ଓଭରସ୍ମାର୍ଟ ହେବା ପଡିଲା ମହଙ୍ଗା ! ଯେତେବେଳେ ଏମାନଙ୍କୁ ନିଜ କାରନାମା ଯୋଗୁଁ ପସ୍ତେଇବାକୁ ପଡିଲା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ସମସ୍ତେ କୁହନ୍ତି କି ମଣିଷ ମାତ୍ରକେ ଭୁଲ । ଅର୍ଥାତ ମଣିଷ ହେଉ କିମ୍ବା ଅନ୍ୟ କେହି ନିଜ ଜୀଵନ ରେ ଭୁଲ ନିଶ୍ଚିତ କରିଥିବେ ଏବଂ ସେହି ଭୁଲ ରୁ ସେମାନେ କିଛି ଶିକ୍ଷା ମଧ୍ୟ ପାଇଥାନ୍ତି ଯାହା ତାଙ୍କୁ ଆଗାମୀ ଭବିଷ୍ୟତ ରେ ସାହାଯ୍ୟ କରିଥାଏ । ତେବେ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ନିଜ ଜୀବନରେ ଏଭଳି କିଛି ଭୁଲ କରି ଦେଇଥାନ୍ତି ଯାହାକୁ ନେଇ ପଛରେ ପଶ୍ଚାତାପ କରିବାକୁ ପଡିଥାଏ ଏବଂ ଏହି ଭିଡିଓ ସବୁ ସୋସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ ହେଉଛି ।

ଯାହାକୁ ଦେଖି କିଛି ଲୋକ ମାନେ ଦୁଃଖ ପ୍ରକାଶ କରୁଛନ୍ତି ତ କିଛି ଲୋକଙ୍କ ହସ ନିୟନ୍ତ୍ରଣ ରେ ରହୁ ନାହିଁ । ତେବେ ଆଜି ଆମେ ସେହି ଭଳି କିଛି ଘଟଣା ସମ୍ପର୍କରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ଭୁଲ କାର୍ଯ୍ୟ ବିଷୟରେ ।

୧- ପ୍ରଥମ ଭିଡିଓ ଟି ଜୁନ ୨୦୨୦ ର ସେଥିରେ ଜଣେ ଲୋକ କୋଡିଏ ତିରିଶ ଲକ୍ଷ ଦେଇ କାରଭିଆନ କାର କିଣିଲା କିନ୍ତୁ ସେହି କାର କୁ ସୋ ରୁମ ରୁ ବାହାର କରୁଥିବା ବେଳେ କାନ୍ଥ ରେ ପିଟିଦେଲା । ଗାଡିର ଆଗ ଅଂଶ ଅଳ୍ପ ଭାଙ୍ଗିଗଲା । ଯଦି ଏହା ରାସ୍ତା ରେ ହୋଇ ଥାନ୍ତା ତେବେ କଣ ହୋଇ ଥାନ୍ତା ।

୨- ଦ୍ଵିତୀୟ ରେ ହେଉଛି ବଲିଉଡ ର ଅଭିନେତ୍ରୀ ଜରିନ ଖାନ । ସେ ଏୟାରପୋର୍ଟ ରୁ କେଉଁଠିକି ଯାଉଥିଲେ । ସେତେବେଳେ ମିଡ଼ିଆ ବାଲା ଙ୍କୁ କିଛି ଫୋଟୋ ଦେଇ ସାରିବା ପରେ ଟିକେ ଷ୍ଟାଇଲ ରେ ରାସ୍ତା କୁ ବନ୍ଦ କରାଯାଇ ଥିବା ଷ୍ଟ୍ରିପ ର ତଳେ ଗଳି ଯାଉଥିଲେ କିନ୍ତୁ ହଠାତ ସେଠାକାର ସିକ୍ୟୁରୀଟି ଗାର୍ଡ ଏପରି ନ କରିବା ପାଇଁ ସିଧାସଳଖ ମନା କରିଦେଲେ । ତେବେ କ୍ୟାମେରା ଆଗରେ ଏହି ଭଳି ବେଜ୍ଜତି ର ଭିଡିଓ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ମଧ୍ୟ ହୋଇଥିଲା ।

୩- ତୃତୀୟ ରେ ହେଉଛି ୨୦୨୦ ରେ ଫ୍ରାନ୍ସ ର ଆନନ୍ସି ରେ ଜଣେ ଆମେରିକୀୟ ମହିଳା ପାରାଗ୍ଲାଇଡିଂ ର ମଜା ନେଉଥିଲେ କିନ୍ତୁ ହଠାତ ତାଙ୍କୁ ନିଜ ଆଇ ଫୋନ ରେ ଭିଡିଓ କରିବାକୁ ବହୁତ ଇଛା ହେଲା ଏବଂ ସେ ନିଜ ସେଲଫି ଷ୍ଟିକ ରେ ଭିଡିଓ ବନାଉଥିବା ବେଳେ ହଠାତ ପବନ ର ଝଟକା ରେ ଫୋନ ଗଳି ପଡିଲା ଏବଂ ସତ୍ୟନାଶ ହୋଇଗଲା ।

୪- ଚତୁର୍ଥ ରେ ହେଉଛି ଗୋଟିଏ ମଇଁଷି ଏକ ନାଳ ରେ ଗଳି ପଡିଥିଲା ଏବଂ ତାକୁ ଉଦ୍ଧାର କରିବା ପାଇଁ ଅନେକ ଲୋକ ଲାଗିଥିଲେ ତେବେ ଆପଣ ମାନେ ଜାଣିଥିବେ କି ଗୋଟିଏ ମଇଁଷି ର ଓଜନ କେତେ ଅଧିକ ଥାଏ । ମଇଁଷି କୁ ଉଦ୍ଧାର କରିବା ପାଇଁ ଜଣେ ମୋଟା ଲୋକ ନାଳ ଭିତରେ ପଶିଗଲା ଏବଂ ମଇଁଷି କୁ ବାହାର କରିଦେଲା କିନ୍ତୁ ନିଜେ ବାହାରି ପାରିଲା ନାହିଁ ତେବେ ବହୁତ କଷ୍ଟ ରେ ସେ ନଳା ରୁ ଲୋକ ମାନଙ୍କ ସାହାର୍ଯ୍ୟ ରେ ବାହାରକୁ ଆସି ପାରିଲା ।

୫- ପଞ୍ଚମ ରେ ହେଉଛି ରୁଷ ର । ସେଠି ଟ୍ରାଫିକ ଜାମ ଏବଂ ଗାଡିର ଧୀର ଗତି କୁ ଦେଖି ଜଣେ ବ୍ୟକ୍ତି ନିଜ ଗାଡି କୁ ଅଲଗା ସାଇଡ଼ ରେ ନେଲେ ତେବେ କିଛି ବାଟ ଗଲା ପରେ ତାଙ୍କ ଗାଡି ଖସିବାକୁ ଲାଗିଲା କିନ୍ତୁ ଭାଗ୍ୟ ଭଲ ଥିଲା କୌଣସି କ୍ଷତି ହୋଇ ନଥିଲା । ତେବେ ଭିଡିଓ ଟି ଭାଇରାଲ ହେଲା ପରେ ସବୁ ସେହି ଲୋକ ର ବୁଦ୍ଧି ଉପରକୁ ନିଜ ହସକୁ ନିୟନ୍ତ୍ରଣ ରେ ରଖି ପାରିଲେ ନାହିଁ

Leave a Reply

Your email address will not be published. Required fields are marked *