ଆନ୍ଦ୍ରପ୍ରଦେଶର ଗୋଟିଏ ଗାଁ ସିତାରାମପୁରମରେ ଯେତେବେଳେ ଶ୍ରୀକାନ୍ତ ଜଣେ କୃଷକ ଘରେ ଜନ୍ମ ହୋଇଥିଲା ସେତେବେଳେ ସମସ୍ତେ ତାଙ୍କର ମୃତ୍ୟୁ ପାଇଁ ପାର୍ଥନା କରୁଥିଲେ । କିନ୍ତୁ ଶ୍ରୀକାନ୍ତ ବଞ୍ଚିଗଲେ ଏବଂ ସ୍କୁଲ ଗଲେ । କ୍ଳାସର ତାଙ୍କୁ ସଭା ଶେଷ ବେଞ୍ଚରେ ବସା ଯାଉଥିଲା ଏବଂ ତାଙ୍କୁ କୌଣସି ଖେଳରେ ଭାଗ ନେବା ପାଇଁ ଦିଆଯାଉ ନଥିଲା । ଏହି ସବୁ ବାଧା ପରେ ବି ଶ୍ରୀକାନ୍ତ ଦଶମ କ୍ଳାସରେ ଟପ କଲେ ।
୧୨ କ୍ଳାସରେ ସେ ସାଇନ୍ସ ପଢିବା ପାଇଁ ଚାହୁଁଥିଲେ କିନ୍ତୁ ଆନ୍ଦ୍ରପ୍ରଦେଶ ଏଜୁକେଶନ ବୋର୍ଡ ଅନୁମତି ଦେବା ପାଇଁ ମନା କରିଦେଲେ । ବୋର୍ଡ କହିଲେ କି ତୁମେ କେବଳ ଆର୍ଟସ ପଢିପାରିବ । ଶ୍ରୀକାନ୍ତ ବୋର୍ଡର ଏହି କଥା ପାଇଁ ଅଦାଲତ ଗଲେ ଏବଂ ନିଜ ପକ୍ଷରେ ନିଷ୍ପତ୍ତି ଆଣି ଆସିଲେ । ଏହା ପରେ ସେ ସାଇନ୍ସ ପଢିଲେ ଏବଂ ସେ ୧୨ କ୍ଳାସରେ ୯୮ ପ୍ରତିଶତ ମାର୍କ ରଖିଲେ । ଏହାପରେ ଇଞ୍ଜିନିୟରିଂ କରିବାକୁ ଚାହୁଁଥିଲେ ହେଲେ ତାଙ୍କୁ IIT ରେ ଆଡମିଟ କାର୍ଡ ଦେଲେ ନାହିଁ ।
ଶ୍ରୀକାନ୍ତ ବିଦେଶରେ ପଢିବା ପାଇଁ ନିଷ୍ପତ୍ତି ନେଲେ । ତାଙ୍କୁ MIT ,stanfodr ,Berkeley ଏବଂ Carnegie Mellon ସଂସ୍ଥାରୁ ଆଡ୍ମିସନ ପାଇଁ ଅଫର ଆସିଥିଲା । ସେ MIT ରେ ନାମ ଲେଖାଇଲେ । ସଫଳତା ପାଇବା ପରେ ଶ୍ରୀକାନ୍ତ କହିଛନ୍ତି ଦୁନିଆ ମତେ କହୁଥିଲା କି ତୁ କିଛି କରିପାରିବୁ ନାହିଁ କିନ୍ତୁ ମୁଁ କହୁଥିଲି ମୁଁ ସବୁ କିଛି କରି ପାରିବି । ପଢି ସାରିବା ପରେ ସେ ହାଇଦ୍ରାବାଦ ଫେରି ଆସିଥିଲେ । ସେ ଚାହୁଁ ନଥିଲେ କି ସେ ତାଙ୍କ ଜୀବନରେ ଯାହା କିଛି ସହିଥିଲେ ସେମିତି ଆଉ କାହାକୁ ବି ସହିବାକୁ ପଡୁ ।
ହାଇଦ୍ରାବାଦରେ ସେ ଅନ୍ଧ ଲୋକଙ୍କ ପାଇଁ ବ୍ରେଲ ଲିପିକୁ ଲୋକପ୍ରିୟ କଲେ । ଗୋଟିଏ ଡିଜିଟାଲ ଲାଇବ୍ରେରୀ କଲେ ଏବଂ ବ୍ରେଲ ପ୍ରିଣ୍ଟିଙ୍ଗ ପ୍ରେସ ସ୍ଥାପନ କଲେ ଯେମିତି କି ଏମିତି ପିଲାଙ୍କୁ ପଢା ଯାଇ ପାରିବ । ୨୦୧୦ରେ ସେ ବୋଲ୍ଲାତ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ନାମର ଏକ କମ୍ପାନୀ ତିଆରି କଲେ ଯାହା ଦ୍ଵାରା ଶାରୀରିକ ବିକଳାଙ୍ଗ ଲୋକଙ୍କୁ ରୋଜଗାର ଦେଇ ପାରିବେ । ଏହି କମ୍ପାନୀରେ ପତ୍ରର ପ୍ଲେଟ ,କପ ,ଟ୍ରେ ଏବଂ ଡିନର ସେଟ ତିଆରି କରାଗଲା । କମ୍ପାନୀର ନିବେଶକ ରବି ମନ୍ଥା ଶ୍ରୀକାନ୍ତଙ୍କୁ ଏହାର ମୁଖ୍ୟ କରିଦେଲେ । ଏହି କମ୍ପାନୀରେ ୧୫୦ଜଣ ଶାରୀରିକ ବିକଳାଙ୍ଗ କର୍ମଚାରୀ ବର୍ଷକୁ ୭୦କୋଟି ଟଙ୍କାର ବ୍ୟାପାର କରିଥାନ୍ତି । ଶ୍ରୀକାନ୍ତ ଭବିଷ୍ୟତ ପାଇଁ ଗୋଟିଏ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ।