ଜାଣନ୍ତୁ କାହିଁକି ଜୟା ଶର୍ମାରୁ ହେଲେ ସେ Jaya Kishori ? ଏବେ କରିବେ ବିବାହ…ଜାଣନ୍ତୁ ଜୟାଙ୍କ ଜୀବନ ରହସ୍ୟ

ନମସ୍କାର ବନ୍ଧୁଗଣ, ୨୧ ବର୍ଷ ବୟସରେ ସନ୍ୟାସିନୀ ହୋଇ ଲୋକଙ୍କୁ ବାଣ୍ଟିଛନ୍ତି ଅନେକ ଧର୍ମର ବାର୍ତ୍ତା । ଅନେକ ଲୋକ ତାଙ୍କୁ ଅନୁସରଣ କରନ୍ତି । ତାଙ୍କ କହୁଥିବା କଥାରେ ପରିଚାଳିତ ମଧ୍ୟ ହୁଅନ୍ତି । ଆଜ୍ଞା ହଁ ଆଜି ଆମେ ଆପଣ ମାନଙ୍କୁ ଯୁବ ସନ୍ୟାସିନୀ ଜୟା କିଶୋରୀଙ୍କ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ଖୁବ କମ ବୟସରେ ନାରୀଟିଏ ହୋଇ ଦୁନିଆକୁ ଖୁବ ସୁନ୍ଦର ଧର୍ମ ବାର୍ତ୍ତା ମାନ ପହଞ୍ଚାଇଛନ୍ତି । ଜୟା ଶର୍ମାରୁ ଜୟା କିଶୋରୀ ପର୍ଯ୍ୟନ୍ତର ରାସ୍ତା କିପରି ରହିଥିଲା ତାଙ୍କର ଆସନ୍ତୁ ଜାଣିବା ।

ଜୟା କିଶୋରୀଙ୍କ ନାମ ପୂର୍ବରୁ ଥିଲା ଜୟା ଶର୍ମା । ଜୟା ୧୯୯୬ ମସିହାରେ କୋଲକାତାର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଘରେ ପିଲା ବେଳୁ ପୂଜା ପାଠ ହେଉଥିବାରୁ ତାଙ୍କ କଣ୍ଠରେ ଅନେକ ବେଦ ଜ୍ଞାନ ଇତ୍ୟାଦି ରହିଥିଲା । ଜାୟା କିଶୋରୀ ଏକ ସାକ୍ଷାତକାରରେ ଦର୍ଶକ ମାନଙ୍କୁ କହିଛନ୍ତି କି ସେ ୬ ବର୍ଷ ବୟସରୁ ଭଜନ ଗାଇବା ଆରମ୍ଭ କରିଥିଲେ । ହେଲେ  ସେ କେବେ ମଧ୍ୟ ଭବିନଥିଲେ ବଡ ହୋଇ ସେ ଜଣେ ମୋଟିଭେଶନାଲ ସ୍ପିକର ହେବେ ।

ଜୟାଙ୍କୁ ଅଧ୍ୟାତ୍ମିକତା ଦିଗ ଆଡକୁ ସଂଗୀତ ଟାଣି ନେଇଥିଲା । ସଂଗୀତ ହିଁ ତାଙ୍କର ପ୍ରଥମ ପଦକ୍ଷେପ ଥିଲା । ଜୟା ୧୦ ବର୍ଷ ବୟସରେ ତାଙ୍କ ଗୁରୁ ସ୍ଵାମିଜୀଙ୍କର କାହାଣୀ ଶୁଣିଥିଲେ । ତାହା ଶୁଣିବା ପରେ ସେ ଭାବିନେଲେ କି ସେ ସେହି ସମସ୍ତ କାହାଣୀ ଲୋକଙ୍କ ଆଗରେ କହିବେ । ନିଜକୁ ଏଥିପାଇଁ ପ୍ରସ୍ତୁତ କରିବାକୁ ତାଙ୍କୁ ଦେଢ ବର୍ଷ ସମୟ ଲାଗିଥିଲା । ଏହା ଭିତରେ ସେ କେତେବେଳ ଜୟା ରୁ ଜୟା କିଶୋରୀ ହୋଇଗଲେ ତାହା ସେ ଜାଣିପାରିଲେ ନାହିଁ ।

ଗୁରୁ ପଣ୍ଡିତ ଗୋବିନ୍ଦ ରାମଜି ମିଶ୍ର ତାଙ୍କର ଏହି ଜୟା କିଶୋରୀ ନାମ କାରଣ କରିଥିଲେ । ପଣ୍ଡିତ ତାଙ୍କୁ ସ୍ନେହରେ କିଶୋରୀ ବୋଲି କହୁଥିଲେ । ପରେ ସମସ୍ତେ ଏହି ଜୟା କିଶୋରୀ ନାମ ଟିକୁ ପସନ୍ଦ କରିବାକୁ ଲାଗିଲେ । ତାଙ୍କର ଏହି ଅଧ୍ୟାତ୍ମିକତା ଯାତ୍ରାରେ ତାଙ୍କ ନାମ ରହିଲା ଜୟା କିଶୋରୀ । ସେ କୌଣସି ସାଧୁ ସନ୍ୟାସିନୀ ନୁହନ୍ତି ।

ସର୍ବଦା ଜୟା କୁହନ୍ତି କି ସେ ସମସ୍ତଙ୍କ ଭଳି ଘରୋଇ ଜୀବନ ବଞ୍ଚୁଛନ୍ତି ଏବଂ ବଞ୍ଚିବାକୁ ବି ଚାହାନ୍ତି । ସେ ବର୍ତ୍ତମାନ ବିବାହ କରି ଘର ସଂସାର ମଧ୍ୟ କରିବା ପାଇଁ ଚହୁଁଛନ୍ତି । ଜୟା ସ୍ପଷ୍ଟ କରିଛନ୍ତି କି ସେ କୋଲକାତାରେ ବିବାହ କରିବାକୁ ଚାହାନ୍ତି କାରଣ ସେଠାରେ ତାଙ୍କର ବାପା ମାଆ ରୁହନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *