ଯେଉଁ ମାନଙ୍କ ଶରୀରରେ ଥାଏ ଏହି ୪ ଟି ଚିହ୍ନ ସେମାନଙ୍କ ଭାଗ୍ୟରେ ଥାଏ ପ୍ରଚୁର ଟଙ୍କା

ହିନ୍ଦୁ ଧର୍ମରେ ମଣିଷ ଶରୀରର ପ୍ରତ୍ୟେକ ଅଙ୍ଗ ବିଷୟରେ ବିଭିନ୍ନ କଥା କୁହାଯାଇଛି । ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସମସ୍ତ ଅଙ୍ଗ ବ୍ୟକ୍ତିର ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ । ବର୍ତ୍ତମାନ ସମୟରେ ସମସ୍ତ ବ୍ୟକ୍ତି ଧନୀ ହେବା ପାଇଁ ଚାହୁଞ୍ଚନ୍ତି । ଧନୀ ହେବା ପାଇଁ ଲୋକମାନେ ରାତି ଦିନ କଷ୍ଟ କରୁଛନ୍ତି । ହେଲେ ସେମାନେ ଅସଫଳ ହୋଇ ଯାଉଛନ୍ତି । ହେଲେ ବନ୍ଧୁଗଣ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭାଗ୍ୟରେ ଧନୀ ହୋଇଥାନ୍ତି ଏବଂ ବହୁତ କମ ପରିଶ୍ରମରେ ସେମାନଙ୍କୁ ସଫଳତା ମିଳିଥାଏ ।

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କିଛି ଅଙ୍ଗରେ ଥିବା ଚିହ୍ନ ବହୁତ ଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ଶରୀରର କେଉଁ ସବୁ ଚାରୋଟି ଚିହ୍ନ ରହିଥିଲେ ମଣିଷ ଧନୀ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଚିହ୍ନ ବିଷୟରେ ।

 

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ହାତ ପାପୁଲିରେ ରଥ, ଧ୍ଵଜ କିମ୍ବା ଚକ୍ର ଆଦି ଆକାରର ଚିହ୍ନ ରହିଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଭଳି ଲୋକମାନଙ୍କ ଜନ୍ମ ଅନ୍ୟ ଲୋକଙ୍କ ଉପରେ ଶାସନ କରିବା ପାଇଁ ହୋଇଥାଏ । ଏମାନଙ୍କୁ ସମାଜରେ ବହୁତ ମାନ ସମ୍ମାନ ମିଳିଥାଏ । ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏମାନଙ୍କୁ ସବୁ କାମରେ ସଫଳତା ମିଳିଥାଏ ।

୨. ଯଦି ଆପଣଙ୍କ ହାତ ପାପୁଲିର ମଧ୍ୟ ଭାଗରେ କଳାଜାଇ ରହିଥାଏ, ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହୋଇଥାଏ । ଏହି ବ୍ୟକ୍ତିମାନେ ଧନବାନ ଏବଂ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଏହି ଲୋକମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ । କିନ୍ତୁ ଦିନେ ନା ଦିନେ ଏମାନଙ୍କୁ ସଫଳତା ମଧ୍ୟ ମିଳିଥାଏ ।

୩. ଯେଉଁ ଲୋକମାନଙ୍କ ଗୋଡରେ ଚକ୍ର ବା ପଦ୍ମ ଚିହ୍ନ ହୋଇଥାଏ, ସେହି ଲୋକଙ୍କ ପାଖରେ କେବେ ବି ଧନର ଅଭାବ ହୋଇନଥାଏ । ଏହି ଲୋକମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି । ଏମାନଙ୍କ ସ୍ଵଭାବରେ ଲୋକମାନେ ପ୍ରଭାବିତ ହୋଇଥାନ୍ତି । ଅପାର ଧନ ଥିବାରୁ ଏହି ଲୋକ ମାନଙ୍କର ଶତ୍ରୁ ସଂଖ୍ୟା ମଧ୍ୟ ଅଧିକ ହୋଇଥାଏ ।

 

୪. ଯେଉଁ ଲୋକମାନଙ୍କ ପାଦ ତଳେ କଳାଜାଇ ରହିଥାଏ, ସେମାନେ ବହୁତ ଭଲ ଶାସକ ହୋଇଥାନ୍ତି । ସ୍ଵତନ୍ତ୍ର ରୂପରେ ଜୀବନରେ ଆଗକୁ ବଢିବା ଏମାନଙ୍କର ଲକ୍ଷ ହୋଇଥାଏ । ଏମାନେ ନିଜର ଲକ୍ଷ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ଏମାନଙ୍କୁ ତାଙ୍କର ଭାଗ୍ୟର ସଂପୂର୍ଣ୍ଣ ସହାୟତା ମିଳିଥାଏ, ଯାହା ଦ୍ୱାରା ଏମାନେ ସଫଳ ମଧ୍ୟ ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *