Amazon ଓ Flipkart ଦେଉଛନ୍ତି ସ୍ପେଶାଲ ମେଗା ଅଫର, ଯେ କୌଣସି ଜିନିଷ କିଣିଲେ ପାଇ ପାରିବେ ଅଧା ଦାମ ରେ !

ବନ୍ଧୁଗଣ ଆଗକୁ ଆସୁଛି ଦୂର୍ଗା ପୂଜା । ଆମ ହିନ୍ଦୁ ଧର୍ମରେ ଦୂର୍ଗା ପୂଜାର ଅନେକ ପୌରାଣିକ ମାନ୍ୟତା ରହିଛି । ଦୂର୍ଗା ପୂଜା ବା ଦଶହରାକୁ ପ୍ରତିବର୍ଷ ଲୋକମାନେ ବହୁତ ଧୁମଧାମର ସହ ପାଳନ କରନ୍ତି । ତେବେ ଆଉ କିଛି ଦିନ ରହିଲା ଦଶହରା । ସେଥିପାଇଁ ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ତେବେ ଏହି ସମୟରେ ଗ୍ରାହକ ମାନଙ୍କୁ ଆକ୍ରୁଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଫ୍ଲିପକାର୍ଟ ଓ ଆମାଜୋନ । 

ଆମାଜୋନ ଓ ଫ୍ଲିପକାର୍ଟ ଗ୍ରାହକଙ୍କ ମନ ପସନ୍ଦର ଜିନିଷ ଉପରେ ଦେବେ ଭରପୁର ରିହାତି । ଆସନ୍ତା ୩ ତାରିଖରୁ ପାର୍ବଣ ସେଲ ଲଗାଇବାକୁ ଯାଉଛି ଆମାଜୋନ । ତେବେ ଏହି ଦିନ ଫ୍ଲିପକାର୍ଟ ବି ଆରମ୍ଭ କରିବାକୁ ଯାଉଛି ମେଗାସେଲ । ଯେଉଁଥିରେ ଗ୍ରାହକ ନିଜ ମନପସନ୍ଦର ଜିନିଷ ରିଆତି ଦରରେ କିଣି ପାରିବେ । ସାଧାରଣତଃ ପୂଜା ଆସିଲେ ଭାରତର ଲୋକମାନେ କିଛି କିଣାକିଣି କରିଥାନ୍ତି ।

ବିଶେଷ କରି ଦଶହରା ଓ ଦୀପାବଳି ସମୟରେ ଲୋକମାନେ ଅଧିକ କିଣାକିଣି କରନ୍ତି । ଲୋକ ମାନଙ୍କ ଚାହିଦାକୁ ଦେଖି ଏହି ସମୟରେ ଗାଡି ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ ଫୋନ କମ୍ପାନୀ ଅନେକ ନୂଆ ପ୍ରଡ଼କ୍ଟ ବଜାରକୁ ଆଣିଥାନ୍ତି । ଗ୍ରାହକ ମାନଙ୍କୁ ଆକର୍ଷଣୀୟ ଅଫର ଉଭୟ ଅନଲାଇନ ଓ ଅଫଲାଇନରେ ଦିଆଯାଇଥାଏ ।

ଭାରତୀୟ ଲୋକଙ୍କ କିଣାକିଣିକୁ ଦ୍ରୁଷ୍ଟିରେ ରଖି ଅନଲାଇନରେ ସାମଗ୍ରୀ ବିକ୍ରି କରୁଥିବା ଆମାଜୋନ ଓ ଫ୍ଲିପକାର୍ଟ ସ୍ଵତନ୍ତ୍ର ସେଲ ଘୋଷଣା କରିଛନ୍ତି । ଆସନ୍ତା ୩ ତାରିଖରେ ଫ୍ଲିପକାର୍ଟ ପ୍ରଥମେ ବିଗ ବିଲିଅନ ଡେ ନାମରେ ଅଫର ଆଣୁଛି । ସେହି ଆମାଜୋନ ମଧ୍ୟ ଗ୍ରେଟ ଇଣ୍ଡିଆନ ଫେଷ୍ଟିବଲ ନାମରେ ୩ ତାରିଖରେ ଅଫର ଆଣୁଛି । ତେବେ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଏହା ଏକ ମାସ ଧରି ଚାଲିବ ନା ନାହିଁ ଜଣା ପଡି ନାହିଁ । ହେଲେ ଫିଫକାର୍ଟ ୩ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅଫର ଦେବ ବୋଲି ଘୋଷଣା କରିଛି । 

ଅନ୍ୟ ପକ୍ଷରେ ଗ୍ରାହକ ମାନଙ୍କୁ ପ୍ରତି ସାମଗ୍ରୀରେ ୧୦ ପ୍ରତିଶତ ଇନଷ୍ଟାନ୍ଟ ଡିଶ୍କାଉଣ୍ଟ ଦେବା ଲାଗି ଆମାଜୋନ ଯୋଜନା କରିଛି । ଏହା ସହିତ ନିର୍ଦ୍ଧିଷ୍ଟ କିଛି ବ୍ରାଣ୍ଡକୁ ଫ୍ଲିପକାର୍ଟ ସୁପର ସ୍ତର ବ୍ରାଣ୍ଡ ଭାବରେ ପ୍ରଚାର କରି ସେଥିରୁ ୪୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବାର ସୂଚନା ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *