ମାତ୍ର 1 ମିନିଟରେ ଭୟଙ୍କର ରୁ ଭୟଙ୍କର ଏସିଡିଟି ବି ଭଲ ହେଇଯିବ, ବାସ କରନ୍ତୁ ଏହି ଉପାୟ – Baba Ramdev health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକଙ୍କର ପେଟ ଫୁଲିବା, ପେଟରେ ଗ୍ୟାସ ହେବା, ଖାଦ୍ୟ ହଜମ ନହେବା ଓ ଏସିଡିଟି ଆଦି ସମସ୍ୟା ଦେଖାଯାଉଛି । ଏହାର ମୁଖ୍ୟ କାରଣ ହେଉଛି ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ । ଆଜିକାଲି ଦୁନିଆରେ ସମସ୍ତ ମଣିଷ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି, ଯାହାଫଳରେ ସେମାନେ ନିଜ ଶରୀରର ଧ୍ୟାନ ରଖିପାରୁ ନାହାନ୍ତି, ଏହି କାରଣ ହେତୁ ସେମାନଙ୍କୁ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ହେଲେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପାୟ କହିବାକୁ ଯାଉଛୁ । ଏହି ଘରୋଇ ଉପାୟକୁ ପ୍ରୟୋଗ କରି ଆପଣ ୧ ମିନିଟ ମଧ୍ୟରେ ଆପଣଙ୍କର ଏହି ପେଟ ଜନିତ ସମସ୍ୟାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଘରୋଇ ଉପାୟ ବିଷୟରେ ।


ଆମ ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ଏକ ପାତ୍ରରେ ପଣି ରଖି ଗ୍ୟାସରେ ଗରମ କରନ୍ତୁ । ଏହା ପରେ ଆପଣ ଏହି ପାଣିରେ ଏକ ଚାମଚ ଜୀରା ପକାନ୍ତୁ । ଏହା ପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରନ୍ତୁ ଓ କମ ସେ କମ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ପାଣିରେ ଗରମ କରନ୍ତୁ । ପାଣି ଗରମ ହେବା ପରେ ଆପଣ ଗ୍ୟାସକୁ ବନ୍ଦ କରି ଏହି ମିଶ୍ରଣକୁ ୫ ମିନିଟ ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଓ ଏହି ପାତ୍ର ଉପରେ ଏକ ଢାଙ୍କୁଣୀ ଘୋଡାଇ ଦିଅନ୍ତୁ ।

ଏହା ପରେ ଆପଣ ପାଣିକୁ ଭଲ ଭାବରେ ଛାଣି ଜୀରାକୁ ପାଣି ସହ ଅଲଗା କରି ଦିଅନ୍ତୁ । ଛାଣିବା ପରେ ଆପଣ ସେହି ଜୀରାକୁ ଆପଣଙ୍କ ଫ୍ରିଜ ମଧ୍ୟରେ ରଖି ଦିଅନ୍ତୁ । ଏହି ଜୀରାକୁ ଆପଣ ଅନ୍ୟ ଦିନରେ ଏହି ପରି ବ୍ୟବହାର କରିପାରିବେ । ଏହା ପରେ ଆପଣ ସେହି ମିଶ୍ରଣରେ ଅଧା ଚାମଚ କଳା ଲୁଣ ମିଶାଇ ଦିଅନ୍ତୁ ।


ଏହା ପରେ ଆପଣ ଏହି ମିଶ୍ରଣରେ ଅଳ୍ପ ମାତ୍ରାରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଯଦି ଆପଣଙ୍କୁ ଲେମ୍ବୁ ପସନ୍ଦ ନୁହେଁ ତା ହେଲେ ଆପଣ ଏଥିରେ ଲେମ୍ବୁର ପ୍ରୟୋଗ କରନ୍ତୁ ନାହିଁ । ଏହା ପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ବନ୍ଧୁଗଣ ଏହି ମିଶ୍ରଣକୁ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଲୋକମାନେ ମଧ୍ୟ ଏହାର ସେବନ କରିପାରିବେ ।

ଏହାର ସେବନ ଦ୍ଵାରା ଆପଣ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିପାରିବେ । ଏହି ସରଳ ସହଜ ଉପାୟକୁ ପ୍ରୟୋଗ କରି ଆପଣ ନିଜ ପେଟକୁ ସଫା ଓ ସୁସ୍ଥ ରଖିପାରିବେ । ଏହି ଉପାୟକୁ ଆପଣ ପ୍ରୟୋଗ କରନ୍ତୁ ଓ ଆପଣଙ୍କ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଏହାର ସୂଚନା ଦିଅନ୍ତୁ ।

ଏହି ଟିପ୍ସ ଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *