୩୦ ଜୁନ ମଧ୍ୟରେ ନିଶ୍ଚୟ ସାରି ଦିଅନ୍ତୁ ଏହି ୫ ଟି କାମ, ନହେଲେ ହୋଇପାରେ ବହୁତ ବଡ କ୍ଷତି

କରୋନା ମହାମାରୀ ଯୋଗୁ ପୁରା ଦେଶ ବ୍ୟାପୀ ତିନିମାସ ହେଲା ଲକ ଡାଉନ୍ ଚାଲିଅଛି । ଜନଜୀବନ ଓ ଅର୍ଥବ୍ୟବସ୍ଥା କୁ ପୁଣିଥରେ ରାସ୍ତାକୁ ଆଣିବା ପାଇଁ ସରକାର କରୋନା ଭାଇରସ ମହାମାରୀ ବହୁ ମାତ୍ରାରେ ସଂକ୍ରମଣ ହେବା ମଧ୍ୟରେ ଏହି ଲକ ଡାଉନ୍ ରେ କିଛି ବାର୍ତ୍ତା ପ୍ରଦାନ କରିଛନ୍ତି । ଲକ ଡାଉନ୍ ରୁ ମିଳିଥିବା କୋହଳ ପରେ ପୁରା ଦେଶ ରେ ଅଧିକାଂଶ ଅଞ୍ଚଳରେ ଜୀବନ ରାସ୍ତା କୁ ଫେରିବାକୁ ଲାଗୁଛି ।

ସରକାର ମଧ୍ୟ ସାଧାରଣ ଜନତାଙ୍କୁ କିଛି ରିହାତି ବ୍ୟବସ୍ଥା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ, ଆର୍ ବି ଆଇ ଦ୍ଵାରା ନିକଟରେ ନିଆଯାଇଥିବା ମୋରାଟୋରିୟମ,ଆତ୍ମନିର୍ଭରଶୀଳ ଭାରତ ଆର୍ଥିକ ପ୍ୟାକେଜ ସମେତ କେତେକ ପ୍ରକାରର ଯୋଜନା ଘୋଷଣା କରା ଯାଇଛି ।

ଏହି ସବୁ ମଧ୍ୟରୁ କରୋନା ଭାଇରସ ଯୋଗୁ ସରକାରଙ୍କ କେତେକ ବିତ୍ତିୟ ସମୟ ସୀମା ଯାହାକି 13 ମାର୍ଚ 2020 ରେ ପୁରା ହେବାର ଥିଲା, ଏହାକୁ ଆଗକୁ ବଢ଼ାଇ 30 ଜୁନ କରିଦିଆଯାଇଥିଲା । ଏବେ ଜୁନ ମାସର ଦ୍ଵିତୀୟ ସପ୍ତାହ ସରିବାକୁ ଆସିଲାଣି ଏଥିରୁ ଆମେ ଜାଣି ଯିବା ଉଚିତ ଯେ ଜୁନ ମାସର ଶେଷ ସୁଦ୍ଧା କେଉଁ କେଉଁ କାମ କୁ ପୂରଣ କରିଦେବା ଉଚିତ୍ ।

ଏହି କାମରେ ପ୍ୟାନ ଆଧାର ଲିଙ୍କ୍ ଭଳି କାର୍ଯ୍ୟ ସହିତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିନେବା ଉଚିତ୍ । ଯଦି ଅପଣ ଏହାକୁ ଦିଆଯାଇଥିବା ସମୟ ସୀମା ଭିତରେ ଶେଷ କରୁନାହାଁନ୍ତି ତାହାଲେ ଆପଣ ଆଗକୁ ଯାଇ ଅସୁବିଧାର ସାମନା କରିପାରନ୍ତି ।

30 ଜୁନ ଭିତରେ ଶେଷ କରିଦିଅନ୍ତୁ ଆଧାର ପ୍ୟାନ ଲିଙ୍କ

କରୋନା ମହାମାରୀ ସମୟରେ ସରକାର ଆଧାର ପ୍ୟାନ ଲିଙ୍କ୍ ର ସମୟ ସୀମା କୁ 13 ମାର୍ଚ ରୁ ବଢାଇ 30 ଜୁନ କରି ଦେଇଛନ୍ତି । ଯଦି ଆପଣ ଆଧାର ପ୍ୟାନ ଲିଙ୍କ୍ ଏ ପର୍ଯ୍ୟନ୍ତ କରି ନାହାନ୍ତି ତାହାଲେ ଆପଣ ଏହାକୁ ଜୁନ 30 ଭିତରେ ଶେଷ କରନ୍ତୁ । ଏହାକୁ ଲିଙ୍କ୍ ନ କରିଲେ ଆପଣଙ୍କ ପ୍ୟାନ ଅମାନ୍ୟ ହୋଇଯିବ ।

ଟ୍ୟାକ୍ସରୁ ରିହାତି ପାଇବା ପାଇଁ ପୁଞ୍ଜି ନିବେଶ କରନ୍ତୁ

କୋଭିଡ଼ 19 କାରଣରୁ ଆୟକର ବିଭାଗ ବିତ୍ତିୟ ବର୍ଷ 2019-20 ପାଇଁ ଆଇ ଟି ଆର୍ ଦାଖଲ କରିବା ପାଇଁ ଶେଷ ସମୟ ଜୁଲାଇ 31 ତାରିଖ ରୁ ନଭେମ୍ବର 30 କୁ ବଢାଇ ଦିଆ ଯାଇଛି । ଏହା ବ୍ୟତୀତ ଟ୍ୟାକ୍ସ ରୁ ରିହାତି ପାଇବା ପାଇଁ ଆୟକର ନିୟମ 80c, 80d, 80e ଦ୍ୱାରା ନିବେଶ କରିବା ସମୟ ସୀମା କୁ 30 ଜୁନ ପର୍ଯ୍ୟନ୍ତ ବଢାଇ ଦିଆ ଯାଇଛି । ଏଥିରୁ ଆପଣ ଯେତେ ଶୀଘ୍ର ଫାଇଦା ଉଠାଇ ପାରିବେ ।

2018-19 ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରନ୍ତୁ

ଯଦି ଆପଣ 2018 – 19 ପାଇଁ ଆଇ ଟି ଆର୍ ଦାଖଲ ଏପର୍ଯ୍ୟନ୍ତ କରି ନାହାନ୍ତି ତାହେଲେ 30 ଜୁନ ଭିତରେ ଏହାକୁ ଭରି ପାରିବେ । ସରକାର ଏହି କରୋନା ଭାଇରସ ସଂକ୍ରମଣ ଯୋଗୁ ଆଇ ଟି ଆର୍ ଦାଖଲ କରିବା ସମୟ ସୀମା ମାର୍ଚ 31 ରୁ ବଢାଇ 30 ଜୁନ କରିଦେଇଛନ୍ତି ।

କମ୍ପାନୀ ରୁ କର୍ମଚାରୀ ଆଣନ୍ତୁନ ଫର୍ମ 16

ପ୍ରାୟତଃ କମ୍ପାନୀ ତରଫରୁ ମାର୍ଚ 31 ଭିତରେ ଫର୍ମ 16 ମିଳି ଯାଇଥାଏ । କିନ୍ତୁ ଏଥର ସରକାର ଗୋଟିଏ ଅର୍ଡିନେନ୍ସ ଜରିଆରେ ଫର୍ମ 16 କୁ ଜାରି କରିବା ତାରିଖ 15 ଜୁନ ରୁ 30 ଜୁନ ବଢାଇ ଦେଇଛନ୍ତି । ଫର୍ମ 16 ଏକ ପ୍ରକାରର ଟି ଡି ଏସ୍ ସାର୍ଟିଫିକେଟ ହୋଇଥାଏ ଯାହା ଆଇ ଟି ଆର୍ ଦାଖଲ କରିବା ସମୟରେ ଦରକାର ପଡିଥାଏ ।

ପିପିଏଫ୍ ଓ ସୁକନ୍ୟା ସମୃଦ୍ଧି ଖାତା ରେ ଜମାମ କରନ୍ତୁ ଟଙ୍କା

ଯଦି ଆପଣ ପିପିଏଫ୍ ଓ ସୁକନ୍ୟା ସମୃଦ୍ଧି ଖାତାରେ 31 ମାର୍ଚ 2020 ପର୍ଯ୍ୟନ୍ତ କୌଣସି ପ୍ରକାରର ରାଶି ଜମା କରିନାହାନ୍ତି ତା ହେଲେ ଏହାକୁ 30 ଜୁନ ମଧ୍ୟରେ କରିପାରିବେ । ନ୍ୟୁନତମ ରାଶି ଜମା ହୋଇ ନଥିଲେ ଏହାର ଜୋରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାକି ଏବେ ଡାକ ବିଭାଗ ଏଗୁଡ଼ିକୁ ହଟାଇ ଦେଇଛନ୍ତି ।

ପିପିଏଫ ଖାତାର ମ୍ୟାଚ୍ୟୁରିଟି

ଯଦି ଆପଣଙ୍କର ପିପିଏଫ ଖାତାର ମ୍ୟାଚ୍ୟୁରିଟି 31 ମାର୍ଚ ପର୍ଯ୍ୟନ୍ତ ହୋଇ ଯାଇଛି ଏବଂ ଏହି ଖାତାକୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଢାଇବାକୁ ଚାହୁଁଛନ୍ତି ତାହେଲେ ଏହାକୁ ଆପଣ 30 ଜୁନ ମଧ୍ୟରେ ବଢାଇ ପାରିବେ । ଏଥିପାଇଁ ଡାକବିଭାଗ ୧୧ଏପ୍ରିଲ ରେ ଏକ ସର୍କୁଲାର ଜାରି କରିଥିଲେ।

ଏହାକୁ ଅନ୍ୟମାନଙ୍କ ସହ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *