ଦିନେ କି 2 ଦିନ ନୁହେଁ ବର୍ଷ ବର୍ଷ ଧରି ଘୋଡାଇ ହୋଇ ପୋଖରୀ ହୁଡାରେ ଠିଆ ହୋଇ ରହିଛନ୍ତି ମହିଳା, ଝିଅ କହିଲା ଦୁଃଖ କାହାଣୀ !

ବନ୍ଧୁଗଣ, ସୂଚନା ଅନୁଯାୟୀ ସଂପୂର୍ଣ୍ଣ ନିଜକୁ ଚାଦରରେ ଘୋଡାଇ ରଖୁଛନ୍ତି ମହିଳା ଜଣଙ୍କ । ତେବେ ଏହିଭଳି ଅବସ୍ଥାରେ ସେ ଆଜି କି କାଲି ରହୁନାହାଁନ୍ତି ବରଂ ବର୍ଷ ବର୍ଷ ଧରି ଏହିଭଳି ରହିଆସିଛନ୍ତି ମହିଳା । କୁନି ଝିଅ କୁ ଜନ୍ମ ଦେବା ପରଠାରୁ ବଦଳି ଯାଇଛି ଏହି ମହିଳା ଙ୍କ ପରିଚୟ । ତାଙ୍କ ଜନ୍ମିତ ଝିଅ କୁ ମାଉସୀ ନିଜ ପାଖରେ ରଖି ଦେଖାଶୁଣା କରୁଛନ୍ତି କାରଣ ତାଙ୍କ ମା’ ଚିହ୍ନି ପାରୁନାହିଁ ନିଜ ଝିଅ କୁ ।

ଝିଅ ଙ୍କ ବାପା ଅଛନ୍ତି କିନ୍ତୁ ସେ 17 ବର୍ଷ ହେବ କେବେ ଆସି ନାହାଁନ୍ତି ମା’ ତଥା ଝିଅ କୁ ଦେଖିବାକୁ । ବର୍ତ୍ତମାନ ଝିଅ କହୁଛନ୍ତି ଯେ ତାଙ୍କ ମା’ ବୋଧ ହୁଏ ବାପାଙ୍କୁ ଝୁରି ଝୁରି ପାଗେଳି ହୋଇଯାଇଛନ୍ତି । ଏହି ଘଟଣା ଟି ହେଉଛି ଗଞ୍ଜାମ ଜିଲ୍ଲା ବେଲପନ୍ଥୀ ଗ୍ରାମର, କଇଠପଲ୍ଲୀ ଗ୍ରାମର । ଝିଅଟିର ନାମ ହେଉଛି ବର୍ଷା । ସେ ନିଜ ମାଉସୀ ଘରେ ରହି ପାଠ ପଢୁଛନ୍ତି କିନ୍ତୁ ତାଙ୍କର ଗୋଟିଏ ଆଖିକୁ ଦେଖାଯାଉନାହିଁ ।

ବର୍ଷା ଚାହୁଁଛନ୍ତି ତାଙ୍କ ମା’ ଙ୍କ ଶରୀର ଟିକିଏ ସୁସ୍ଥ କରିବାକୁ । ବର୍ଷା, ଖରା, ଶୀତ ସବୁବେଳେ ଗାଁ ପାଖର ପୋଖରୀ ପାଖରେ ଛିଡା ହୋଇ ରହିଥାନ୍ତି ମା’ ପ୍ରଭାଶିନୀ । ନିଜେ ନିଜେ ସେଠାରେ ଛିଡା ହୋଇ କିଛି ଗପନ୍ତି ପୁଣି ଚୁପ ହୋଇଜାଆନ୍ତି । କିନ୍ତୁ ତାଙ୍କର ଏହି ଚାଦର ଟି କେବେ ବାହାରିନାହିଁ ଏହା ସହିତ କେହି ମଧ୍ୟ ଦେଖି ନାହାଁନ୍ତି ପ୍ରଭାସିନୀ ଙ୍କ ମୁହଁ ।

ଯେତେବେଳେ ଝିଅ ଖାଇବାକୁ ଆସେ ସେତେବେଳେ ମା’ ଙ୍କୁ ଡାକନ୍ତି ମା’ ପ୍ରଭାସିନୀ ଖାଇଦେଇ ପୁଣି ସେ ପୋଖରୀ କୂଳକୁ ଚାଲି ଜାଆନ୍ତି । ଝିଅ ବର୍ଷା ଏ ନେଇ କହିଛନ୍ତି ଯେ ଆମର ବହୁତ ଗରିବ ପରିବାର । ବର୍ଷା ଜନମ ହେବା ପରଠାରୁ ତାଙ୍କ ମା’ ପାଗେଳି ହୋଇଯାଇଛନ୍ତି । ଏହାପରେ ବର୍ଷା ତାଙ୍କ ମାଉସୀ ଙ୍କ ପାଖରେ ସେ ମଣିଷ ହୋଇଛନ୍ତି ।

ବର୍ତ୍ତମାନ ସେ କଲେଜ ରେ ଯୁକ୍ତ 2 ପାଠ ପଢୁଛନ୍ତି କିନ୍ତୁ ତାଙ୍କର ଗୋଟେ ଆଖିକୁ ଦେଖାଯାଉନାହିଁ । ଏଣୁ ସେ ସରକାରଙ୍କୁ ନିବେଦନ କରିଛନ୍ତି ଯେ ତାଙ୍କୁ ଟିକିଏ ସାହାର୍ଯ୍ୟ ମିଳିଲେ ସେ ତାଙ୍କ ମା’ ଙ୍କ ଚିକିତ୍ସ୍ୟା କରାଇବା ସହିତ ନିଜ ଆଖି ଚିକିତ୍ସ୍ୟା କରି ଆଗକୁ ବଢି ପାରିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *