ସରକାରଙ୍କ ବଡ ଘୋଷଣା ! ଏହି ଦିନ ଠାରୁ ଲାଗୁ ହେବ ନୂଆ ଶ୍ରମ ଆଇନ, ଏଥର ମାସକୁ ମିଳିବ 3 ଦିନ ଛୁଟି

ବନ୍ଧୁଗଣ, ସୂଚନା ଅନୁଯାୟୀ ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଶ୍ରମ ଆଇନ । ଶ୍ରମିକ ଏବଂ କର୍ମଚାରୀ ଙ୍କ ପାଇଁ ଆସିବ ନୂଆ ନିୟମ । ଜୁଲାଇ ରୁ ଦେଶରେ ନୂଆ ଶ୍ରମ କୋଡ କାର୍ଯ୍ୟକାରୀ ହୋଇପାରେ । ଦେଶରେ ପ୍ରଚଳିତ ଶ୍ରମ ଆଇନରେ ସଂସ୍କାର ଆଣିବା ପାଇଁ ସରକାର ଯୋଜନା କରିଛନ୍ତି । ଜୁଲାଇ ୧ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଧାର୍ଯ୍ୟ କରାଯାଇଅଛି । ସରକାର ୨୯ ଟି କେନ୍ଦ୍ରୀୟ ଶ୍ରମ ନିୟମ କୁ ପରିବର୍ତ୍ତନ କରି ୪ ଟି କୋଡ ରେ ପରିଣତ କରିଛନ୍ତି ।

ନୂଆ ଶ୍ରମ କୋଡ କାର୍ଯ୍ୟକାରୀ ହେଲେ, କର୍ମଚାରୀ ଙ୍କ ଉପରେ କି କି ପ୍ରଭାବ ପଡିବ ଆସନ୍ତୁ ଜାଣିବା । ତେବେ ନୂଆ ଶ୍ରମ ଆଇନ କାର୍ଯ୍ୟକାରୀ ହେଲେ ଅଫିସରେ କର୍ମଚାରୀ ମାନଙ୍କ କମ କରିବାର ସମୟ ପରିବର୍ତ୍ତନ ନିମନ୍ତେ ସୁଯୋଗ ମିଳିବ । ହେଲେ ଅଧିକ ସମୟ କାମ କରିବାକୁ ପଡିବ । ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ ।

ସରକାର ୪ ଦିନ କାମ ଏବଂ ୩ ଦିନ ଛୁଟି ବୋଲି କହୁଥିବା ବେଳେ ଏହାକୁ ଅସୁଲ କରିଇବାର ବାଟ ମଧ୍ୟ ବାହାର କରିଛନ୍ତି । କାରଣ ଏଣିକି ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କମ କରିବାକୁ ପଡିବ । ଦରମାର ନଗଦ ରାଶି ଏବଂ ଭବିଷ୍ୟ ନିଧି ପାଣ୍ଠି କୁ କର୍ମଚାରୀ ଙ୍କ ଦରମାରୁ କାଟି ଜମାକରାଯାଉଥିବା ଅର୍ଥ ର ପରିମାଣ ବଢିବ । ମୂଳ ଦରମା କୁ ମୋଟ ଦରମାର ୫୦ ପ୍ରତିଶତ ରେ ସିମିତ ରଖାଯିବ ହେଲେ ଘରୋଇ ସଂସ୍ଥା ରେ କାମ କରୁଥିବା କର୍ମଚାରୀ ଙ୍କ ଦରମା କମିଯିବା ।

ଅବସର ପରେ ମିଳୁଥିବା ଗ୍ରାଚୁଇଟି ଅର୍ଥ ପରିମାଣ ମଧ୍ୟ ବଢିବ । ଫଳରେ କର୍ମଚାରୀ ମାନେ ଅବସର ପରେ ଭଲରେ ଜୀବନ କାଟିପରିବେ ବୋଲି ସରକାର କହିଛନ୍ତି । ନିଯୁକ୍ତି ସମୟରେ ଜଣେ କର୍ମଚାରୀ ଗୋଟିଏ ବର୍ଷ ଅବଧି ମଧ୍ୟରେ ବକେୟା ଛୁଟିକୁ ପରବର୍ତ୍ତୀ ବର୍ଷ ରେ ନେଇ ପାରିବେ । ଯଦି କେହି କର୍ମଚାରୀ ଛୁଟି ନ ନିଅନ୍ତି ତେବେ ତାଙ୍କୁ ଛୁଟି ବାବଦରେ ଅଧିକ ପାଉଣା ମିଳିବ ।

ପୂର୍ବ ନିୟମ ଅନୁଯାୟୀ ବର୍ଷ କୁ ୨୪୦ ଦିନ କାମ କରୁଥିବା ବେଳେ ଛୁଟି ମିଳୁଥିଲା ଏଣିକି ୧୮୦ ଦିନ କାମ କଲେ ଛୁଟି ଲାଗୁ ହେବ । ତେବେ ଦେଶରେ ଶ୍ରମ ଆଇନ ରେ ସଂସ୍କାର ଆଣିବାକୁ ସରକାର ଯୋଜନା କରିଛନ୍ତି । ଜୁଲାଇ ପହିଲା ରେ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *