ଜେଜେ ଙ୍କୁ ଝୁରୁଛି ଗେଲ୍ହି ନାତୁଣୀ ତଥା ଅଭିନେତ୍ରୀ Lipsa Mishra

ନିଜର ଅତି ପ୍ରିୟ ଜେଜେ ଙ୍କୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ଅଭିନେତ୍ରୀ ତଥା ଓଲିଉଡ ଜଗତର ଜଣେ ବରିଷ୍ଠ ଅଭିନେତାଙ୍କ ନାତୁଣୀ ଲିପ୍ସା ମିଶ୍ର । ଆଜ୍ଞା ହଁ, ଆମେ କଥା ହେଉଛୁ ସେହି ଲିପ୍ସା ମିଶ୍ର ଙ୍କ ବିଷୟରେ, ଜି ସାର୍ଥକ ରେ ପ୍ରଯୋଜିତ ହେଉଥିବା ହେ ପ୍ରଭୁ ଧାରାବାହିକ କଥା । ଯେଉଁଥିରେ ଲିପ୍ସା ଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ ରବି ମିଶ୍ର । ଏବେ ରବି ମିଶ୍ର ଆଉ ନାହାଁନ୍ତି । ଗତ କାଲି ସିରିଏଲ ସେଟରେ କାମ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାର ଅଭିନୟ କରୁଥିରେ ଓ ସେହି ସମୟରେ ସତ ସତିକା ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ।

ଏହି କାରଣରୁ ସେ ଭାବିନେଲେ ଯେ ତାଙ୍କୁ ଏସିଡିଟି ହୋଇ ଯାଇଛି । କିନ୍ତୁ ସତରେ ଗତ କାଲିର ସକାଳ ତାଙ୍କ ପାଇଁ କାଳ ହେଇଯିବେ ବୋଲି କେହି ଜାଣି ନଥିଲେ । ଲିପ୍ସା ଙ୍କ କହିବା ଅନୁସାରେ ରବି ମିଶ୍ର ଙ୍କୁ କାଲି ଏକ ହୃଦଘାତ ର ଅଭିନୟ କରିବାକୁ ଦିଆ ଯାଇଥିଲା । ସେ ଏହାକୁ ମଧ୍ୟ ଖୁବ ଭଲ ଭାବରେ ଅଭିନୟ କରିଥିଲେ ।

କାଲି ସକଳା ତାଙ୍କ ପାଇଁ ଶେଷ ସକାଳ ହେବ ବୋଲି କେହି ଜାଣି ନଥିଲେ । ଲିପ୍ସା ମିଶ୍ର ଓ ରବି ମିଶ୍ର ଜେଜେ ନାତୁଣୀ ଅଭିନୟ କରି ବହୁତ କ୍ଳୋଜ ହୋଇ ଯାଇଥିଲେ । ଅନସ୍କ୍ରିନ ରେ ଏହି ଜେଜେ ନାତୁଣୀ ଯୋଡି ଯେମିତି ମଜା ମସ୍ତି କରୁଥିଲେ ଅଫସ୍କ୍ରିନ ରେ ମଧ୍ୟ ସେହିପରି ମଜା ମସ୍ତି କରୁଥିଲେ । ତେବେ ଏହା ଗ୍ଯାସ ଜନିତ ଭାବି ସିରିଏଲ ର କାମ ଅଧାରେ ବନ୍ଦ ରଖିଥିଲେ ।

ଏହା ପରେ ରାତି 10 ଟା ପରେ ସେମାନେ ଘରକୁ ଫେରିଥିଲେ ବୋଲି ଲିପ୍ସା ମିଶ୍ର କହିଥିଲେ । ଗତ କାଲି ରାତିରେ ଯନ୍ତ୍ରଣା ବଢିବା ପରେ ତାଙ୍କୁ କାଲି ରାତିରେ କଟକ ଏସସିବି ରେ ଭର୍ତ୍ତି କରା ଯାଇଥିଲା । ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟଲ କେୟାର ରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କର ଆଜି ପର ଲୋକ ହୋଇ ଯାଇଛି । ଶେଷ ସମୟକୁ ତାଙ୍କୁ 65 ବର୍ଷ ହୋଇଥିଲା ।

90 ଦଶକ ରେ ଦୂରଦର୍ଶନ ରେ ପ୍ରସାରିତ ହେଉଥିବା ଗୋପାଳର ରହସ୍ୟ ରେ ଗୋପାଳ ର ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ । ଉଭୟ ମଞ୍ଚ ଓ ଚଳଚିତ୍ର ଜଗତରେ ସେ ଅଭିନୟ କ ଅରିଥିଲେ । ଲୋକମାନେ ମଧ୍ୟ ତାଙ୍କ ଅଭିନୟ କୁ ଖୁବ ପସନ୍ଦ କରିଛନ୍ତି । ସେ ଅଭିନୟ କରିଥିବା ସମସ୍ତ ଚଳଚିତ୍ର ଓ ମଞ୍ଚ ନାଟକ ବହୁତ ଲୋକପ୍ରିୟ ହୋଇଛି ।

ଲୋକାମାନେ ତାଙ୍କ ଅଭିନୟ କୁ ମଧ୍ୟ ବହୁତ ପସନ୍ଦ କରନ୍ତି । ଏମିତି କି କମେଡିଆନ ଭାବେ ମଧ୍ୟ ଅଭିନୟ କରୁଥିଲେ ରବି ମିଶ୍ର । ଯେଉଁଥିରେ ସେ ଲୋକମାନଙ୍କୁ ଖୁବ ହସାଉଥିଲେ । ସବୁ ଧାରାରେ ଅଭିନୟ କରି ଲୋକମାନଙ୍କ ମନକୁ ଜିଣିଥିବା ରବି ମିଶ୍ର ଆଉ ଏହି ଦୁନିଆରେ ନାହାଁନ୍ତି । ଆମେ ଜଗନ୍ନାଥ ଙ୍କ ନିକଟରେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *