ଯଦି Sumit ଙ୍କ ମୋ ପାଖେ ଶୋଇବାକୁ ଇଚ୍ଛା ନଥିଲା, ତ ସେ ଡାଇରେକ୍ଟ ମନାକରି ପାରିଥାନ୍ତେ, କିନ୍ତୁ ସେ…’ ଦେଖନ୍ତୁ ଶ୍ଵଶୁରଙ୍କ ବିଷୟରେ କଣ କହିଲେ Tapaswini, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ସୁମିତ କୁ ପାଇବା ପାଇଁ ତପସ୍ୱିନୀ ସବୁ ପ୍ରକାର ପରୀକ୍ଷା ଦେବାକୁ ପ୍ରସ୍ତୁତ । ୭ଦିନ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ଛାଡି କୁଆଡେ ଚାଲିଯାଇଛନ୍ତି ସୁମିତ । ତପସ୍ୱିନୀ ସୁରକ୍ଷା ପୋଲିସ ହଟାଇ ଦେଇଛି । ଚିନିଶିଳ୍ପ ଅତିଥି ଭବନର ରହଣି ଖର୍ଚ୍ଚ ତପସ୍ୱିନୀଙ୍କ ମୁଣ୍ଡ ଉପରେ । କାହିଁକିନା ସୁମିତ ପୁଣି ଛୁଟି ୨୨ତାରିଖକୁ ବଢାଇଛନ୍ତି ।
ତେବେ ଏନେଇ ତପସ୍ୱିନୀ କହିଛନ୍ତି ଯେ- ମୁଁ ୩ ଦିନ ହେଲାଣି ଏଇ ଜଙ୍ଗଲରେ ଏକୁଟିଆ ପଡିକି ରହିଛି ।

ଖାଇବାପିଇବା କଥା ମୋ ବାପା ବୁଝୁଛନ୍ତି । ଆଜି ପ୍ରମିଳା ମା ଆସି ମୋତେ ସମ୍ବଲପୁରୀ ଶାଢୀ ଦେଇଛନ୍ତି । ଏତେ ଖୁସି ଭିତରେ ମୋତେ ଗୋଟିଏ ଦୁଃଖ ଖବର ମିଳିଲା । ମୋ ସ୍ୱାମୀ ମୋତେ ଛାଡ଼ି ଯାଇନାହାନ୍ତି ବରଂ ମୋ ଠୁ ଜବରଦସ୍ତି ଛଡ଼ାଇ ନିଆଯାଇଛି । ତାଙ୍କ ଉପରେ ଚାପ ପକାଇ ମୋ ଠୁ ଛଡାଇ ନିଆଯାଇଛି । ଏଥିରେ ମୋ ଶ୍ୱଶୂର ପ୍ରମୋଦ କୁମାର ସାହୁଙ୍କ ହାତ ରହିଛି ବୋଲି ତପସ୍ୱିନୀ କହିଛନ୍ତି ।

ତେବେ ଏହା ଛଡା ସେ କହିଛନ୍ତି କି ମୋ ପାଖରେ ଶୋଇବାକୁ ଇଚ୍ଛା ନଥିଲେ ସେ ମୋତେ ଡାଇରେକ୍ଟ ମନା କରି ପାରିଥାନ୍ତେ ବୋଲି କହିଛନ୍ତି ତପସ୍ୱିନୀ ଦାସ ଓରଫ ଡିମ୍ପଲ । ସୁମିତଙ୍କ ନାଟକ କରିବା ପାଇଁ ଚାପ ପକାଇ ପଠାଯାଇଥିଲା ବୋଲି କହିଛନ୍ତି ତପସ୍ୱିନୀ । ଏହା ସହିତ ସୁମିତଙ୍କୁ ଚାପ ପକାଯାଇଥିବା ନେଇ ସୂଚନା ମିଳିଥିବା ବେଳେ ସେ କାହା ନାମ ପ୍ରକାଶ କରିବାକୁ ଅମଙ୍ଗ ହୋଇଥିଲେ ।

ତେବେ ସେ କହିଛନ୍ତି କି କହିଛନ୍ତି ଯେ ପୋଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନି । କିନ୍ତୁ ଶ୍ୱଶୁର ଗୋଟିଏ ଭୁଲି ଯାଉଛନ୍ତି ଯେ, ସେ ନିଜେ ମଧ୍ୟ ଲଭ୍ ମ୍ୟାରେଜ୍ କରିଥିଲେ । ଯଦି ତାଙ୍କ ଜୀବନରେ ଏତେ ବାଧାବିଘ୍ନ ଥାଇବି ମିଶିକି ରହିପାରୁଛନ୍ତି ତାହା ହେଲେ ଆମେ କାହିକି ରହିପାରିବୁନି । କାହିଁକି ସୁମିତଙ୍କ ଠାରୁ ମୋତେ ଅଲଗା କରୁଛନ୍ତି ବୋଲି ଶ୍ୱଶୁରଙ୍କୁ ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।

ତପସ୍ୱିନୀକୁ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରି ଯାଇଥିଲେ ମଧ୍ୟ ଅସୁସ୍ଥ ଦେଖାଇ କାର୍ଯ୍ୟରେ ଯୋଗ ନଦେବା ଘଟଣାରେ ସମାଜସେବୀ ପ୍ରମିଳା ତ୍ରିପାଠୀ କଡା ଭାଷାରେ ସମାଲୋଚନା କରିଛନ୍ତି । ପରିସ୍ଥିତି ଭଲ ହେବନି ବୋଲି ତେଣୁ ସୁମିତକୁ ପୁଅ ଭଳି ଅନୁରୋଧ କରି ତପସ୍ୱିନୀଙ୍କ ପାଖକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *