ଗରିବ ଭିକାରିର ଝୁପୁଡିକୁ ଦେଖି ପୋଲିସକୁ ହେଲା ସନ୍ଦେହ, ଯେତେବେଳେ ଭିତରକୁ ଯାଇ ଦେଖିଲେ ତ ହୋସ ଉଡିଗଲା ସମସ୍ତଙ୍କର

ନମସ୍କାର ବନ୍ଧୁଗଣ ଆଜି କାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାଟି ହେଉଛି ପୋଲିସ ଏକ ଭିକାରିର ଘର ଦେଖି ସନ୍ଦେହ କରିଥିଲା । ଯେତେବେଳେ ପୋଲିସ ସେହି ଘର ମଧ୍ୟକୁ ଯାଇଥିଲା, ସେତେବେଳେ ପୋଲିସର ହୋସ ଉଡିଯାଇଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ମାମଲାଟି ହେଉଛି ଦିଲ୍ଲୀ ରେଲୱେ ଷ୍ଟେସନର । ଏହି ସ୍ଥାନରେ ଦେବୀଚନ୍ଦ୍ର ଆଜାଦ ନାମକ ଏକ ଭିକାରି ଭିକ ମାଗୁଥିଲା । ଏହି ଭିକାରି ଜଣକ ଭିକ ମାଗି ନିଜର ଜୀବିକା ନିର୍ବାହ କରୁଥିଲା । ରେଲୱେ ଷ୍ଟେସନ ପାଖରେ ଏକ ବଡ ନଳା ଥିଲା ।

ସେହି ନଳା ସାଇଡରେ ଭିକାରିର ଝୋପଡି ଥିଲା । ହେଲେ ଗୋଟେ ଦିନ ଆଜାଦ ରେଲୱେ ଟ୍ରାକକୁ କ୍ରଶ କରୁଥିବା ସମୟରେ ତଳେ ପଡିଯାଇଥିଲା । ଏହାଦ୍ବାରା ଭିକାରି ଜଣକ ବେହୋସ ହୋଇଯାଇଥିଲା । ଯାହାଫଳରେ ଭିକାରିକୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲ ଯିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଦେଲେ ।

ଏହାର ସୂଚନା ଯେତେବେଳେ ରେଲୱେ ପୋଲିସ ପାଖକୁ ଆସିଥିଲା, ସେତେବେଳେ ରେଲୱେ ପୋଲିସ ଏହି ଭିକାରିର ଶରୀରକୁ ଦେବା ପାଇଁ ଭିକାରୀର ପରିବାର ଲୋକଙ୍କୁ ଖୋଜିଥିଲେ । ବହୁତ ପଚରା ଉଚରା କରିବା ପରେ ପୋଲିସକୁ ଭିକାରିର ଝୋପଡି ବିଷୟରେ ସୂଚନା ମିଳିଥିଲା । ଏହାପରେ ରେଲୱେ ପୋଲିସ ଭିକାରି ଜଣକର ଘର ମଧ୍ୟକୁ ଯାଇଥିଲେ ।

ଘର ମଧ୍ୟରେ ଯିବା ପରେ ପୋଲିସ ସହକର୍ମୀ ମାନଙ୍କର ହୋସ ଉଡିଯାଇଥିଲା । କାରଣ ଭିକାରି ଘର ମଧ୍ୟରେ ଏକ ବ୍ୟାଗ ଥିଲା, ସେହି ବ୍ୟାଗରେ ୧.୫ ଲକ୍ଷ ଟଙ୍କା ଥିଲା । ଏହା ଦେଖି ପୋଲିସ ସହକର୍ମୀ ମାନଙ୍କର ହୋସ ଉଡିଯାଇଥିଲା । ପୋଲିସର ସନ୍ଦେହ ଅଛି ଯେ ଭିକାରି ଅନ୍ୟ କିଛି କାମ ମଧ୍ୟ କରୁଥିବ, ଯାହାଫଳରେ ତା ପାଖରେ ଏତେ ଟଙ୍କା ଥିଲା ।

ଆଖ ପାଖର ଲୋକମାନଙ୍କୁ ପଚରା ଉଚରା କରିବା ଦ୍ଵାରା ଜଣା ପଡିଥିଲା ଯେ, ବହୁତ ସମୟ ପୂର୍ବରୁ ଭିକାରିର ପରିବାର ଲୋକ ରହୁଥିଲେ । ହେଲେ ସେମାନେ ବର୍ତ୍ତମାନ ଏହି ଘରେ ରହୁ ନାହାନ୍ତି ଓ ସେମାନଙ୍କ ଠିକଣା ମଧ୍ୟ କାହାକୁ ଜଣା ନାହିଁ । ବର୍ତ୍ତମାନ ପୋଲସି ଭିକାରିର ସମ୍ପର୍କୀୟ ମାନଙ୍କୁ ଖୋଜିବାରେ ଲାଗିଛି । ଭିକାରିର ସମ୍ପର୍କୀୟ ମିଳିବା ମାତ୍ରେ ପୋଲିସ ଏହି ସମସ୍ତ ଟଙ୍କାକୁ ସମ୍ପର୍କୀୟ ମାନଙ୍କୁ ଦେଇଦେବ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *