Samudra Sastra – ଯେଉଁ ସ୍ତ୍ରୀ ର ଏହି ଅଙ୍ଗରେ ରହିଥାଏ କଳା ଜାଇ ତାଙ୍କ ସ୍ୱାମୀ ହୋଇଥାନ୍ତି କୋଟିପତି

ସମୁଦ୍ର ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ନାରୀ ମାନଙ୍କର ଲକ୍ଷଣ ସାଧାରଣ ନାରୀମାନଙ୍କ ଠାରୁ ପୂରାପୂରି ଭାବରେ ଅଲଗା ହୋଇଥାଏ । ପ୍ରାଚୀନ ସମୁଦ୍ର ଶାସ୍ତ୍ର ଅନୁସାରେ ଅନେକ ମହିଳା ନିଜ ଜନ୍ମରୁ ଭାଗ୍ଯବାନ ଅଟନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଶରୀରରେ ଏପରି କିଛି ଚିହ୍ନ ରହିଥାଏ ଯାହା ସେମାନଙ୍କ ସ୍ଵାମୀ ଓ ପରିବାରର ଭାଗ୍ୟ ଓ ଭବିଷ୍ୟତ ଜୀବନ ଶୈଳୀ ବିଷୟରେ ଦର୍ଶାଇ ଥାଏ । ସେହିପରି ସମସ୍ତ ନାରିଙ୍କର କୌଣସି ନା କୌଣସି ଅଙ୍ଗରେ କଳାଜାଇ ନିଶ୍ଚିତ ଭାବରେ ରହିଥାଏ ।

ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସରେ ଶରୀରର କଳାଜାଇ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି । ସେହିପରି ନାରୀମାନଙ୍କର କେଉଁ ଅଙ୍ଗରେ କଳାଜାଇ ରହିବା ତାଙ୍କ ସ୍ଵାମୀ ଓ ପରିବାର ପାଇଁ ଶୁଭ ହୋଇଥାଏ ଏହା ମଧ୍ୟ ବର୍ଣ୍ଣିତ ଅଛି । ତେବେ ଆଜି ଆମେ ଜାଣିବା କି ସ୍ତ୍ରୀ ର କେଉଁ ଅଙ୍ଗରେ କଳାଜାଇ ରହିଲେ ତାଙ୍କ ସ୍ଵାମୀ ଧନୀ ହୋଇଥାନ୍ତି ।

୧. ଯେଉଁ ମହିଳାମାନଙ୍କର ପାଦରେ କଳାଜାଇ ଥାଏ ଏମାନେ ବହୁତ ବୁଦ୍ଧିମତୀ ଅଟନ୍ତି । ଏମାନେ ସବୁବେଳେ ନିଜ ସ୍ଵାମୀ ଓ ପରିବାରର ମଙ୍ଗଳ କାମନା କରିଥାନ୍ତି । ଏହି ନାରୀମାନେ ବହୁତ କମ ପଇସାରେ ମଧ୍ୟ ନିଜ ପରିବାରକୁ ହସ ଖୁସିରେ ରଖିଥାନ୍ତି । ଏପରି ମହିଳାମାନେ ଖାସ କରି ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ହୋଇଥାନ୍ତି । ଏମାନଙ୍କର ସ୍ଵାମୀ ଓ ପରିବାର ଧନୀ ହୋଇଥାନ୍ତି । ଏମାନେ ଅସହାୟ ଓ ଗରିବ ଲୋକମାନଙ୍କୁ ସବୁବେଳେ ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ।

୨. ଯେଉଁ ନାରୀମାନଙ୍କର ନାଭିର ତଳ ଭାଗରେ କିମ୍ବା ନାଭି ପାଖରେ କୌଣସି ଜାଗାରେ ଏକ କଳାଜାଇ ରହିଥାଏ ତେବେ ସେହି ନାରୀ ନିଜ ପରିବାର ଓ ତାଙ୍କ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ଯବାନ ଅଟନ୍ତି । ଏମାନେ ଯେଉଁ ଘରେ ପାଦ ରଖନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଧନର ବର୍ଷା ହୋଇଥାଏ ,

୩. ଯେଉଁ ମହିଳାମାନଙ୍କର ନାକର ଉପର ଭାଗରେ ଏକ କଳାଜାଇ ରହିଥାଏ ସେମାନେ ସବୁବେଳେ ଭାଗ୍ଯବାନ ହୋଇଥାନ୍ତି । ସେମାନେ ଯେଉଁ ଘରକୁ ବିବାହ କରି ଯାଆନ୍ତି ସେହି ଘରେ ଧନର ବର୍ଷା ହୋଇଥାଏ । ଏହି ମହିଳାମାନଙ୍କ ପାଖରେ ଟଙ୍କା ସଞ୍ଚୟ କରିବାର କ୍ଷମତା ଅଧିକ ରହିଥାଏ । ଯାହା ଦ୍ଵାରା ତାଙ୍କ ସ୍ଵାମୀ ଓ ପରିବାରକୁ ଭବିଷ୍ୟତରେ ଟଙ୍କାର ସମସ୍ୟାର ସମ୍ମୁଖୀନ ହେବାକୁ ପଡି ନଥାଏ ।

୪. ଯେଉଁ ମହିଳାମାନଙ୍କର କପାଳର ମଧ୍ୟ ଭାଗରେ କଳାଜାଇ ରହିଥାଏ । ସେମାନେ ବହୁତ ଧନୀ ହେବା ସହିତ ଯେଉଁ ବ୍ୟକ୍ତି ଙ୍କୁ ବିବାହ କରିବେ ସେମାନେ ମଧ୍ୟ ବହୁତ ଶୀଘ୍ର ଧନୀ ହୋଇଯିବେ । ସେମାନେ ନିଜ ଜୀବନରେ ଟଙ୍କା ଅଭାବର ସମ୍ମୁଖୀନ ହୁଅନ୍ତି ନାହିଁ । ଏହା ସହିତ ଏହି ମହିଳାମାନେ ଘର ପାଇଁ ଲକ୍ଷ୍ମୀବନ୍ତ ହୋଇଥାନ୍ତି । ଏମାନଙ୍କ ପାଇଁ ସ୍ବାମୀଙ୍କ ବ୍ୟବସାୟରେ ସବୁବେଳେ ଲାଭ ହିଁ ଲାଭ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *