ଏହି ଝିଅଟି ପାଇଁ 42 ବର୍ଷ ପର୍ଯ୍ୟନ୍ତ ବନ୍ଦ ଥିଲା ଭାରତର ଏହି ରେଳ ଷ୍ଟେସନ, ଜାଣନ୍ତୁ ଏହାର ରହସ୍ୟ !

ନମସ୍କାର ବନ୍ଧୁଗଣ ତେବେ ଆମ ଭାରତ ରେ ଅନେକ ରେଳଷ୍ଟେସନ ଅଛି । ତେବେ କଣ ଏକ ଭୁ-ତି-ଆ ରେଳ ଷ୍ଟେସନ ବିଷୟ ରେ ଆପଣ ଜାଣିଛନ୍ତି । ଯାହାକି ୪୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିଲା । ଏବଂ ଏହି ଷ୍ଟେସନ ରେ କୌଣସି ବି ରେଳ ପହଁଚିବା ସମୟରେ ଡ୍ରାଇଭର ବହୁତ ସ୍ପୀଡ଼ ରେ ରେଳଗାଡି କୁ ଚଲାଇ ଥାଏ ଏବଂ ରେଳଗାଡିରେ ବସିଥିବା ଲୋକମାନେ ଝରକା ଏବଂ କବାଟ କୁ ବନ୍ଦ ମଧ୍ୟ କରି ଦେଇଥାନ୍ତି ।

ତେବେ ଏହି ଷ୍ଟେସନ ରେ କୌଣସି ବି କର୍ମଚାରୀ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ଏବଂ ଯଦି ବାଧ୍ୟ କରାଯାଏ ତେବେ ଚାକିରୀ ଛାଡ଼ିଦେବେ ବୋଲି ମଧ୍ୟ କୁହନ୍ତି । ତେବେ ଆସନ୍ତୁ ଏହି ଭୁତିଆ ରେଳ ଷ୍ଟେସନ ବିଷୟ ରେ ଜାଣିନେବା । ତେବେ ଏହି ଷ୍ଟେସନ ଟି ହେଉଛି ୱେଷ୍ଟ ବଙ୍ଗାଳ ରେ ଥିବା ବେଗୁନକୋଡାର ଷ୍ଟେସନ ତେବେ ଏହା ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା ତେବେ ଏହି ଷ୍ଟେସନ ହେବା ଯୋଗୁଁ ଲୋକମାନେ ବହୁତ ଖୁସି ହୋଇ ଯାଇଥିଲେ .

କାରଣ ତାଙ୍କୁ ଯିବା ଆସିବାରେ ସୁବିଧା ହେବ ଏବଂ ଅଧିକ ବାଟ ଷ୍ଟେସନ ପାଇଁ ଯିବାକୁ ପଡ଼ିବ ନାହିଁ । ତେବେ ସବୁ ଠିକ ଥିଲା କିନ୍ତୁ ୧୯୬୭ ରେ ଏକ ଅଦ୍ଭୁତ ଘ-ଟ-ଣା ଘ-ଟି-ଥିଲା । ତେବେ ସେ ସମୟରେ ମୋହନ ନାମକ ଜଣେ ଷ୍ଟେସନ ମାଷ୍ଟର କିଂ ନିଯୁକ୍ତି ମିଳିଥିଲା ତେବେ ସେ ହଠାତ ଦେଖିଥିଲେ କି ରେଲଗାଡି ଯିବା ସମୟରେ ଜଣେ ଝିଅ ଦ୍ରୁତ ଗତି ରେ ରେଳ ସହିତ ଦୌଡ଼ି ଆସୁଛି । ତେବେ ସେ ଏହାକୁ ଅଣଦେଖା କରିଥିଲେ ।

ତେବେ ଏହାର ପରଦିନ ମଧ୍ୟ ସେ ଏହିଭଳି ଦେଖିଲେ କିନ୍ତୁ ଏଥର ଝିଅ ଟି ରେଲଗାଡି କୁ ପଛ ରେ ପକାଇ ଆଗକୁ ଚାଲି ଯାଇଥିଲା ଏବଂ ହଠାତ ଗାୟବ ହୋଇଗଲା । ତେବେ ସେ ଏହି ଭଳି ଭାବରେ କିଛିଦିନ ଦେଖିବା ପରେ ନିଜ ଗାଁ କୁ ଯାଇଥିଲେ ଏବଂ ଯିବା ପୂର୍ବରୁ ଗାଁ ଲୋକଙ୍କୁ ସବୁ ଘଟଣା ସମ୍ପର୍କରେ କହିଦେଇ ଥିଲେ । ତେବେ ସେ ଗାଁ କୁ ଯିବା ପରେ ସେଠି ତାଙ୍କ ମୃ-ତ୍ୟୁ ହୋଇ ଯାଇଥିଲା ।

ତେବେ ମୋହନ ଙ୍କ ପରେ ଆଉ ଜଣେ ନିଯୁକ୍ତି ପାଇଲେ ତେବେ ସେ ମଧ୍ୟ ଏହି କଥା କହିଲେ ଏମିତି ଯିଏ ବି କର୍ମଚାରୀ ଆସିଲେ ସମସ୍ତେ ଏହି କଥା କହିଲେ ଏବଂ ରେଳ ଗାଡ଼ିରେ ଯାତ୍ରା କରୁଥିବା ଲୋକମାନେ ମଧ୍ୟ କହିଲେ କି ସେମାନେ ମଧ୍ୟ ଏକ ଝିଅ କୁ ଦୌଡିବାର, ଛିଡା ହେବାର ଏବଂ ନୃତ୍ୟ କରିବାର ଦେଖିଛନ୍ତି । ତେବେ ଧୀରେ ଧୀରେ କୌଣସି କର୍ମଚାରୀ ନ ଆସିବାରୁ ଏହି ଷ୍ଟେସନ କୁ ବନ୍ଦ କରା ଦିଆଗଲା ଏବଂ ଲୋକମାନେ ମଧ୍ୟ ଯିବା ଆସିବା ବନ୍ଦ କରିଦେଇଥିଲେ ।

ତେବେ ପାରାନର୍ମାଲ ରିସର୍ଚ୍ଚର ଆସି ଜା-ଞ୍ଚ କରିଥିଲେ କିନ୍ତୁ କିଛି ବି ମିଳି ନଥିଲା । ତେବେ ୨୦୦୯ ମସିହାରେ ଯେତେବେଳେ ମମତା ବାନାର୍ଜୀ ରେଳ ବିଭାଗ ରେ କାର୍ଯ୍ୟରତ ହେଲେ ସେତେବେଳେ ସେ ଏହି ରେଳ ଷ୍ଟେସନ ବିଷୟରେ ଅନୁଧ୍ୟାନ କଲେ ତେବେ ସେତେବେଳେ ଲୋକମାନେ ମଧ୍ୟ ଏହି ଷ୍ଟେସନ କୁ ଖୋଲିବା ପାଇଁ କହିଲେ କାରଣ ତାଙ୍କୁ ଯିବା ଆସିବାରେ ବହୁତ ଅସୁବିଧା ଭୋଗିବାକୁ ପଡୁଥିଲା ।

ତେବେ ଶେଷ ରେ ସବୁ ଅନୁଧ୍ୟାନ ପରେ ଷ୍ଟେସନ କୁ ଖୋଲା ଗଲା ଏବଂ ସର୍ତ୍ତ ରହିଲା କି ୫ ଟା ପରେ ଏହି ଷ୍ଟେସନ ବନ୍ଦ ହୋଇ ଯିବ କେହି ବି ରହିବେ ନାହିଁ । ତେବେ ଶେଷରେ ୪୨ ବର୍ଷ ପରେ ଏହି ଷ୍ଟେସନ ଖୋଲିଲା କିନ୍ତୁ ୫ ଟା ସୁଧା ଏହି ଷ୍ଟେସନ ଏକଦମ ଖାଲି ହୋଇଯାଇ ଥାଏ ।

Leave a Reply

Your email address will not be published. Required fields are marked *