Jyotish Shastra- ନବରାତ୍ରିରେ ଯଦି ଆପଣଙ୍କୁ ଦେଖାଦିଏ ଏହି 5 ଟି ସଙ୍କେତ ତେବେ ଜାଣିବେ ଆପଣଙ୍କ ଘରକୁ ଆସିଛନ୍ତି ମାତା ରାଣୀ

ଯଦି ନବରାତ୍ରିରେ ଆପଣଙ୍କୁ ଦେଖାଯାଉଛି ଏହି ପାଞ୍ଚଟି ସଙ୍କେତ ତା ହେଲେ ଜାଣି ନିଅନ୍ତୁ ଆପଣଙ୍କ ଘରେ ମା ଦୂର୍ଗାଙ୍କ ପ୍ରବେଶ ହେଇ ସାରିଲାଣି । ଶାସ୍ତ୍ର ଅନୁସାରେ କହୁଯାଇଛି ନବରାତ୍ରି ସମୟରେ ଯଦି କୌଣସି ବ୍ୟକ୍ତିଙ୍କୁ ତଳେ ଦିଆ ଯାଇଥିବା ପାଞ୍ଚଟି ସଙ୍କେତ କିମ୍ବା ଏହା ଭିତରୁ କୌଣସି ଗୋଟିଏ ସଙ୍କେତ ଦେଖ ଦିଏ ତେବେ ଜାଣିନିଅନ୍ତୁ ଘର ପରିବାରରେ କିମ୍ବା ସେହି ମଣିଷ ଜୀବନରେ ମା ଦୂର୍ଗାଙ୍କର ଆଶୀର୍ବାଦ ପଡି ସାରିଲାଣି ବା ମା ଦୁର୍ଗା ଘରେ ପ୍ରବେଶ କରିସାରିଲେଣି । ତେବେ ଆସନ୍ତୁ ଜାଣିବା କଣ ସେହି ପାଞ୍ଚଟି ସଂକେତ ।

ପ୍ରଥମରେ ଏହି ବର୍ଷ ମା ଦୁର୍ଗା ଘୋଡା ଉପରେ ବସିକରି ନବରାତ୍ରି ଲାଗି ଆଗମନ କରିଛନ୍ତି । ଯଦି ଏହି ନବରାତ୍ରି ସମୟରେ ଆପଣଙ୍କୁ ସ୍ଵପ୍ନରେ ଘୋଡା ଦେଖାଯାଏ , ଚିନ୍ତନରେ ଘୋଡା ଆସେ ଅବା ରାସ୍ତାରେ ଯିବା ସମୟରେ ଘୋଡା ଦେଖନ୍ତି ତେବେ ଜାଣନ୍ତୁ ଆପଣଙ୍କ ଉପରେ ମା ଦୂର୍ଗାଙ୍କ ଆଶୀର୍ବାଦ ପଡି ସାରିଲାଣି ।

ଏଠାରେ ଗୋଟିଏ ବିଷୟରେ କହି ରଖୁଛୁ ଯଦି ଆପଣ ଘୋଡା ପାଳନ୍ତି କିମ୍ବା ଆପଣଙ୍କର ଘରର ଆଖପାଖରେ ଘୋଡା ରୁହନ୍ତି ତେବେ ତାହାର କୌଣସି ମାନେ ନାହିଁ, କିନ୍ତୁ ସ୍ଵପ୍ନରେ ଯଦି ଘୋଡା ଦଉଡିବାର ଅବା ଘୋଡା ଦେଖି ପାରୁଛନ୍ତି ଏହା ଅତି ଶୁଭ ବୋଲି ଧରାଯାଏ ଓ ଏହା ଉନ୍ନତିର କାରକ ସୂତ୍ର ବୋଲି ବୁଝାଯାଏ । ଯଦି ଆପଣଙ୍କ ସ୍ଵପ୍ନରେ ଘୋଡା ଦେଖୁଛନ୍ତି ଜାଣିରଖନ୍ତୁ କି ଏହି ବର୍ଷ , ଜୀବନରେ ଉନ୍ନତିର ମାର୍ଗ ଖୋଲିଯାଇଛି ଏବଂ ଆପଣଙ୍କ ଉନ୍ନତି ସହ ଆପଣଙ୍କ ପରିବାରରେ ବି ବହୁ ଉନ୍ନତି ହେବାକୁ ଯାଉଛି ।

ଦ୍ଵିତୀୟରେ କୁହାଯାଇଛି ଶଙ୍ଖ । ସ୍ଵପ୍ନରେ ଶଙ୍ଖ ଦେଖାଦେବା ଅବା ଶଙ୍ଖର ଧ୍ଵନୀ ଶୁଣିବାକୁ ପାଇବା , କିମ୍ବା ଚାହିଁଥିବା ସମୟରେ କିମ୍ବା ପୂଜା କରୁଥିବା ସମୟରେ ଅନ୍ୟ ଦ୍ଵାରା ବଜା ଯାଉଥିବା ଶଙ୍ଖର ଧ୍ଵନୀ ଆପଣ ଶୁଣିବାକୁ ପାଆନ୍ତି, ଆପଣ ନିଜେ ବଜାଉଥିବା ଶଙ୍ଖ ନୁହେଁ ବରଂ ଅନ୍ୟ କାହା ଦ୍ଵାରା ବଜା ଯାଉଥିବା ଶଙ୍ଖର ଧ୍ୱନି ଶୁଣାଯାଏ ତେବେ ଏହା ଆପଣଙ୍କର ଉନ୍ନତି ର ସୂଚନା ଦେଇଥାଏ । ଏହା ଆମେ ମନଗଢା କଥା କହୁନୁ ଆପଣ ନିଜେ ଏହା ଅନୁଭବ କରିପାରିବେ ।

ତୃତୀୟରେ ଯଦି ସ୍ଵପ୍ନରେ ଆପଣଙ୍କୁ ହାତୀ ଦେଖାଯାଉଛି । ହାତୀ ସୁସ୍ଥତା ଓ ହୃଷ୍ଟପୃଷ୍ଟ ର ସଂକେତ । ସ୍ଵପ୍ନରେ କିମ୍ବା ହଠାତ ଯିବା ଆସିବା ବେଳେ ଆପଣଙ୍କୁ ହାତୀ ଦେଖାଯାଏ ଯିଏ କି ଆପଣଙ୍କର ଜୀବନ ଉପରେ ମା ଲକ୍ଷ୍ମୀଙ୍କ କୃପାର ପ୍ରତୀକ ଓ ଜୀବନ ସୁସ୍ଥ ଏବଂ ପରିବାର ସୁସ୍ଥ ରହିବାର ଅଗ୍ରୀମ ସୂଚନା ଦିଏ ।

ଚତୁର୍ଥରେ ଯଦି ସ୍ଵପ୍ନରେ ଆପଣଙ୍କୁ ଧନ, ସୁନା ଅବା ପଇସା ଦେଖାଯାଏ, କିମ୍ବା ନବରାତ୍ରି ସମୟରେ ରାସ୍ତାରେ ପଡିଥିବା ଲକ୍ଷ୍ମୀ ଆପଣଙ୍କୁ ପ୍ରାପ୍ତ ହୁଏ ଏହାକୁ ଅତି ଶୁଭ ବୋଲି ଧରାଯାଏ । ଆପଣଙ୍କ ଜୀବନରେ ଧନର ଆଗମନ ହେଇଥିବାର ଓ ପୁରା ପରିବାରରେ ଧନର ଚିନ୍ତା ଦୂର ହେବାର ସଙ୍କେତ ବୋଲି ଧରା ଯାଏ । ଆପଣଙ୍କୁ ଯଦି ସ୍ଵପ୍ନରେ ଧନ ପ୍ରାପ୍ତିର ସୂଚନା ମିଳେ ତେବେ ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ ସବୁ ଚିନ୍ତା ଦୂର ହେବାର ଏହା ସଙ୍କେତ ।

ଯଦି ନବରାତ୍ରି ସମୟରେ ରାସ୍ତାରେ ଯିବା ସମୟରେ ବାଟରେ ଆପଣଙ୍କୁ କୌଣସି କଏନ କିମ୍ବା ନୋଟ ପ୍ରାପ୍ତ ହୁଏ ଏହାକୁ କେବେ ଖର୍ଚ୍ଚ କରନ୍ତୁ ନହିଁ , ମୁଦ୍ରା ହୋଇଥିଲେ ଏହାକୁ ଜଳରେ ଧୋଇ, ଭଲ ରୂପେ ଶୁଦ୍ଧ କରି କିମ୍ବା ନୋଟ ହୋଇଥିଲେ ଏହାକୁ ଜଳ ଛିଞ୍ଚି ଶୁଦ୍ଧ କରି ଘରେ ଯେଉଁ ଜାଗାରେ ପଇସା ରଖନ୍ତି, ଅବା ଆପଣଙ୍କ ଆଲମୀରାରେ ପଇସା ରଖିବା ସ୍ଥାନରେ ରଖିବେ ଆପଣଙ୍କର କେବେ ଧନର ଅଭାବ ରହିବ ନାହିଁ ।

ଶେଷରେ ଯଦି ଆପଣଙ୍କୁ ସ୍ଵପ୍ନରେ, ନିଦ୍ରା ସମୟରେ ମା ଦୂର୍ଗାଙ୍କର କାଳୀ, ମା ଲକ୍ଷ୍ମୀ କିମ୍ବା ମା ସରସ୍ଵତୀଙ୍କ ରୂପର ଦର୍ଶନ ମିଳେ ଏହା ନବରାତ୍ରି ସମୟରେ ବହୁତ ଶୁଭ ବୋଲି ଧରାଯାଏ । ସେମିତି ତ ନବରାତ୍ରି ସମୟରେ ସମସ୍ତଙ୍କୁ ମା’ଙ୍କ ପର୍ବ ଯୋଗୁଁ ମା ଦେଖାଯାନ୍ତି କିନ୍ତୁ ନିଦ୍ରା ସମୟରେ କି ସ୍ଵପ୍ନରେ ଯଦି ମା’ଙ୍କ ଏହି ରୂପ ଦେଖାଦିଏ ମା , ମା ଲକ୍ଷ୍ମୀ ଓ ମା ସରସ୍ଵତୀ ଏହା ଅତ୍ୟନ୍ତ ଶୁଭ ।

ଯେଉଁ ବ୍ୟକ୍ତିଙ୍କୁ ଏହିଭଳି ଦେଖା ଯାଇଥାଏ ସେମାନଙ୍କୁ ମା’ ଦୂର୍ଗା କୃପା କରିଥାନ୍ତି, ମା ଲକ୍ଷ୍ମୀ ଧନର ଭଣ୍ଡାର ଖୋଲି ରଖନ୍ତି ଓ ମା ସରସ୍ଵତୀ ବିଦ୍ୟାରେ ପୂର୍ଣ୍ଣ କରନ୍ତି । ଜୀବନରେ ଯେତେ ବି ସମସ୍ୟା ହେଉ ସବୁ ସମାପ୍ତ ହୁଏ , ମା’ଙ୍କର ପୂର୍ଣ୍ଣ ଆଶୀର୍ବାଦ ଆପଣଙ୍କ ଜୀବନ ଉପରେ ପଡିଥାଏ । ଏହି ସବୁ ସଂକେତ ଯେଉଁ ବ୍ୟକ୍ତିଙ୍କୁ ଦେଖାଦିଏ ଜାଣିଯିବେ ସେହି ବ୍ୟକ୍ତିଙ୍କ ଉପରେ ମା ଜଗଦମ୍ବାଙ୍କ ଆଶୀର୍ବାଦ ହୋଇ ସାରିଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *