ଝିଅ ହେବ ତ ଏମିତି ! ପୁଅ ଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି ଝିଅ, ପ୍ରମାଣ କରି ଦେଖାଇଛନ୍ତି ଏହି ଝିଅ, ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ସତରେ ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ କିଛି ସମ୍ଭବ। ସେ ରୋଷେଇ କରିବା ହେଉ କି ଗାଡି ଚଢିବା ହେଉ। ଆଉ ଏ ଦୃଶ୍ୟ ସେମିତି କିଛି ବଖାଣୁଛି। ମହିଳାମାନେ ବଡ଼ ବଡ଼ ଗାଡି ଚଲାଉଛନ୍ତି। ତାଙ୍କର ଏ ଜୋଶ ଦେଖି ଲାଗୁଛି, ଯାହା ଥରେ କରିବାକୁ ଠାଣି ନେବେ ମାନେ ତାକୁ କରିକି ହିଁ ଦେଖାଇବେ । ଏମିତି ତ ଆପଣ ମାନେ ଅନେକ ମହିଳାଙ୍କୁ ଦେଖିଥିବେ ଓ ତାଙ୍କ କଥା ଶୁଣିଥିବେ ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ନିଶ୍ଚିନ୍ତ ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟୀ ସାହିଜବେ । ମହିଳା ମାନେ ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ କମ ନାହାନ୍ତି ତାକୁ ପ୍ରମାଣ କରି ଦେଖାଇ ଛନ୍ତି ଯାଜପୁର ଜିଲ୍ଲାର ଦୁଇ ଭଉଣୀ ସୁପ୍ରଭା ଜେନା ଓ ଶୁଭ ଦର୍ଶନି ଜେନା । ତାଙ୍କ ଘର ଯାଜପୁର ବଡଚଣା ବ୍ଲକ ବରପଦା ଗାଁରେ ।

ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେମାନେ କୌଣସି ଧନ୍ଦା ମୂଳକ ଶିକ୍ଷା ଗ୍ରହଣ କରିପାରି ନଥିଲେ । କେବଳ ସ୍ନାତକ ଶେଷ କରି ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ସହିତ ଛତିଆ ଠାରେ ଥିବା ଭାରି ଯାନ ତାମିଲ କେନ୍ଦ୍ରରେ ତାମିକ ଗ୍ରହଣ କରୁଛନ୍ତି ଏହି ଦୁଇ ଭଉଣୀ । ବନ୍ଧୁଗଣ ଭାରି ଯାନ ତାମିଲ ନେଇ ସେମାନଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ମିଳିବ ବୋଲି ସେମାନେ ଆଶା ରଖିଛନ୍ତି ।

ଦୁଇ ଭଉଣୀ ଟ୍ରକ, ବସ ଓ ଟ୍ରଲର ଚଲାଉଛନ୍ତି । ଏହି ଦୁଇଜଣ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ସାଜି ଛନ୍ତି । ଆପଣ ମାନେ ବୋଧେ ଏମିତି ପ୍ରଥମ ଥର ପାଇଁ ଦେଖୁଥିବେ ଯେ, ଦୁଇ ମହିଳା ଭାରି ଯାନ ତଥା ବସ, ଟ୍ରକ ଓ ଟ୍ରଲର ଚଲାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *