ଝିଅ ଦେଖିବା ପାଇଁ ଆସିଥିଲା ପୁଅ, ଲକଡାଉନରେ ଫସିଗଲା ଓ ନେଲା ସାତ ଫେରା, ଆଉ ତା ପରେ

ଗତ ୨୫ ମାର୍ଚ୍ଚରେ ମହାରାଷ୍ଟ୍ର ରୁ ଜଣେ ବାଳକ ବିବାହ ପାଇଁ ଖଡବା କୁ ଝିଅ ଦେଖିବା ପାଇଁ ଆସିଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣ ପାଇଁ ଲକଡାଉନ ଘୋଷଣା କରାଗଲା ଏବଂ ମହାରାଷ୍ଟ୍ର ରୁ ଆସିଥିବା ଏହି ପରିବାର ଖଡବା ରେ ଫସି ରହିଗଲେ । ସେମାନେ ଝିଅ ଘରେ ୨୫ ଦିନ ରହିବା ପରେ ଦୁଇ ପରିବାର ଭିତରେ ସମ୍ପର୍କ ବଢିଗଲା ଏବଂ ସେହି ପୁଅ ଝିଅ ଦୁଇଜଣ ବିବାହ କଲେ । ଏହି ବିବାହ ବିନା ବାଜା ବାଣ ଏବଂ ବରଯାତ୍ରୀ ରେ ହୋଇଗଲା ।

ସେମାନେ ଦୁଇଜଣ ଜଣେ ଅନ୍ୟ ଜଣଙ୍କ ବେକରେ ମାଳ ପକାଇ ତାଳି ଶବ୍ଦ ଭିତରେ ଦୁଇ ଜଣ ସାତ ଜନ୍ମ ପାଇଁ ଏକାଠି ହୋଇଗଲେ । ସେହି ଯୁବକ ଜଣଙ୍କ ନାମ ନିତିନ ଏବଂ ଝିଅ ଟିର ନାମ ନେହା ଅଟେ । ବିବାହ ବନ୍ଧନରେ ବାନ୍ଧି ହୋଇ ଥିବା ଏହି ଯୋଡି କହିଛନ୍ତି କି ସେମାନେ ଏହି ଘଟଣା ପାଇଁ ଜମା ହେଲେ ବି ମନ ଦୁଃଖ କରି ନାହାଁନ୍ତି କି ସେମାନଙ୍କର ବିବାହ ଧୁମଧାମରେ ହୋଇ ପାରିଲା ନାହିଁ ବୋଲି ।

ଏହି ଦୁଇଟି ପରିବାର ସୋସିଆଲ ମିଡିଆ ମାଧ୍ୟମରେ ଟିକଟକ କରି ବିବାହର ଖବର ବିଷୟରେ ଜାଣାଇ ଥିଲେ । ବର୍ତ୍ତମାନ ସେମାନଙ୍କର ଏହି ଟିକ ଟକ ବହୁତ ଭାଇରାଲ ହେବାକୁ ଲାଗିଛି । ଲକଡାଉନ ପାଇଁ ବିବାହ ରେ ଅଧିକ ଲୋକ ଆସି ନଥିଲେ । ଏହି ବିବାହ କେବଳ କିଛି ସମ୍ପର୍କୀୟ ମାନଙ୍କ ଉପସ୍ଥିତି ରେ ହୋଇଥିଲା । ଲକଡାଉନ ଚାଲିଥିବା ସମୟରେ ବିବାହ କରିଥିବା ଏହି ଯୋଡି ତାଙ୍କ ବିବାହକୁ ଏକ ଅଭୂଲା ସ୍ମୃତି ବୋଲି କହୁଛନ୍ତି ।

ନିତିନ କହିଛନ୍ତି କି ଲକଡାଉନ ଚାଲିଥିବା ସମୟରେ ଆମେ ବିବାହ କରିଛୁ । ବିବାହରେ କିଛି ବି ଆଡମ୍ବର ହୋଇ ନାହିଁ ତଥାପି ଆମେ ବହୁତ ଖୁସି ଅଛୁ କାରଣ ଆମେ ଆମର ପରିବାର ଭିତରେ ବିବାହ କରିଛୁ ଏବଂ ଏହି ବିବାହକୁ ଏକ ଅଭୂଲା ସ୍ମୃତି କରି ଦେଇଛୁ ।ନେହା କହିଛନ୍ତି ଆମେ ଏହି ବିବାହକୁ ବହୁତ ଏଞ୍ଜୟ କରିଛୁ ଏମିତି ଲାଗୁନି କି ଆମେ ଯେମିତି ଭାବିଥିଲୁ ବିହାବ ସେମିତି ହୋଇ ନାହିଁ ବୋଲି । ଆମେ ଟିକ ଟକ ମାଧ୍ୟମରେ ବିବାହ କୁ ବହୁତ ଏଞ୍ଜୟ କରିଛୁ । ଏମିତି ଦେଶର ସମସ୍ତ ଖବର ପାଇବବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *