‘ମୁଁ ଟ୍ରାନ୍ସଜେଣ୍ଡର ବୋଲି ଯେତେବେଳେ ଘରେ ଜାଣିଲେ ସେତେବେଳେ ମାହୋଲ ବଦଳିଗଲା,ସମସ୍ତେ ମୋତେ…’ ନିଜ ଜୀବନର ଦୁଃଖ କାହାଣୀ କହିଲେ କିନ୍ନର Ayesha

ବନ୍ଧୁଗଣ, ସାଧାରଣତଃ ଅନେକ ଗୁଡିଏ ଦୁଃଖ କଷ୍ଟ କୁ ନେଇ ସମାଜରେ ଟ୍ରାନ୍ସଜେଣ୍ଡର ମାନେ ବଞ୍ଚିଥାନ୍ତି । କାହା ପାଇଁ ସେମାନେ ଅଭିଶାପ ହେଲେ ଆଉ କାହା ପାଇଁ ସେମାନେ ଆଶିର୍ବାଦ ହୋଇଥାନ୍ତି । ଲୋକମାନେ ତାଙ୍କୁ ଅନେକ ନଜରରେ ମଧ୍ୟ ଦେଖିଥାନ୍ତି । ଏହାପରେ ମଧ୍ୟ ସେମାନେ ମୁଣ୍ଡ ଟେକି ବାଟ ଚାଲନ୍ତି । ଆଜି ଆମ୍ଭେ ଆପଣଙ୍କୁ ଜଣେ ଟ୍ରାନ୍ସଜେଣ୍ଡର କଥା କହିବାକୁ ଯାଉଅଛୁ ଯାହାକୁ କିନ୍ନର ବୋଲି କୁହାଯାଇଥାଏ ।

ତେବେ ସୋସିଆଲ ୱାର୍କର ଭାବରେ ପରିଚିତ ଆୟେଶା ପଣ୍ଡା କିଛି ମନର କଥା ମି-ଡି-ଆ ଆଗରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ ଆଜିଭଳି ଦିନରେ ଜଣେ ଟ୍ରାନ୍ସଜେଣ୍ଡର ଭାବରେ ଗର୍ବ ଅନୁଭବ କରୁଛନ୍ତି ଯେ ଶୋଷାଇଟି ଏତେ ମାର୍ଜିନାଲାଇଜ ହୋଇଗଲାଣି ଯେ ଯେଉଁଥିପାଇଁ ବର୍ତ୍ତମାନ ଟ୍ରାନ୍ସଜେଣ୍ଡର ଯିଏ ମଧ୍ୟ ହୁଅନ୍ତୁ ତାଙ୍କ ନିଜ ଦକ୍ଷତା ହେଉ ଅଥବା ନିଜର ଏଜୁକେସନ ବଳରେ ହେଉ ତଥା ସ୍କିଲ ବଳରେ ହେଉ ସେ ନିଜକୁ ପୃଭ କରାଇଛନ୍ତି ଯେ ସେ ମଧ୍ୟ କାହାଠାରୁ କମ ନୁହଁନ୍ତି ।

ଅସଲ ନାମ ଅଶୋକ ପଣ୍ଡା ରୁ ଆୟେଶା ପଣ୍ଡା ର ଯାତ୍ରା ବହୁତ ଦୁଃଖଦାୟକ ଥିଲା । ସେ କଥା ଆଜି ମଧ୍ୟ ଭାବିଲେ ଆୟେଶାଙ୍କ ଆଖିରୁ ଲୁହଚାଲିଆସେ । ସେ ଯେତେବେଳେ ଷ୍ଟ୍ରଗଲ କରିଥିଲେ ନିଜର ପରିଚୟ କୁ ନେଇ ଲୋକଙ୍କ ଆଗରେ ରଖିଥିଲେ ଯେ ଟ୍ରାନ୍ସଜେଣ୍ଡର ବୋଲି ଷୋସାଇଟି ତଥା ଘର ଲୋକଙ୍କ ଆଗରେ ରଖିଥିଲେ, ସେତେବେଳେ ତାଙ୍କୁ ବହୁତ ନିନ୍ଦା ଅପମାନ ସହିବାକୁ ପଡିଥିଲା କେହି ମଧ୍ୟ ତାଙ୍କୁ ସେତେବେଳେ ସାଥ ମଧ୍ୟ ଦେଇନଥିଲେ । ବହୁତ କମ ଲୋକ ଯିଏ କି ତାଙ୍କର ଭଲ ବନ୍ଧୁ ଥିଲେ ସେମାନେ ସାଥ ଦେଇଥିଲେ ।

ପରିବାର ର ଯେଉଁମାନେ ତାଙ୍କ ସହିତ ଥିଲେ ସେ ଆଜି ମଧ୍ୟ ତାଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ଭଗବାନଙ୍କ ଦୟାରୁ ସେ ଆଜି ନିଜକୁ ପୃଭ କରିପାରିଛନ୍ତି, ଆଉ ବହୁତ କଷ୍ଟ ପରେ ବର୍ତ୍ତମାନ ସେ ନିଜ ପରିବାରକୁ ମଧ୍ୟ ପାଇଛନ୍ତି । ଯେଉଁ ଜାଗାରେ ବସି ପାରୁନଥିଲେ, କିଛି କହିପାରୁନଥିଲେ ତଥା ନିଜକୁ ପୃଭ କରିପାରୁନଥିଲେ ଆଜି ସେ ଜାଗାରେ ଆସି ସେ ପହଞ୍ଚିଛନ୍ତି ।

ଘରେ ଯେତେବେଳେ ସେ ଜଣାଇଥିଲେ ଯେ ସେ ଜଣେ ଟ୍ରାନ୍ସଜେଣ୍ଡର ବୋଲି ସେତେବେଳେ ପରିବାରର ମାହୋଲ ସଂପୂର୍ଣ୍ଣ ଭାବରେ ଅଲଗା ପ୍ରକାରର ହୋଇଯାଇଥିଲା । ଏବଂ ସମସ୍ତେ ତାଙ୍କୁ ଘୃଣା କରିବାକୁ ଲାଗିଥିଲେ । ପାଖରେ କେହି ବସାଇଲେ ନାହିଁ, କଥା ମଧ୍ୟ ହେଲେ ନାହିଁ, ଏହାପରେ ଧୀରେ ଧୀରେ ଘର ଲୋକଙ୍କ ସହିତ ତାଙ୍କର ଧୀରେ ଧୀରେ ସମ୍ପର୍କ ମଧ୍ୟ କାଟିବାକୁ ଲାଗିଲା । ଏହାପରେ ନିଜ ଆଖିର ଲୁହ ନିଜେ ପୋଛି ଚାକିରି କରି ତଥା ସୋସିଆଲ ୱାର୍କର ହୋଇ ନିଜକୁ ପୃଭ କରିଛନ୍ତି ଆୟେଶା । ତେବେ ଭଗବାନ ତାଙ୍କ ଜୀବନ ସୁଖମୟ କରନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.