ରାସ୍ତାରେ ସାଇକେଲରେ ଯାଉ ଯାଉ ହଠାତ୍ ଆସିଲା ବାଘ, ଆଉ ତା’ପରେ ଯାହା ହେଲା… ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସାଇକେଲ ରେ ଗଲାବେଳେ ହଟାତ ଡେଇଁଲା ବାଘ । ବାଘ ସହିତ ମୁହାଁମୁହିଁ ହେଲେ ସାଇକେଲ ବାଲା । ଏବଂ ଏହି ଦୃଶ୍ୟ କଏଦ ହେଲା ସିସିଟିଭି ରେ । ଏହାପରେ କ’ଣ ଘଟି ଯାଇଛି ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ତେବେ ଏହିଭଳି ଏକ ହୃଦୟ ଘଟକ ହେବାଭଳି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଘୁରି ବୁଲୁଛି । ସୂଚନା ଅନୁଯାୟୀ ଏହି ଭିଡିଓ ଟି ଆସାମ ର ଅଟେ ।

ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ସାଇକେଲ ଚଳାଇ ରାସ୍ତା ରେ ଯାଉଛନ୍ତି । ତାଙ୍କ ପଛରେ ମଧ୍ୟ ଏକ କାର ଆସୁଛି । ଆଉ ଏହା ମଧ୍ୟରେ ହଠାତ ସାଇକେଲ ଚଳାଇ ଯାଉଥିବା ଲୋକ ପାଖକୁ ଜଙ୍ଗଲ ମଧ୍ୟରୁ ଏକ ବାଘ ଟି ଦୌଡ଼ି ପଳାଇ ଆସୁଛି । ଆଉ ଏହାପରେ ସାଇକେଲ ବାଲା ମଧ୍ୟ ହଡବଡ ହୋଇ ସାଇକେଲ ରୁ ତଳକୁ ପଡି ଯାଉଅଛନ୍ତି । କିନ୍ତୁ ଭାଗ୍ୟ ବଶତ ବାଘ ଟି ସାଇକେଲ ବାଲା ଙ୍କର କିଛି କ୍ଷତି କରୁନାହିଁ ।

ଏହାପରେ ଭିଡିଓ ରେ ପରିଲକ୍ଷିତ ହୋଇଛି ଯେ ବାଘ ଟି ଆକ୍ରମଣ କରି ସଙ୍ଗେ ସଙ୍ଗେ ଜଙ୍ଗଲ ଭିତରକୁ ପଳାଇ ଯାଉଅଛି । ତେବେ ଏହାପରେ ବ୍ୟକ୍ତି ଜଣକ ମଧ୍ୟ ସଙ୍ଗେ ସଙ୍ଗେ ସେଠାରୁ ସାଇକେଲ ଧରି ଦୌଡ଼ି ପଳାଉଛନ୍ତି । ତେବେ ସୋସିଆଲ ମିଡିଆ ରେ ଏହି ଭିଡିଓ ଟି ଖୁବ ଭାଇରାଲ ହୋଇଥିବା ବେଳେ ୟୁଜର ମାନେ ଏହାକୁ ନେଇ ବିଭିନ୍ନ ମତ ଦେଉଛନ୍ତି ।

କିଛି ୟୁଜର୍ସ କହୁଛନ୍ତି ଯେ ସାଇକେଲ ବାଲା ଙ୍କର ଭାଗ୍ୟ ବହୁତ ଭଲ । ବାଘ ମୁହଁ ରୁ ବଞ୍ଚିଗଲେ । ତେବେ ଏହି ଘଟଣା ଟି ସାମ୍ନା କୁ ଆସିବା ପରେ ଜଣା ପଡିଛି ଯେ ବାଘ ଟି ମଧ୍ୟ ସେହି ସମୟରେ ରାସ୍ତା ପାର ହେବାକୁ ଚାହୁଁଥିଲା । କିନ୍ତୁ ଠିକ ସେହି ସମୟରେ ସାଇକେଲ ଚଳାଇ ବ୍ୟକ୍ତି ଜଣଙ୍କ ଯାଉଥିବା ସମୟରେ ବାଘ ସହିତ ବ୍ୟକ୍ତି ଙ୍କର ଧକ୍କା ହୋଇଥିଲା ।

ତେବେ ଭାଗ୍ୟ ବଶତ ବାଘ ଟି ଆକ୍ରମଣ ନ କରି ଜଙ୍ଗଲ ଭିତରକୁ ଚାଲିଗଲା । ନଚେତ ଯଦି ବାଘ ଆକ୍ରମଣ କରିଥାନ୍ତା ସେହି ବ୍ୟକ୍ତି ଉପରକୁ ତେବେ ବୋଧ ହୁଏ ବ୍ୟକ୍ତି ଙ୍କ ଜୀବନ ବିପଦ ଘେରରେ ଥାନ୍ତା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *