ଜୁଲାଇ ମାସରେ ଏହି ୪ ଟି ରାଶିର ଲୋକ ରୁହନ୍ତୁ ସାବଧାନ, ଘଟିପାରେ କୌଣସି ଅଘଟଣ

ଆପଣମାନେ ଜାଣିଛନ୍ତି କି ରାଶି ଚକ୍ରରେ ୧୨ ଗୋଟି ରାଶି ଅଛି ଓ ଏହି ୧୨ ଟି ରାଶିର ରାଶିଫଳ ଗ୍ରହମାନଙ୍କ ପରିଚାଳନା ରୁ ନିର୍ଦ୍ଧାରିତ ହୋଇଥାଏ । ଗ୍ରହମାନଙ୍କ ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତ୍ୟେକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ଥାଏ । ଏହି ଗ୍ରହମାନଙ୍କ ଚଳନ କିଛି ରାଶିଙ୍କ ଉପରେ ଶୁଭ ପ୍ରଭାବ ପକାଇଥାଏ ତ ଆଉ କିଛି ରାଶିଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

ପ୍ରତ୍ୟେକ ଦିନ ଗ୍ରହରେ କିଛି ନା କିଛି ପରିବର୍ତ୍ତନ ଘଟୁଛି ସେହିପରି ଏହି ୪ ଟି ରାଶି ଉପରେ ଆଜି ଠାରୁ ଗ୍ରହମାନଙ୍କର କୁ ପ୍ରଭାବ ପଡିବାକୁ ଯାଉଛି । ଏହି ୪ ଟି ରାଶିର ଲୋକମାନଙ୍କୁ ସାବଧାନତାର ସହ ରହିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।

ମିଥୁନ ରାଶି

ଲୋକପ୍ରିୟତା ହ୍ରାସ ପାଇବ । ନିଜର ଆସ୍ଥା ହରାଇବେ । ଅର୍ଥାଭାବ ଅନୁଭବ କରି ପାରନ୍ତି । ଆକସ୍ମିକ କୌଣସି କଳହରେ ପଡି ପାରନ୍ତି । ଆର୍ଥିକ କ୍ଷତି ସହିବେ । ପାଇଥିବା ଦ୍ରବ୍ୟ ହରାଇ ବସିବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । କୌଣସି ଆତ୍ମୀୟ ମାନଙ୍କ ଦ୍ଵାରା ଅସୁବିଧାରେ ପଡି ପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଇକୁ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି

ଆପଣଙ୍କର ମାନସିକ ଆଶାନ୍ତି ବଢିପାରେ । ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯୋଥା କାମରେ ଟଙ୍କା ବିନିଯୋଗ କରିବେ । ଅବାଞ୍ଛିତ ପରିସ୍ଥିତିରେ ପଡିବେ । ଶାରୀରିକ କଷ୍ଟ ଭୋଗିବେ । କୌଣସି ଜାଗାରୁ ଅପମାନିତ ହୋଇ ପାରନ୍ତି । ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି କୌଣସି ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ।

ମୀନ ରାଶି

ଅର୍ଥାଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ମାନ ସମ୍ମାନ ରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଉପରିସ୍ଥ କର୍ତୁପକ୍ଷଙ୍କ ଚାପ ବଢିବ । ଆଳସ୍ୟ ଅନୁଭବ କରିବେ । ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇ ପାରନ୍ତି । ମାନସିକ ଉଦ୍ବେଗ ବଢିବ । କାର୍ଯ୍ୟରେ ଅବନତି ଘଟିବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ।

ବିଛା ରାଶି

ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ । ବହୁ ଦିନର ଅନୁସନ୍ଧାନରେ ବିଫଳ ହେବେ ,ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ । ମାନସିକ ଚାପ ପଡିପାରେ । ବ୍ୟସ୍ଥତା ଭିତରେ ସମୟ କଟିପାରେ । ଗୃହ କ୍ଲେଶ ଦେଖା ଦେଇପାରେ । ଅଭାବ ଅନଟନରେ ଦିନ କଟିପାରେ । ବିଶ୍ଵାସ ଘାତକତାର ସ୍ଵୀକାର ହୋଇ ପାରନ୍ତି । ନିଜର ଦେହ ଉପରେ କଷ୍ଟ ଅଛି । ସତର୍କ ରୁହନ୍ତୁ । ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *