Bhubaneswar ହକି ଗ୍ରାଉଣ୍ଡରେ ସୁର ଭାଇଙ୍କ ହକି ଖେଳ ! Sura ଭାଇଙ୍କ ଏଭଳି ହକି କ୍ରେଜ ଦେଖିଲେ ହସି ହସି ଗଡିବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ହକି ମହାକୁମ୍ଭ ଓଡିଶାରେ ଇତିହାସ ରଚିବାକୁ ଯାଉଛି । ବୀର୍ସାମୁଣ୍ଡା ଷ୍ଟାଡିୟମ ବିଶ୍ଵରେ ଇତିହାସ ରଚିବାକୁ ଯାଉଛି । ବୀର୍ସାମୁଣ୍ଡା ଷ୍ଟାଡିୟମ ସାରା ବିଶ୍ଵରେ ସବୁଠାରୁ ବୃହତ୍ତମ ହକି ଷ୍ଟାଡିୟମ ଭାବରେ ଉଦଘାଟନ ହୋଇସାରିଛି ସୁନ୍ଦରଗଡ ଜିଲ୍ଲାରେ । ଏହା ସହିତ ହକି କୁ ନେଇ ଏତେ ବଡ ବିଶ୍ଵକପ ଯାହା ଓଡିଶାରେ ହଉଛି, ତାହା ସବୁଠାରୁ ଆକର୍ଷଣୀୟ ଆଶ୍ଚର୍ଯ୍ୟ ଜନକ ଏବଂ ମନଛୁଆଁ ।

ସାରା ଭାରତ ଏବଂ କେବଳ ଭାରତ ନୁହେଁ ସାରା ବିଶ୍ଵ ଚମକୁଛି । ଏହାକୁ ନେଇ ଭାରତ ବର୍ଷର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ଓଡିଶାକୁ ନିମନ୍ତ୍ରଣ କରାଯାଇଛି । ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ମାନେ ଆସି ଯାକଜମକ ଭାବରେ ଏଠାରେ ଆସି ପହଞ୍ଚି ସାରିଲେଣି । ଏଠାରେ ଚମକୁଛି ଓଡିଶା ତଥା ଚମକୁଛି ଭୁବନେଶ୍ଵର । ଭୁବନେଶ୍ଵର ସଜେଇ ହୋଇଛି ହକି ପାଇଁ ଏକ ନୂଆ ରୂପରେ ତଥା ନୂଆ ଢଙ୍ଗରେ ।

ତେବେ ଏହାକୁ ନେଇ ସୁର ରାଉତରାୟ କିଛି ଏଭଳି କଥା କହିଛନ୍ତି, ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଧନ୍ୟବାଦ ଦେଉଛନ୍ତି ନବୀନ ପଟ୍ଟନାୟକଙ୍କୁ ଦ୍ଵିତୀୟ ଥର ବିଶ୍ଵହକି ଟୁର୍ନାମେଣ୍ଟ ହେବାକୁ ଯାଉଛି ଆମ ଓଡିଶାରେ । ସୁନ୍ଦରଗଡରେ ବୀର୍ସା ମୁଣ୍ଡା ଷ୍ଟାଡିୟମରେ ହକିର ଇନାଗୃସେନ ହେବାକୁ ଯାଉଛି । ଏଥିରେ ବହୁତ ପଇସା ଖର୍ଚ୍ଚ ହୋଇଛି ତଥା ବିଶ୍ବରେ ନମ୍ବର ୱାନ ସ୍ଥାନ ଅଧିକାର କରିଛି ।

ଏଥିପାଇଁ ସେ ବହୁତ ଆନନ୍ଦିତ ଅଛନ୍ତି । 3 ଟି ଦେଶରୁ ପ୍ଲେଅର ମାନେ ଆସିଗଲେଣି । ଏହାକୁ ନେଇ ବହୁତ ଖୁସି ଅଛନ୍ତି ସେ । ଚାରିଆଡେ ସଜା ହେବା ସହିତ ଚିତ୍ର ହେଉଛି, ଲାଇଟ କାମ ମଧ୍ୟ ହେଉଛି । ରାସ୍ତା କୁ ସଫା କରାଯାଉଛି । ନବୀନ ପଟ୍ଟନାୟକ ମନ୍ତ୍ରୀ ମାନଙ୍କୁ ପଠାଇ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

ବିଶ୍ଵ ହକିକପ ରେ ଅନେକ ତାରକା ଆସି ଖେଳିବେ । ଏହା କହି ସୁର ଭାଇ ହକି ଖେଳିବାକୁ ଲାଗିଥିଲେ । ହକି କୁ ନେଇ ସୁର ରାଉତରାୟ ଙ୍କ କ୍ରେଜ ବର୍ତମାନ ଦେଖିବାକୁ ମିଳିଥିଲା । ସୁର ରାଉତରାୟ କହିଥିଲେ ରେଡି ତ ମାଡି ଚାଲ । ଖୁସିରେ ନାଚି ଯାଇ କହିଥିଲେ ବହୁତ ବଢିଆ ହକି ୱାର୍ଲ୍ଡକପ ହେବ, ସମସ୍ତଙ୍କୁ ଡାକି କହିଥିଲେ ସୁର ଆସ ଆମ କଳିଙ୍ଗ ଷ୍ଟାଡିୟମରେ ଖେଳ ଦେଖିବା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *