁସାରେ ଜଣା ପଡିଛି ଯେ, ଏହି ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ବହୁତ କିଛି ହୋଇଥିଲା । ଆନୁମାନିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ସୁଶାନ୍ତଙ୍କୁ ପ୍ରଥମେ ନିଶା ଔଷଧ ଦେଇ ବେହୋସ କରାଯାଇଥିବ ଓ ସୁଶାନ୍ତଙ୍କ ସହ ସବୁ କିଛି କରାଯାଇଥିବ


ସିବିଆଇ ଯାଞ୍ଚରେ ସୁଶାନ୍ତଙ୍କ ଚାକର ନୀରଜକୁ ଏହି କେସ ବିଷୟରେ କିଛି ଖାସ ତଥ୍ୟ ବିଷୟରେ ପଚରା ଉଚରା କରା ଯାଇଥିଲା । ନୀରଜ ମତରେ ସୁଶାନ୍ତ ବେଳେବେଳେ ଜଏଣ୍ଟ ରୋଲ ନେଉଥିଲେ । ନୀରଜ ମତରେ ୧୩ ଜୁନ ଦିନରେ ନୀରଜ ସୁଶାନ୍ତଙ୍କ ପାଇଁ ୩ ଦିନର ଜଏଣ୍ଟ ରୋଲ ରୋଲ ପ୍ରସ୍ତୁତ କରିଥିଲେ । ହେଲେ ୧୪ ଜୁନ ସକାଳେ ସମସ୍ତ ଜଏଣ୍ଟ ରୋଲ ବ୍ୟବହାର ହୋଇଯାଇଥିଲା ।


ବର୍ତ୍ତମାନ ଏହା ପ୍ରଶ୍ନ ଉଠିଛି ଯେ, କଣ ନୀରଜକୁ କିଏ କହିଥିଲେ ୩ ଦିନ ପାଇଁ ଜଏଣ୍ଟ ରୋଲ କରିବା ପାଇଁ । କାରଣ ୧୩ ଜୁନ ରାତିରେ ଯେତେବେଳେ ସୁଶାନ୍ତଙ୍କ ଘରର ଲାଇଟ ୧୧ଟାରେ ବନ୍ଦ ହୋଇଯାଇଥିଲା ସେତେବେଳେ ବୋଧେ ସୁଶାନ୍ତଙ୍କୁ ଏହି ଜଏଣ୍ଟ ରୋଲ ସେବନ କରିବା ପାଇଁ ବାଧ୍ୟ କରାଯାଇଥିବ । ନୀରଜ ମତରେ ସୁଶାନ୍ତ ଗୋଟେ ସପ୍ତାହରେ ୨ ଦିନରୁ ଅଧିକ ଜଏଣ୍ଟ ନେଉ ନଥିଲେ । ତା ହେଲେ ଗୋଟେ ଦିନରେ ତିନି ଦିନର ଜଏଣ୍ଟ ରୋଲର ବ୍ୟବହାର ସୁଶାନ୍ତ କାହିଁକି କରିବେ ଏହା ପଛରେ ବହୁତ ବଡ ରହସ୍ୟ ଅଛି । ବର୍ତ୍ତମାନ ସିବିଆଇ ଏହାର ରହସ୍ୟକୁ ବହୁତ ଶୀଘ୍ର ଖୋଜି ବାହାର କରିବାକୁ ଯାଉଛି ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *