ଦେଖନ୍ତୁ କିପରି ନିଜର ମୃତ ଝିଅକୁ ବାପା କରିଦେଲେ ଏକ ବଡ ବ୍ରାଣ୍ଡ, ଏହି ନିର୍ମା Girl ଙ୍କ ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ ! ଦେଖନ୍ତୁ Video

ବନ୍ଧୁଗଣ ଏହି ଦୁନିଆର ସମସ୍ତ ବାପା ମାଙ୍କ ପାଇଁ ତାଙ୍କ ପିଲା ମାନେ ଜୀବନ ଠାରୁ ଅଧିକ ହୋଇଥାନ୍ତି । ସେଥିପାଇଁ ବାପା ମା ତାଙ୍କ ପିଲାଙ୍କୁ ଭଲରେ ଲାଳନ ପାଳନ କରିବା ପାଇଁ ଦିନ ରାତି ଏକ କରିଦିଅନ୍ତି ।

ନିଜେ ନଖାଇ ନପିଇ ନିଜ ପିଲା ମାନଙ୍କ କଥା ବୁଝି ଥାନ୍ତି । ବନ୍ଧୁଗଣ ଏହାର ଏକ ବଡ ଉଦାହରଣ ଆଜି ଦେଖିବାକୁ ମିଳିଛି । ଆପଣ ମାନେ ସମସ୍ତେ ନିର୍ମା ୱାସିଙ୍ଗ ପାଉଡର ନିଶ୍ଚୟ ବ୍ୟବହାର କରିଥିବେ । ୯୦ ଦଶକରେ ଟିଭିରେ ଯେତେ ବେଳେ ରାମାୟଣ ଓ ମହାଭାରତ ପ୍ରସାରିତ ହେଉଥିଲା ସେତେ ବେଳେ ଆପଣ ମାନେ ନିର୍ମା ୱାସିଙ୍ଗ ପାଉଡର ବିଜ୍ଞାପନକୁ ନିଶ୍ଚୟ ଦେଖିଥିବେ ।

ହେଲେ ଏହି ନିର୍ମା ୱାସିଙ୍ଗ ପାଉଡର ପ୍ୟାକେଟରେ ଥିବା ଏକ ଝିଅର ଫଟୋ ରହିଛି ଆପଣ ମାନେ କଣ ସେହି ଝିଅ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଝିଅ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ନିର୍ମା ପାଉଡରରେ ଦେଖା ଯାଉଥିବା ସେହି କୁନି ଝିଅଟି ବାସ୍ତବରେ ନାହିଁ । ଗୋଟେ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଯାଇଛି ।

ପିଲା ଦିନରୁ ସେ ଅନେକ କିଛି କରି ଦେଖାଇବାର ସ୍ଵପ୍ନ ଦେଖିଥିଲେ କିନ୍ତୁ ସ୍ଵପ୍ନ ପୂରଣ କରିବା ପୂର୍ବରୁ ଭଗବାନ ତାଙ୍କୁ ନେଇ ଗଲେ । ଏକ ମାତ୍ର ଝିଅ ମରିଯିବା ପରେ ହାରି ନଥିଲେ କର୍ସନ ଭାଇ ପଟେଲ । ନିଜ ଝିଅର ନାମ ଓ ଫଟୋକୁ ନେଇ ଏକ ବଡ ବ୍ରାଣ୍ଡ ବନେଇ ଥିଲେ । କର୍ସନ ଭାଇ ପଟେଲ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ । ସେ ରସୟୀନିକ ବିଜ୍ଞାନରେ ସ୍ନାତକ ପାଇଛନ୍ତି । ପିଲା ଦିନରୁ କର୍ସନ ଭାଇ ବିଜନେସ କରିବାକୁ ଚାହୁଁ ଥିଲେ ହେଲେ ଘରର ଆର୍ଥିକ ସ୍ଥିତି ପାଇଁ ସେ ବିଜନେସ କରିପାରୁ ନଥିଲେ ।

ପରେ ତାଙ୍କର ସରକାରୀ ଚାକିରି ହୋଇଗଲା ଓ ତାଙ୍କ ଘର ଲୋକ ବହୁତ ଖୁସି ଥିଲେ ହେଲେ ସେ ଖୁସି ନଥିଲେ । ସେ କିଛି ବଡ କରିବା ପାଇଁ ଚାହୁଁ ଥିଲେ । ସେହି ସମୟରେ ଏକ ଦୁର୍ଘଟଣା ହେତୁ ତାଙ୍କ ଝିଅର ମୃତ୍ୟୁ ହୋଇଗଲା । ଶେଷରେ ସେ ସରକାରୀ ଚାକିରି ଛାଡି ନିଜ ଘରେ ୱାସିଙ୍ଗ ପାଉଡର ବନେଇବା ଆରମ୍ଭ କରିଥିଲେ ।

ସାଇକେଲରେ ବୁଲି ବୁଲି ନିଜ ୱାସିଙ୍ଗ ପାଉଡରକୁ ବିକ୍ରି କରିଥିଲେ । ଯେତେବେଳେ ବିଦେଶୀ କମ୍ପାନୀ 13 ଟଙ୍କାରେ ୱାସିଙ୍ଗ ପାଉଡର ବିକ୍ରି କରୁଥିଲେ ସେତେବେଳେ କର୍ସନ ଭାଇ ମାତ୍ର 3 ଟଙ୍କାରେ ୱାସିଙ୍ଗ ପାଉଡର ବିକ୍ରି କରୁଥିଲେ । ବେପାର ବଢି ଚାଲିଲା ଓ ଏହି କମ୍ପାନୀ ଏକ ବଡ ବ୍ରାଣ୍ଡରେ ପରିଣତ ହୋଇଗଲା ।

ବର୍ତ୍ତମାନ ଦେଶର ଘରେ ଘରେ ନିର୍ମା ୱାସିଙ୍ଗ ପାଉଡର ପରିଚିତ ଅଛି । କର୍ସନ ଭାଇଙ୍କ ମୃତ ଝିଅର ନାମ ନିରୁପମା ଥିଲା ତାଙ୍କୁ ସମସ୍ତେ ସ୍ନେହରେ ନିର୍ମା ଡାକୁଥିଲେ । ନିଜ ଝିଅର ନାମକୁ କର୍ସନ ଭାଇ ସାରା ଦେଶରେ ପ୍ରସିଦ୍ଧ କରିଛନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *