ଏଥର ଫସିବେ ବଡ଼ ବଡ଼ିଆ ! ଜେରା ସମୟରେ ଆଉ ଚୁପ ରହିବିନି, ପୋଲିସକୁ କହିଦେବି ସବୁ ସତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଜେଲରେ ଥାଇ ଏଭଳି ଅନୁତାପ କରି କହିଛନ୍ତି ଯେ ମୋତେ କ୍ଷମ କରିଦିଅ, ମୋର ଭୁଲ ହୋଇଯାଇଅଛି, ଆଉ ଦରକାର ନାହିଁ ସେହି ପାପ ସମ୍ପତ୍ତି । ତେବେ ବର୍ତ୍ତମାନ ଅର୍ଚ୍ଚନା ଙ୍କ ଆଖିରୁ କୁଆଡେ ଝରୁଛି ଲୁହ । ଅର୍ଚ୍ଚନା ବସି କାନ୍ଦୁଛନ୍ତି ଜେଲ ଭିତରେ । 5 ଦିନ ଭିତରେ ସବୁ ସତ କହିବେ ବୋଲି ଖବର ସୂତ୍ର ରୁ ପ୍ରକାଶିତ ହୋଇଛି । ସେ ଗୋଟି ଗୋଟି କରି ସବୁ କଥା କହିବେ ଯେ କିଭଳି ଭାବରେ ସେ ଗଢିଥିଲେ ଏହି ପାପ ସାମ୍ରାଜ୍ୟ । କେଉଁ କେଉଁ ବଡ ବଡିଆ ଏଥିରେ ସାମିଲ ଥିଲେ ?

ତଥା ସେ କିଭଳି ଭାବରେ ସେମାନଙ୍କୁ ଫସାଉଥିଲେ ? କେଉଁଠାରେ ଲୁଚାଇଛନ୍ତି ଆଉ ଅନ୍ୟ ଭି-ଡି-ଓ ? ତେବେ ସବୁଠାରୁ ବଡ ସୂଚନା ଅନୁଯାୟୀ ଅର୍ଚ୍ଚନା କୁ ୫ ଦିନ ପାଇଁ ଜେଲ ଭିତରେ ପଚରା ଉଚରା କରିବାକୁ ଅନୁମତି ଲୋଡିଛି ଖଣ୍ଡଗିରୀ ଥାନା ପୋଲିସ । ଏଥି ନିମନ୍ତେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ସାରିଛି କମିଶନରେଟ ପୋଲିସ । ତେବେ ଭୁବନେଶ୍ଵର ଏଚଡିଏମ କୋର୍ଟ ରେ ଏଥିପାଇଁ ଆବେଦନ କରାଯିବ ।

ସୂଚନା ଅନୁଯାୟୀ ୨୦୧୬ ରେ ଘର ଭଡା ନେଇ ଭୁବନେଶ୍ଵରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । ମାତ୍ର ୫ ବର୍ଷ ରେ ଏତେ ଟଙ୍କାର ସମ୍ପତ୍ତି କେମିତି ଉପାର୍ଜନ କରିଲେ ତାହାର ହିସାବ ଖୋଜିବ ପୋଲିସ । ଆଉ ଗୋଟି ଗୋଟି କରି ସବୁ ସତ କୁ ପାଟିରୁ କାଢିନେବ ପୋଲିସ । ତେବେ ହୁଏତ ଅର୍ଚ୍ଚନା ସବୁକିଛି ଖୋଲି କହି ପାରନ୍ତି ବର୍ତ୍ତମାନ ଯେତିକି ଘଟଣା ସାମ୍ନା କୁ ଆସିଛି, ଆଉ କିଛି ଲୁଚି ଯାଇଛି ତାହା ମଧ୍ୟ ସାମ୍ନା କୁ ଆସିଯିବ ଯେତେବେଳେ ଖଣ୍ଡଗିରୀ ପୋଲିସ ଏହିସବୁ ପଚାରିବ ।

ଗତ ୬ ମାସ ମଧ୍ୟରେ ୫ କୋଟି ଟଙ୍କା ଲେନଦେନ ହୋଇଥିବା କଥା ମଧ୍ୟ ସାମ୍ନା କୁ ଆସିଛି । ଏହି ବାବଦରେ ମଧ୍ୟ ପୋଲିସ ନିଶ୍ଚିତ ଭାବରେ ଅର୍ଚ୍ଚନା ନାଗ ଙ୍କୁ ପଚାରିବେ । ଏବଂ ଏହାର ଉତ୍ତର ଦେବେ ଯେ କିଏ ଦେଇଥିଲା ଏବଂ କାହିଁକି ଦେଇଥିଲା ଏତେ ଟଙ୍କା ।

ପ୍ରତି ଆକାଉଣ୍ଟ ରେ ହୋଇଥିବା ବଡ ବଡ ପରିମାଣ ର ଟଙ୍କା ଲେନଦେନ କୁ ନେଇ ପୋଲିସ ସ୍କାନ କରିବ ଆଉ ପଚାରିବ ସବୁ ସତ ଅର୍ଚ୍ଚନା ଙ୍କ ମୁହଁରୁ କାଢିବ । ତେବେ ଏହା ଦେଖିବାକୁ ବାକି ରହିଲା ଯେ ରିମାଣ୍ଡ ରେ ନେଲା ପରେ କେଉଁ ସବୁ ସତ ସାମ୍ନା କୁ ଆସୁଛି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *