ACFO Soumya ଡେଥ ମିଷ୍ଟ୍ରି: ସଙ୍ଗୀନ ଦଫା 302 ପରେ ବି ବିଦ୍ୟା ଘରେ ! ଦେଖନ୍ତୁ କେମିତି ବଡମୁଣ୍ଡଙ୍କୁ ବଞ୍ଚାଇବାକୁ ଚାଲିଛି ପୋଲିସର ପ୍ରୟାସ, ଦେଖନ୍ତୁ Video

ନ୍ଧୁଗଣ ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ବର୍ତ୍ତମାନ ପୋଲିସ ତାଙ୍କ ପତ୍ନୀଙ୍କୁ ଟାର୍ଗେଟ କରିଛି । କାରଣ ପ୍ରଥମ ରୁ ହିଁ ସୋମ୍ୟଙ୍କ ପରିବାର ଲୋକ ସୋମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ବୋହୁ ତଥା ବିଦ୍ୟାଙ୍କୁ ଦାୟୀ କରିଥିଲେ ।

ଏହି ମାମଲାର ତଦନ୍ତ ଗତ ବହୁତ ଦିନ ହେବ ଚାଲି ଆସୁଛି ଓ ପ୍ରତ୍ୟକ ଦିନ କିଛି ନୂଆ ନୂଆ ତଥ୍ୟର ପରଦାଫାସ ହେଉଛି । ହେଲେ ବନ୍ଧୁଗଣ ଅଧିକାଂଶ ପ୍ରମାଣ ପତ୍ର ସୋମ୍ୟଙ୍କ ପତ୍ନୀ ତଥା ବିଦ୍ୟାଙ୍କ ବିରୋଧରେ ରହିଛି । ଗତ କିଛି ଦିନ ହେବ ପୋଲିସ ବିଦ୍ୟା ଓ ସୋମ୍ୟଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରୁଛି । ବର୍ତ୍ତମାନ ବିଦ୍ୟାଙ୍କ ଉପରେ ୩୦୨ ପରି ସଙ୍ଗିନ ଦଫା ଲାଗି ସାରିଛି ହେଲେ ତାଙ୍କୁ ଘରେ ଜେରା କରାଯାଉଛି ।

କୁହା ଯାଉଛି ବଡ ମୁଣ୍ଡକୁ ବଞ୍ଚାଇବା ପାଇଁ ଏକା ପୋଲିସର ଏକ ଚାଲ । ସେଥିପାଇଁ ବିଦ୍ୟାଙ୍କୁ ରିମାଣ୍ଡରେ ନିଆ ଯାଉ ନାହିଁ । ପୋଲିସ ନିଜ ତଦନ୍ତ ଠିକ ଭାବରେ କରୁନି ବୋଲି ଅଧିକାଂଶ ଲୋକ କହୁଛନ୍ତି । ପୋଲିସ ଯାହା ବି କରୁଛି ତାହା ବିଷୟରେ ସମସ୍ତ ଓଡିଶା ବାସୀ ଜାଣିଛନ୍ତି ।

୯୫ ପ୍ରତିଶତ ଜଳିଗଲା ପରେ ବି ସୋମ୍ୟ କେମିତି ମୃତ୍ୟୁ କାଳୀନ ଜମାନବନ୍ଦୀ ଦେଲେ ଏଥି ଲାଗି ବର୍ତ୍ତମାନ ପ୍ରଶ୍ନ ଉଠୁଛି । ସୋମ୍ୟ ପୋଡିଗଲା ପରେ ପ୍ରଥମ ଫୋନ ଗୁରାଣ୍ଡି ଥାନା OIC ଙ୍କ ପାଖକୁ ଯାଇଥିଲା । ପରିବାର ଲୋକ ଥାଉ ଥାଉ ପ୍ରଥାମେ ମମତା ପଣ୍ଡାଙ୍କୁ କାହିଁକି କଲ୍ କରଯାଇଥିଲା ।

ଏହି ସବୁ ତଥ୍ୟକୁ ନେଇ ସୋମ୍ୟଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇ ଛନ୍ତି । ବର୍ତ୍ତମାନ ସୋମ୍ୟଙ୍କ ପରିବାର ଏହି ମାମଲାର ତଦନ୍ତ SIT କିମ୍ବା CBIକୁ ଦିଆଯାଉ ବୋଲି ଦାବି କରିଛନ୍ତି । ସୋମ୍ୟ ମାରିବା ପରଠାରୁ ପୋଲିସ ନିଜ ତଦନ୍ତ ପ୍ରକ୍ରିୟାକୁ ସେଇଠି ରଖିଛି ଯେଉଁଠି ସେ ଆରମ୍ଭ କରିଥିଲା ।

ପୋଲିସ ନିଜ ତଦନ୍ତ ବିଷୟରେ ସୋମ୍ୟଙ୍କ ପରିବାର ଲୋକଙ୍କୁ କୌଣସି କଥା କହୁ ନାହିଁ । ତଦନ୍ତ ନବଢିବାରୁ ବର୍ତ୍ତମାନ ସୋମ୍ୟଙ୍କ ପରିବାର ସରକାରଙ୍କୁ ଏକ ଦରଖାସ୍ତ ଦେଇଛନ୍ତି । ଏହି କେସର ତଦନ୍ତ ସିବିଆଇ କରୁ ବୋଲି ସୋମ୍ୟଙ୍କ ପରିବାର ଲୋକ ଦାବି କରୁଛନ୍ତି । ସୋମ୍ୟଙ୍କ ମୃତ୍ୟୁକୁ ୨୩ ରୁ ୨୪ ଦିନ ହେଇଗଲାଣି ହେଲେ ପୋଲିସ କେବଳ ଜିଲ୍ଲା ବଦଳାଉଛି ।

ପୋଲିସ ପିକିନିକ କରୁଛି ନା ତଦନ୍ତ ଏଥିଲାଗି ବର୍ତ୍ତମାନ ପ୍ରଶ୍ନ ଉଠିଛି । ଏହା ଏକ ଯୋଜନା ମୁତାବକ ହତ୍ୟା କାଣ୍ଡ ଓ ଆଉ କିଛି ଦିନ ପରେ ଏହି ମାମଲାକୁ ଚପା ଦିଆଯିବ ବୋଲି ଜଣା ପଡୁଛି । କାରଣ ଏହି ମାମଲାକୁ ଦେଖି ଯାହା ଜଣା ପଡୁଛି ପୋଲିସ ଉପରେ ବହୁତ ଚାପ ରହୁଛି । ଏହି ସବୁ ଅଭିଯୋଗ ଆଣିଛନ୍ତି ସୋମ୍ୟଙ୍କ ପରିବାର ଲୋକେ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *