ବନ୍ଧୁଗଣ, ସୂଚନା ଅନୁଯାୟୀ ଦାରାଡୁଙ୍ଗ ଛକରେ ହୋଇଥିବା ଦୁର୍ଘଟଣା କୁ ନେଇ ବର୍ତ୍ତମାନ ମେୟର ଏବଂ କମିଶନର ପହଞ୍ଚି ଲୋକାଲ ଲୋକଙ୍କ ସହ ମିଶି ଆଲୋଚନା କରିଛନ୍ତି, ଆଲୋଚନା ରେ କ’ଣ ପ୍ରତିଶ୍ରୁତି ଦିଆଗଲା ଆସନ୍ତୁ ଜାଣିନେବା ସେ ନେଇ ସଂପୂର୍ଣ୍ଣ ବିବରଣୀ । ମେୟର ସୁଲଚନା କହହିଛନ୍ତି ଯେ ସମସ୍ତ ଗ୍ରାମବାସୀ ଙ୍କୁ ସେ ନିବେଦନ କରିଛନ୍ତି ଯେ ସେ ପ୍ରଥମେ ସଂସ୍କାର କରନ୍ତୁ । ତାଙ୍କ ଦୁଃଖରେ ତାଙ୍କ ସାଥ ଅଛନ୍ତି ବୋଲି କହିଛନ୍ତି ।
ବିଏମସି ସହିତ ଆଲୋଚନା କରି ଡମ୍ପିଙ୍ଗ ବନ୍ଧ ରଖିବେ । ନିଶ୍ଚିତ ଭାବରେ ଏହାକୁ ନେଇ ଆଉଥରେ ଆଲୋଚନା କରିବେ । ମୃତକ ଙ୍କ ପରିବାରର ଜଣଙ୍କୁ କଣ୍ଟ୍ରାକ୍ଚୁଆଲ ବେଶିସରେ ଚାକିରୀ ମଧ୍ୟ ଦେବେ । ଏହା ସହିତ ୫ ଲକ୍ଷ ଟଙ୍କା ତାଙ୍କ ପରିବାରକୁ ଆର୍ଥିକ ସହାୟତା କରାଯାଇଅଛି । ଟ୍ରାଫିକ ର ଯେଉଁଭଳି ହମ୍ପ୍ସ ରହିବା କଥା ତାହା କରିବା ସହିତ ପ୍ରତ୍ୟକ ଏଜେନ୍ସି ର ଗାଡି ଗୁଡିକ ମଧ୍ୟ ଯାଞ୍ଚ କରି ଯେଉଁଭଳି ଭାବରେ ଫିଟନେସ ରହିବା କଥା,
ଯେଉଁଭଳି ଭାବରେ ଫିଟନେସ ରହିବା କଥା ଏବଂ ଅନ୍ୟାନ୍ୟ ଯେଉଁସବୁ କଥା ନିୟମ ଅନୁଯାୟୀ ହେବା କଥା ସେଥିପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦେବେ । ପ୍ରତିଶ୍ରୁତି ଅନୁଯାୟୀ ୯ ମାସ ମଧ୍ୟରେ ନିଶ୍ଚିତ ଭାବରେ ସମସ୍ତ କଥାର ସମାଧାନ ହେବ । ରାମ ଗାଗାରାଇ ନାମକ ବ୍ୟକ୍ତି ନିଜ ପୁଅ ହଷ୍ଟେଲ କୁ ଖାଇବା ଦେବା ନିମନ୍ତେ ଯାଉଥିଲେ, ସେହି ସମୟରେ ଅଳିଆ ଗାଡି ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।
ରାମଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ସୁର ରାଉତରାୟ ଏହି ଦୁର୍ଘଟଣା ମାମଲାରେ କହିଛନ୍ତି ଯେ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ହେବ । ମେୟର ଙ୍କ ଉପରେ ଭରୋଷା ରହିଅଛି । କମିଶନର ତଥା ଚେୟାରମ୍ୟାନ ସବୁ ଆସିଛନ୍ତି ଯିଏ ସେ ସମସ୍ତଙ୍କ ଉପରେ ଭରୋଷା ରହିଅଛି ନିଶ୍ଚିତ ଭାବରେ ପୂରଣ ହେବ ।
ଯେ ପର୍ଯ୍ୟନ୍ତ ଏହାର ଆଲୋଚନା ନ ହୋଇ ସ୍ଥିର ସମାଧାନ ନ ହୋଇଛି ଏଠାରେ ମଇଳା ପଡିବ ନାହିଁ ଏବଂ ଯେଉଁ ଗାଡି ସବୁ ଆସୁଛି ବିନା ପରମିଶନରେ, ତାକୁ ଚେକ କରାଯିବ ତଥା ଯେମିତି ଆକ୍ସିଡେଣ୍ଟ ନ ହେବ ସେ ପ୍ରତି ଧ୍ୟାନ ଦିଆଯିବ । ଯେଉଁ ଜାଗାରେ ବାରମ୍ବାର ଦୁର୍ଘଟଣା ଘଟୁଛି ଟ୍ରାଫିକ ପୋଷ୍ଟର ବ୍ୟବସ୍ଥା କରାଯିବ ଏହା ସହିତ ସଚେତନତା ନିଶ୍ଚିତ ଭାବରେ ଅବଲମ୍ବନ କରାଯିବ ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।