ସାବଧାନ..ଆଇଁଷ ଖାଇଲେ ମାରିଦେବ ଗୋଖର ସାପ, ଏଠି ଆଇଁଷ ଖାଇବା ତ ଦୂରର କଥା ଆଇଁଷ ନାଁ ବି କେହି ଧରନ୍ତି ନାହିଁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଗାଁ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁ ଗ୍ରାମରେ ଆମିଷ ଖାଇବା ତ ଦୂର କଥା ସେଠାରେ ଆମିଷ ଭୁଲରେ ପାସେନାହିଁ ମଧ୍ୟ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସାରା ରାଜ୍ୟରେ ହେତୁବାଦୀ ମାନଙ୍କର ସୂର୍ଯ୍ୟପରାଗରେ ଆମିଷ ଖାଇବାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିଲା ମାତ୍ର ବେଣ୍ଟଶାଳିଆ ଗ୍ରାମ ରେ ଗୋପାଳ ବୈଷ୍ଣବ ଜାତିର ଲୋକେ ବସବାସ କରନ୍ତି ।

ଏସିୟା ମହାଦେଶ ର ସବୁଠାରୁ ବଡ ଗାଁ ଭୁବନ, ଆଉ ଏହି ଭୁବନ ବ୍ଲକରେ ରହିଛି ବେଣ୍ଟଶାଳିଆଗ୍ରାମ, ଏହି ଗ୍ରାମରେ ବସବାସ କରନ୍ତି ଗୋପାଳ ବୈଷ୍ଣବର ୬୦ ଟି ପରିବାର । ଗ୍ରାମର ପୂର୍ବ ଦିଗରେ କୁଳଦେବୀ ମା’ ସୁନାଝରି ଏବଂ ରାଧାକୃଷ୍ଣ ଙ୍କ ମନ୍ଦିର । ପିଢୀ ପରେ ପିଢୀ ଆମିଷ ଖାଉ ନାହାଁନ୍ତି, କି ଆମିଷ ଗ୍ରାମରେ ପୁରାଇ ଦେଉନାହାଁନ୍ତି । ପୂର୍ବପୁରୁଷ ମାନେ କହିଛନ୍ତି ଯେ ଗ୍ରାମରେ ଆମିଷ ପଶିଲେ ଅଥବା ଖାଇଲେ ସାପ କାମୁଡିବ ନଚେତ ଆଖି ଅନ୍ଧ ହୋଇଯିବ ।

ଏହି ପ୍ରଥାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବପୁରୁଷ ଙ୍କ କଥାକୁ ମାନି ନିରାମିଷ ଖାଉଛନ୍ତି ଲୋକେ । ଅନେକ କାଳରୁ ବିଶ୍ଵାସ ରହି ଆସିଛି, ଦିନେ ଜଣେ ମାଛ ବେପାରୀ ହଠାତ ଗ୍ରାମ ଭିତରକୁ ପଳାଇ ଆସିଥିଲା । ଆଉ ସେ ଆମିଷ ଆଣି ଗ୍ରାମରେ ଭର୍ତ୍ତି କରିଥିବାରୁ ଗଛରେ ଥିବା ଗୋଖର ସାପ ହଠାତ ସେହି ମାଛ ବେପାରୀ ଙ୍କୁ କାମୁଡି ଦେଇଥିଲା ।

ଆଉ ସେହି ଦିନଠାରୁ ଏଠାରେ ଆମିଷ ତ ଖାଇବା ଦୂରର କଥା ଏଠାରେ ଆମିଷ ପଶେନାହିଁ । ଗ୍ରାମବାସୀ କହିଛନ୍ତି ଯେ ଏଠାରେ ସମସ୍ତେ ରାଧାକୃଷ୍ଣ ଙ୍କର ଭକ୍ତ ଅଟନ୍ତି । ଏହି ଗ୍ରାସାମରେ ନାମଯଜ୍ଞ ହୋଇଥାଏ, ବାହାଘର ଯାହା ହୁଏ କେବଳ ବୈଷ୍ଣବ ଧର୍ମରେ ହିଁ ବାହାଘର ହୁଏ ଅନ୍ୟ କୌଣସି ଜାତିରେ ବିବାହ କରାଇ ନଥାନ୍ତି ଏମାନେ । ଏବଂ ଭୋଜିଭାତ ଯାହା ହୁଏ ସବୁ ସାଧା ଉପରେ ହୋଇଥାଏ ।

ବାହାରକୁ ମଧ୍ୟ ଯିଏ ଯାଉଛନ୍ତି ସେମାନେ ଘରୁ ଯାହା ଟିଫିନ ନେଇଥାନ୍ତି ତାହା ଖାଇଥାନ୍ତି । ତେବେ ମଣିଷ ତ ଏଠାରେ ନିରାମିଷ ଏଠାରେ ବସବାସ କରୁଥିବା ବିଲେଇ କୁକୁର ମଧ୍ୟ ନିରାମିଷ । ମଣିଷ ସହିତ ଏମାନେ ମଧ୍ୟ ନିରାମିଷ ଅଟନ୍ତି ନା ଏମାନେ ଆମିଷ ଖୋଜନ୍ତି ନା ଆମିଷ ନିମନ୍ତେ ଗ୍ରାମ ଛାଡି ଯାଉଛନ୍ତି । ଏହି ଗ୍ରାମରେ ସରକାର ଙ୍କ ତରଫରୁ ସ୍କୁଲରେ ଯେଉଁ ଅଣ୍ଡା ମିଳୁଛି ତାହା ବଦଳରେ ସ୍କୁଲ ତରଫରୁ ଫଳ ଦେଉଛନ୍ତି ଛାତ୍ର ଛାତ୍ରୀ ମାନଙ୍କୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *